ସହୀଦ୍ ଚାଷୀଙ୍କ ପରିବାରକୁ ୧କୋଟି ଟଙ୍କା ସହାୟତା ରାଶି ଦେବାକୁ ଦାବୀ

ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର

Share this:

ଭୁବନେଶ୍ୱର: ଦେଶର ଅଶୀକୋଟିର ଉର୍ଦ୍ଧ୍ୱ କୃଷକ ପରିବାର ଓ ସାଧାରଣ ଖାଉଟିମାନଙ୍କ ହିତରେ ଆସୁ ନ ଥିବା କେନ୍ଦ୍ର ସରକାରଙ୍କ ତିନୋଟି କଳା କୃଷି ଆଇନ ତୁରନ୍ତ ପ୍ରତ୍ୟାହାର,ଏମ୍‌.ଏସ୍‌.ପିରେ ଆଇନଗତ ଗ୍ୟାରେଣ୍ଟି ସହିତ ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା ୫୨ଜଣ ସହୀଦ୍ କୃଷକମାନଙ୍କ ପରିବାରକୁ ସରକାରଙ୍କପକ୍ଷରୁ ଏକ କୋଟି ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକ ଦାବୀ କରିଛନ୍ତି । ଏହି ଆଇନ ତିନୋଟିରେ ସର୍ବନିମ୍ନ ସହାୟକ ମୂଲ୍ୟ, ମଣ୍ଡି, ଚୁକ୍ତିଭିତ୍ତିକ ଚାଷ ଓ ଅତ୍ୟାବଶ୍ୟକ ସାମଗ୍ରୀ କ୍ଷେତ୍ରରେ ଚାଷୀ ଓ ଖାଉଟିଙ୍କ ସ୍ୱାର୍ଥ ପାଇଁ କିଛି ନୂତନତ୍ୱ ନ ଥିବା ବେଳେ ଏହି ଆଇନ ସମ୍ପର୍କରେ ଚାଷୀକୁଳ ବହୁ ସନ୍ଦେହ ଘେରରେ ରହିଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଦଳ ପକ୍ଷରୁ ଖୋଦ୍ ନରେନ୍ଦ୍ର ମୋଦୀ ସ୍ୱାମୀନାଥନ କମିଟି ସୁପାରିଷ କ୍ରମେ ଏମ୍‌.ଏସ୍‌.ପି ଦେଢ଼ଗୁଣା ବୃଦ୍ଧି କରାଯିବା ପାଇଁ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ୨୦୧୫ରେ କେନ୍ଦ୍ର ବିଜେପି ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଏମ୍‌.ଏସ୍‌.ପି ଦେଢ଼ଗୁଣା ବୃଦ୍ଧି କରାଗଲେ ବଜାର ଦର ଓ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଆଫିଡ଼େଭିଟ୍ କରିଥିବା ଏହି ନୂତନ ଆଇନ ଚାଷୀଙ୍କ ସନ୍ଦେହକୁ ଦ୍ୱିଗୁଣିତ କରିଛି । ଦେଶର ୫୦୦ରୁ ଉର୍ଦ୍ଧ୍ୱ କୃଷକ ସଂଗଠନ ଦୀର୍ଘ ୪୦ ଦିନଧରି ଦିଲ୍ଲୀରେ ଶୀତ କାକରରେ ଖୋଲା ଆକାଶ ତଳେ ଆନ୍ଦୋଳନ କରୁଥିବା ବେଳେ ସରକାର ଅବିଳମ୍ବେଏହି ଆଇନଟିର ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ କରି କେବଳ ବିଦ୍ୟୁତ ତାରିଫ୍ ବୃଦ୍ଧି ଓ କୃଷି ବର୍ଯ୍ୟବସ୍ତୁ ଜ୍ୱଳନ ଲାଗି କୃଷକଙ୍କ କଠୋର ଦଣ୍ଡ ବ୍ୟବସ୍ଥାକୁ କୋହଳ ପାଇଁ କେବଳ ରାଜି ହୋଇଛନ୍ତି । କିନ୍ତୁ ପ୍ରକୃତ ଦାବୀଟିକୁ ପୁନଃର୍ବିଚାର ନ କରି କଳେବଳେ କୌଶଳେ ତିନୋଟି କୃଷି ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ ସରକାର ଜିଦ୍‌ରେ ଥିବା ବେଳେ ବର୍ତ୍ତମାନ ଚାଷୀଙ୍କ ସହିତ ଯେଉଁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ଏହା ଆମ ଦେଶର କୃଷି ଓ କୃଷକଙ୍କ ବିକାଶ କ୍ଷେତ୍ରରେ ଏକ ବିରାଟ ସମସ୍ୟା ସୃଷ୍ଟି ହେବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ, କାର୍ଯ୍ୟକାରୀ ଉପାଧ୍ୟକ୍ଷ ଶଶି ଭୂଷଣ ପାତ୍ର, ନିରଞ୍ଜନ ବେହେରା, ଯଶୋଦା ନନ୍ଦନ ସିଂହ, ନର ନାରାୟଣ ଜେନା, ବିଜୟ ସ୍ୱାଇଁ ପ୍ରମୁଖ କର୍ମକର୍ତ୍ତାମାନେ ଏହାର ପ୍ରତିବାଦ କରିଛନ୍ତି ।

RELATED BY