ପ୍ରଧାନମନ୍ତ୍ରୀଙ୍କ ନୂଆ କୃଷି ଆଇନରେ ସମୃଦ୍ଧ ହେବ ବାଙ୍କୀ ଅଞ୍ଚଳ

ମହାବିଦ୍ୟାଳୟ ୧୦୦ ବର୍ଷ ପୂରଣ କରିବା ଗୌରବମୟ କୀର୍ତିମାନ

Share this:

ନୂଆଦିଲ୍ଲୀ/ଭୁବନେଶ୍ୱର/କଟକ:ବାଙ୍କୀରେ ସାଧାରଣ ଲୋକଙ୍କ ଜୀବନରେ  ପରିବର୍ତନ ଆଣିବା ହିଁ ପ୍ରକୃତ ନେତୃତ୍ୱ ବୋଲି ବୁଧବାର ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠରଶତବାର୍ଷିକୀ ଉଦଘାଟନ ସମାରୋହରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ନେତୃତ୍ୱ ଏହାକୁ କୁହାଯିବ ଯେ ବାଙ୍କୀ ଅଞ୍ଚଳର ସାମାନ୍ୟ ଲୋକର ଜୀବନରେ ପରିବର୍ତନ ଆଣିବ । ଦଳ, ମତ, ବିଚାର ନିର୍ବିଶେଷରେ ଆମେ ଏହି ସାମାଜିକ ଦାୟିତ୍ୱ ପୂରା କରିବାର ଆବଶ୍ୟକତା ରହିଛି । ଏହି ବିଦ୍ୟା ମନ୍ଦିର ଏକବିଂଶ ଶତାବ୍ଦୀରେ ନୂଆ ଅଧ୍ୟାୟ ଆରମ୍ଭ କଲେ ହିଁ ନିଜ ଯଥାର୍ଥତାକୁ ସାଧିତ କରିବ । ଏହା ହିଁ ଶାନ୍ତି ନିକେତନର ପ୍ରେରଣା ଥିଲା ତଥା ମହାତ୍ମା ଗାନ୍ଧୀଙ୍କ ଚରଖା ଚଲାଇବା ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ହରେକୃଷ୍ଣ ମହତାବଙ୍କ ଇଁଚୁଡି ଠାରେ ଲବଣ ସତ୍ୟାଗ୍ରହର ଉଦ୍ଦେଶ୍ୟ ଥିଲା । ସେହିପରି ଏକବିଂଶ ଶତାବ୍ଦୀରେ ଟେକ୍ନୋଲୋଜି ମାଧ୍ୟମରେ ନୂଆ ଢ଼ାଂଚାରେ ବାଙ୍କୀକୁ ଏକ ଆଦର୍ଶ ତଥା କୃଷି ଅର୍ଥନୀତିରେ ପରିଣତ କରିବା ଦିଗରେ ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ପୂରାତନ ଓ ନୂତନ ଛାତ୍ରମାନେ ସାମୂହିକ ପ୍ରଚେଷ୍ଟା କରିବା ଦରକାର । ମହାନଦୀ ଅବବାହିକାରେ ପ୍ରାକୃତିକ ସୌନ୍ଦର୍ଯ୍ୟର ପୃଷ୍ଠଭୂମିରେ ଅବସ୍ଥିତ ମାଆ ଚର୍ଚ୍ଚିକାଙ୍କ ପୀଠ ପାଇଁ ଜଣାଶୁଣା ବାଙ୍କୀ ଅଞ୍ଚଳ ଉତ୍କଳୀୟ ପରମ୍ପରା, କଳା, ସାହିତ୍ୟ, ସଂସ୍କୃତି ଓ ଚଷାଚାଷୀର ମାଟି ସହ ଜଡ଼ିତ । ମହାବିଦ୍ୟାଳୟଟି ଆଜି ୧୦୦ ବର୍ଷ ପୂରଣ କରିବା ବିରଳ ତଥା ଗୌରବମୟ କୀର୍ତିମାନ ଏବଂ ପୂର୍ବଜ ମାନଙ୍କ ପ୍ରଚେଷ୍ଟାର ପ୍ରମାଣ । ବାଙ୍କୀର ପୂର୍ବଜ ତଥା ପୂର୍ବପୁରୁଷ ବରେନ୍ଦ୍ର କୃଷ୍ଣ ଅଧିକାରୀ ତଥା ଅନେକ  ବିଶିଷ୍ଟ ବ୍ୟକ୍ତିସମୂହଙ୍କ ପ୍ରଚେଷ୍ଟା ଯୋଗୁଁ ବାଙ୍କୀ ଉପଖଣ୍ଡରେ ବି.