ଅଳେଇଚର ଉପକାରୀତା

ଜାଣନ୍ତୁ

Share this:

ଅଳେଇଚକୁ କିଏ ନଜାଣେ । ଏହାର କଳାକଳା ମଞ୍ଜିର ସୁଗନ୍ଧିତ ବାସନା କାହାକୁ ବା ଭଲ ନଲାଗେ । ଏହା ରୋଷଇ ଘରଠାରୁ ଆରମ୍ଭ କରି ପାନ ଦୋକାନ ଓ ମିଠାଇ ଦୋକାନରେ ବିଶେଷ ଭାବରେ ବ୍ୟବହାର କରାଯାଏ; କିନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ ଅନେକ ଲୋକ ଜାଣିନଥାନ୍ତି । ଏହାକୁ ବ୍ୟବହାର କରିବା ଦ୍ୱାରା ଅଜାଣତରେ ଅନେକ ରୋଗରେ ଲାଭ ପାଇଥାଆନ୍ତି । ଏହାର ଗଛ ୩-୫ ଫୁଟ ଉଚ୍ଚ ହୋଇଥାଏ ଓ ପତ୍ର ୧-୨ ଫୁଟ ଲମ୍ବା ହୋଇଥାଏ । ଅଳେଇଚ ଦୁଇ ପ୍ରକାର ଦେଖାଯାଏ ।  ଯଥା- ବଡ଼ ଅଳେଇଚ ଓ ସାନ ଅଳେଇଚ ।

