ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ଉର୍ଜା ରୋଡମ୍ୟାପ୍ ବିକଶିତ ହେଉଛି : ଧର୍ମେନ୍ଦ୍ର ପ୍ରଧାନ

୫ ଟ୍ରିଲିୟନ ଡ଼ଲାର ଅର୍ଥନୀତି ଲକ୍ଷ୍ୟକୁ ହାସଲ କରିବାରେ ଉର୍ଜା ହେବ ପ୍ରମୁଖ କ୍ଷେତ୍ର

Share this:

ନୂଆଦିଲ୍ଲୀ/ଭୁବନେଶ୍ୱର:  ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ଉର୍ଜାର ଏକ ସ୍ୱଚ୍ଛ ରୋଡମ୍ୟାପକୁ ବିକଶିତ କରାଯାଉଛି ବୋଲି ଗୁରୁବାର ଆସୋସିଏଟେଡ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ(ଆସୋଚାମ୍‌)ର ପ୍ରତିଷ୍ଠା ସପ୍ତାହ -୨୦୨୦ ଅବସରରେ ଆୟୋଜିତ “ଭାରତର ବିକାଶ ପଥରେ ଇନ୍ଧନକୁ ଉର୍ଜାର ରୂପାନ୍ତରଣ” ଶୀର୍ଷକ ଆଲୋଚନା କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉର୍ଜା କ୍ଷେତ୍ରକୁ ବୃହତ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଉର୍ଜା ପଦକ୍ଷେପରେ ସାମିଲ ହେବା ପାଇଁ ଭାରତର ସମସ୍ତ ସରକାରୀ ଓ ବେସରକାରୀ କମ୍ପାନୀ(ଇଣ୍ଡିଆନ ଆଇଏନସି)କୁ ନିମନ୍ତ୍ରଣ କରିବା ସହ ଦେଶରେ ଉର୍ଜା ନ୍ୟାୟ ସୁନିଶ୍ଚିତ କରିବା ସଙ୍ଗେସଙ୍ଗେ ଉର୍ଜା ଦାରିଦ୍ର‌୍ୟକୁ ସମାପ୍ତ କରିବାକୁ ହେବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟଙ୍କ ଜୀବନରେ ଅଧିକ ଉନ୍ନତି ଆଣିବା ପାଇଁ ଅଧିକ ଉର୍ଜାର ଆବଶ୍ୟକତା ରହିଛି । ଆମର ଉର୍ଜା କ୍ଷେତ୍ର ଅଭିବୃଦ୍ଧି କେନ୍ଦ୍ରିକ, ଶିଳ୍ପ ଅନୁକୂଳ ଏବଂ ପରିବେଶ ସନ୍ତୁଳିତ । ଆମର ଜାତୀୟ ବିକାଶ ଏବଂ ଆଗାମୀ ବର୍ଷରେ ୫ ଟ୍ରିଲିୟନ ଆମେରିକୀୟ ଡ଼ଲାର ଅର୍ଥନୀତି ଲକ୍ଷ୍ୟକୁ ହାସଲ କରିବାରେ ଉର୍ଜା ଏକ ପ୍ରମୁଖ କ୍ଷେତ୍ରର ମାଧ୍ୟମ ହେବ । ବିଗତ ୬ ବର୍ଷରେ ଭାରତର ଉର୍ଜା ସ୍ଥାପତ୍ୟରେ ଏକ ବଡ଼ ପରିବର୍ତନ ହୋଇଛି । ଯଦ୍ୱାରା ଦେଶରେ ଉର୍ଜା ଦାରିଦ୍ର୍ୟକୁ ଶେଷ କରିବା ଦିଗରେ ଏକ ବୃହତ ଆମର ଇଚ୍ଛାଶକ୍ତି ଦୃଢ ହୋଇଛି । କୋଭିଡ୍‌-୧୯ର ସଂକଟକୁ ଉର୍ଜା କ୍ଷେତ୍ର ସୁଯୋଗରେ ପରିଣତ କରିଛି । କୋଭିଡ-୧୯ର ପରବର୍ତୀ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିରନ୍ତର ସଂସ୍କାଣ ଏବଂ ସଠିକ୍ ଦୂରଦୃଷ୍ଟି ଭାରତକୁ ଅଧିକ ଆତ୍ମନିର୍ଭର କରିବା ପାଇଁ ବଡ  ଖୋରାକ୍ ଯୋଗାଇଛି । ଶିଳ୍ପ ସମୂହଙ୍କ ଅଂଶଗ୍ରହଣ ଏବଂ ପୁଞ୍ଜନିବେଶ ସହ ଦେଶର ଉର୍ଜା କ୍ଷେତ୍ର ଅନେକ ସୁଯୋଗ ଆଣିଦେଇଛି । ଉର୍ଜା କ୍ଷେତ୍ର ତଥା ଅନ୍ୱେଷଣ ଏବଂ ଉତ୍ପାଦନ (ଇ ଏବଂ ପି), ବିଶୋଧନାଗାର, ଜୈବଇନ୍ଧନ, ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ ଭଣ୍ଡାର, ଏଲଏନଜି କ୍ଷମତା ବୃଦ୍ଧି, ଗବେଷଣା ଏବଂ ବିକାଶ(ଆର ଏବଂ ଡ଼ି) କ୍ଷେତ୍ରର ବିକାଶ ପାଇଁ ସବୁପ୍ରକାର ଉଦ୍ୟମ ଜାରୀ ରହିଛି । ଏହି ଆଧାରରେ ସ୍ୱଚ୍ଛ ମାର୍ଗକୁ ଗ୍ରହଣ ଆଣିବା,ଆର୍ଥକ ବିକାଶ, ଦେଶବାସୀଙ୍କ ପାଇଁ ନୂଆ ସୁଯୋଗ ପ୍ରଦାନ କରିବା ଦିଗରେ ଦୃଷ୍ଟି ଦିଆଯାଉଛି । ଦେଶରେ ପାଇପଲାଇନ, ସିଟି ଗ୍ୟାସ ବିତରଣ, ଏଲଏନଜି, ରି-ଗ୍ୟାସିଫିକେସନ ଟର୍ମିନାଲ ସହ ଗ୍ୟାସ ଭିତିଭୂମିର ବିକାଶ ପାଇଁ ୬୦ ବିଲିୟନ ଆମେରିକୀୟ ଡଲାର ପୁଞ୍ଜନିବେଶ କରାଯାଉଛି । ସେହିପରି ୨୦ ବିଲିୟନ ଆମେରିକୀୟ ଡଲାର ନିବେଶରେ ଆଗାମୀ ଦିନରେ ଭାରତ ସରକାର ୫ ହଜାର ସିବିଜି ପ୍ଲାଂଟ୍‌ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ସିବିଜି ପ୍ଲାଂଟରେ ବାର୍ଷିକ ୧୫ ମିଲିୟନ ମେଟ୍ରିକ ଟନ ସିବିଜି ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି । ବର୍ତମାନ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ୧୫୦୦ ସିବିଜି ପ୍ଲାଂଟର କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