ମୁଣ୍ଡବ୍ୟଥା: ଅଳେଇଚକୁ ଚୋପା ସହିତ ବାଟି ମଥାରେ ଲେପ ଦେଲେ ମୁଣ୍ଡ ବ୍ୟଥା ଦୂର ହୋଇଥାଏ କିମ୍ବା ଅଳେଇଚ ମଞ୍ଜିକୁ ବାଟି ନାକରେ ଶୁଙ୍ଘିଲେ ମୁଣ୍ଡ ବ୍ୟଥାରେ ଆରମ ମିଳେ । ଥଣ୍ଡା: ବଡ଼ ଅଳେଇଚକୁ ଗୁଣ୍ଡ କରି ତୁଳସୀ ପତ୍ର ସହିତ ପାଣିରେ ସିଝାଇ ଥଣ୍ଡା କରି ଛାଣି ପିଇଲେ ଥଣ୍ଡା ଦୂର ହୁଏ । ପାଟିରେ ଛାଲି: ଅଳେଇଚକୁ ବାଟି ମହୁ ମିଶାଇ ପାଟି ଭିତର ଛାଲିରେ ଲଗାଇଲେ ଛାଲି ଭଲ ହୋଇ ଆରମ ମିଳିଥାଏ । ଦନ୍ତପୀଡ଼ା: ଅଳେଇଚ ତେଲ ଓ ଲବଙ୍ଗ ତେଲ ସମାନ ମାତ୍ରାରେ ନେଇ ଦାନ୍ତ ଓ ମାଢ଼ିରେ ମାଲିସ୍‍ କଲେ ଦନ୍ତପୀଡ଼ାରେ ଆରାମ ମିଳେ । ପିଲାଙ୍କୁ ଭୋକ ନଲାଗୁଥିଲେ: ଛୋଟ ଅଳେଇଚ ଗୁଣ୍ଡ ଓ ଅଦାରସ କ୍ଷୀରରେ ମିଶାଇ ପିଲାଙ୍କୁ ପିଆଇଲେ ଭୋକ ଲାଗିଥାଏ । ଶ୍ୱାସରୋଗ: ଅଳେଇଚ ତେଲ ୧୦-୨୦ ବୁନ୍ଦ ମିଶ୍ରୀ ଚୂର୍ଣ୍ଣରେ ମିଶାଇ ନିୟମିତ କିଛିଦିନ ପର୍ଯ୍ୟନ୍ତ ସେବନ କଲେ ବିଶେଷ ଉପକାର ମିଳିଥାଏ । ମନ୍ଦାଗ୍ନି: ଅଳେଇଚ ମଞ୍ଜି ୮- ୧୦ଟି ସହିତ ୨ ଗ୍ରାମ ଶୁଣ୍ଠି ଚୂର୍ଣ୍ଣ ମିଶାଇ ସେବନ କଲେ ଜୀର୍ଣ୍ଣ ଶକ୍ତି ବଢ଼ି ମନ୍ଦାଗ୍ନି  ଦୂର ହୋଇଥାଏ । ପେଟ ବ୍ୟଥା: ଅଳେଇଚ ମଞ୍ଜି ଚୂର୍ଣ୍ଣ ୧ ଗ୍ରାମ ସହିତ କଳା ଲୁଣ ମିଶାଇ ଖାଇଲେ ପେଟ ବ୍ୟଥା ଦୂର ହୁଏ । ବାନ୍ତି: ଅଳେଇଚ ଓ ପୋଦିନା ପତ୍ର ସମାନ ମାତ୍ରାରେ ୨-୩ ଗ୍ରାମକୁ ପାଣିରେ ସିଝାଇ ଥଣ୍ଡା କରି ଛାଣି ପିଇଲେ ବାନ୍ତି ବନ୍ଦ ହୁଏ । ଝାଡ଼ା ରୋଗ: ଅଳେଇଚ ମଞ୍ଜି ଚୂର୍ଣ୍ଣ ୧ ଗ୍ରାମ ସହିତ ୧୦ ଗ୍ରାମ ବେଲମଞ୍ଜି ଚୂର୍ଣ୍ଣ ପାଣି ସହିତ ସେବନ କଲେ ଝାଡ଼ା ବନ୍ଦ ହୋଇଯାଇଥାଏ । ମୂତ୍ରକୁଚ୍ଛ: ଅଳେଇଚ ମଞ୍ଜି ଚୂର୍ଣ୍ଣ ସହିତ ସମାନ ମାତ୍ରାରେ ମିଶ୍ରୀ ଚୂର୍ଣ୍ଣ ମିଶାଇ ସେଥିରୁ ୨-୩ ଗ୍ରାମ ମାତ୍ରାରେସକାଳ ଓ ସନ୍ଧ୍ୟାରେ ସେବନ କଲେ ମୂତ୍ରକୁଚ୍ଛ ଦୂର ହୋଇଥାଏ । ବଡ଼ ଅଳେଇଚ ମଞ୍ଜି ୧୧ଟିକୁ ଚୂର୍ଣ୍ଣ କରି ୨୫୦ ଗ୍ରାମ ପାଣି ଓ ୨୫୦ ଗ୍ରାମ କ୍ଷୀର ସହିତ ଗରମ କରି ଖାଲି କ୍ଷୀର ରହିଲେ ଥଣ୍ଡା କରି ଛାଣି ଅଳ୍ପ ମିଶ୍ରୀ ଗୁଣ୍ଡ ମିଶାଇ ଦିନରେ ୩-୪ ଥର ପିଆଇଲେ ପରିସ୍ରା ଖୋଲା ଭାବେ ହୋଇଥାଏ ଓ ଜ୍ୱଳନ ବନ୍ଦ ହୋଇଥାଏ । ନଫୁସକତା: ଅଳେଇଚ ମଞ୍ଜି ଚୂର୍ଣ୍ଣ ଓ ଶ୍ୱେତ ମୁଶଳୀ ଚୂର୍ଣ୍ଣକୁ ମିଶ୍ରୀ ଚୂର୍ଣ୍ଣରେ ମିଶାଇ ସେଥିରୁ ୨-୩ ଗ୍ରାମ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ ନିୟମିତ ସେବନ କଲେ ବିଶେଷ ଲାଭ ମିଳିଥାଏ । ପଥୁରୀ: ଅଳେଇଚ ମଞ୍ଜି ଚୂର୍ଣ୍ଣ, ୩ ଗ୍ରାମକୁ ସୋରିଷ ବଟାରେ ମିଶାଇ ନିୟମିତ ସବେନ କଲେ ଯକୃତ ଜନୀତ ରୋଗ ଦୂର ହୋଇଥାଏ । ଅଳେଇଚ ଚୂର୍ଣ୍ଣ ୧-୨ ଗ୍ରାମ ନିୟମିତ ସେବନ କଲେ ମଧ୍ୟ ଲାଭ ମିଳିଥାଏ । ଜ୍ୱର: ଅଳେଇଚ ମଞ୍ଜି ୨ ଭାଗ, ବେଲଗଛ ମୂଳର ଛେଲି ୧ ଭାଗକୁ ଚୂର୍ଣ୍ଣ କରି ସେଥିରୁ ଏକ ଚାମଚ ଚୂର୍ଣ୍ଣକୁ କ୍ଷୀର ଓ ପାଣି ସମାନ ମାତ୍ରାରେ ନେଇ ମିଶାଇ ଗରମ କରି ଖାଲି କ୍ଷୀର ରହିଲେ ଥଣ୍ଡା କରି ଛାଣି ସେଥିରୁ ୨୦ ମି.ଲି. ମାତ୍ରାରେ ଦିନରେ ତିନିଥର ସେବନ କଲେ ସମସ୍ତ ପ୍ରକାର ଜ୍ୱର ଭଲ ହୋଇଥାଏ । ହୃଦରୋଗ: ବଡ଼ ଅଳେଇଚ ଓ ଅର୍ଜୁନ ଛେଲିକୁ କୁଟି ୪୦୦ ଗ୍ରାମ ପାଣିରେ ସିଝାଇ ପାଣି ୧୦୦ ଗ୍ରାମ ରହିଲେ ଥଣ୍ଡା କରି ଛାଣି ପିଇଲେ ହୃଦରୋଗରେ ଲାଭ ମିଳିଥାଏ । ବାତ ରୋଗ: ଅଳେଇଚ ଚୂର୍ଣ୍ଣ ୧-୨ ଗ୍ରାମ ମାତ୍ରାରେ ସେବନ କଲେ ଗଣ୍ଠିବାତରେ ଲାଭ ମିଳିବ ।

RELATED BY

  • ଅଦା ଓ ଶୁଣ୍ଠିର ଉପକାରୀତା

    Share this:ଅଦା ଭାରତବର୍ଷର ସବୁ ଜାଗାରେ ମିଳିଥାଏ । ଏହା ମାଟି ତଳେ ଫଳିଥାଏ କଞ୍ଚା ଅବସ୍ଥାରେ ଏହାକୁ ଅଦା କୁହନ୍ତି ଓ ଶୁଖିଲା ଅବସ୍ଥାରେ ଏହାକୁ ଶୁଣ୍ଠି କୁହନ୍ତି । ଅପସ୍ମାର: ଅଦା ଓ ରସୁଣକୁ ବାଟି କପଡ଼ାରେ...
  • Odisha is Committed to Fulfil Healthcare Needs of Poor People : CM

    Share this:Bhubaneswar: The Odisha Government today signed an MoU with Prasanti Medical Services and Research Foundation for extention of free Cardiac treatment services to the poor and needy children...
  • Pandemic impact on mental health : Dr. A.Singh

    Share this:Bhubaneswar:The Covid-19 pandemic has seriously affected people’s mental health requiring medical and psychological support says Eminent Psychologist Dr. A.Singh engaged in counseling. “The psychological impact of Covid-19 has...
  • ଦେଶରେ ଜିମ୍ ଏବଂ ଜିମ୍ନାସିୟମ୍ ଖୋଲିବା ଉଚିତ

    Share this:ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଅନେକ ଯୁବକ ଚାକିରି ହରାଇଛନ୍ତି । ବର୍ତମାନ ଦେଶବ୍ୟାପୀ ତାଲା ଖୋଲାଯାଇ ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ସାରା ଦେଶରେ ଜିମ୍ ଏବଂ ଜିମ୍ନାସିୟମ୍ ବନ୍ଦ ହେବା ଠିକ୍...