  • Share this:ଭୁବନେଶ୍ୱର : ଚଳିତ ବର୍ଷ ଓଡିଶାର ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ଏବଂ ରଜତ କର, ନନ୍ଦ ପୃଷ୍ଟି, ଶାନ୍ତି...
  • Share this:ଭୁବନେଶ୍ୱର : ମଙ୍ଗଳବାର ପ୍ରିୟ ଭାଇ ଓ ଭଉଣୀମାନେ, ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ମୌଲନା...
  • Share this:ଭୁବନେଶ୍ୱର : ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି । ଏହି କାର୍ଯ୍ୟର କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା...
  • Share this:ଭୁବନେଶ୍ୱର : ୧୭ ତାରିଖରେ କେନ୍ଦୁଝର ଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଯାଉଥିବା ସମୟରେ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ ।...
  • Share this:ଭୁବନେଶ୍ୱର : ଗତ ୧୭ ତାରିଖରେ କେନ୍ଦୁଝର ଗସ୍ତରେ ଯାଉଥିବା ବେଳେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ କିଛି ଅସାମାଜିକ ଯୁବକ ଆକ୍ରମଣ କରିଥିଲେ । ପରବର୍ତୀ ଅବସ୍ଥାରେ ସେମାନଙ୍କ ଭିତରୁ  ସଂଜୟ ମହାନ୍ତି...

RELATED BY