କେ ବିଦ୍ୟାପୀଠ ପ୍ରଥମେ ବାଙ୍କୀ – ଡ଼ମପଡ଼ା ହାଇସ୍କୁଲ ନାମରେ ପ୍ରତିଷ୍ଠା ହୋଇଥିଲା । ଡ଼ାକ୍ତର ଯୋଗେଶ ରାଉତ, ଜଷ୍ଟିସ୍ ଯୁଗଳ କିଶୋର ମହାପାତ୍ର, ବନବିହାରୀ ପଣ୍ଡା, ବାଉରୀବନ୍ଧୁ ନନ୍ଦ ଓ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ଏହି ବିଦ୍ୟାଳୟରୁ ପାଠ ପଢ଼ି ବାଙ୍କୀ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ବାଙ୍କୀ ଭଳି କୃଷି ପ୍ରଧାନ ଅଞ୍ଚଳକୁ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ କୃଷି ଆଇନ ପ୍ରଣୟନ କରାଯାଇଛି । ଏହି ନୂଆ କୃଷି ଆଇନରେ ବାଙ୍କୀର କୃଷି ଆତ୍ମନିର୍ଭର ତଥା ସ୍ୱାବଲମ୍ବୀ ହେବ, ବାହାର ବଜାରରେ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରି ସଠିକ୍ ମୂଲ୍ୟ ପାଇପାରିବ ଏବଂ କୃଷିକୁ ବ୍ୟବସାୟର ରୂପ ଦେଇପାରିବ । ସ୍ୱାଭାବିକ ପାଠପଢ଼ା ସହ କୃଷି ବ୍ୟବସାୟ ତଥା ବାଙ୍କୀରେ ଉତ୍ପାଦିତ ପନିପରିବାକୁ ବଜାର ସହ ଯୋଡ଼ିବା ପାଇଁ ବିଦ୍ୟାଳୟର ପୂରାତନ ଓ ଆଜିର ଛାତ୍ରମାନେ ବଦ୍ଧପରିକର ହେବା ଦରକାର । ଭାରତ ସରକାରଙ୍କ ନୂତନ ଶିକ୍ଷାନୀତି ୨୦୨୦ ସ୍କୁଲ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ବଡ ପଦକ୍ଷେପ । ଜ୍ଞାନ ସହ କୌଶଳକୁ ଯୋଡ଼ିବା ପାଇଁ ଏହି ଶିକ୍ଷାନୀତିରେ ପ୍ରାଥମିକତା ଦିଆଯାଇଛି । ଭୋକାଲ ଫର୍‌ ଲୋକାଲ ଓ ଆତ୍ମନିର୍ଭର ଭାରତ ଆନ୍ଦୋଳନରେ ନଆ ଶିକ୍ଷା ନୀତି ଆଧାରରେ ଏହି ଶହେ ବର୍ଷର ଶିକ୍ଷା ମନ୍ଦିର କିପରି ଆଦର୍ଶ ବିଦ୍ୟାଳୟ ହେବ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ।

RELATED BY

  • ଗଣତନ୍ତ୍ରକୁ କଣ୍ଠରୋଧ କରାଯାଉଛି : ନିରଞ୍ଜନ ପଟ୍ଟନାୟକ

    Share this:ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ଦିନ ପବିତ୍ର ସାଧାରଣତନ୍ତ୍ର ଦିବସ କଂଗ୍ରେସ ଭବନ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ...
  • ଓଡିଶା ପାଇଁ ଖୁସି ଓ ଗୌରବର ବିଷୟ

    Share this:ଭୁବନେଶ୍ୱର : ଚଳିତ ବର୍ଷ ଓଡିଶାର ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ଏବଂ ରଜତ କର, ନନ୍ଦ ପୃଷ୍ଟି, ଶାନ୍ତି...
  • ବିଧାୟକ ମୋହନ ମାଝୀ ମିଛୁଆ

    Share this:ଭୁବନେଶ୍ୱର : ଗତ ୧୭ ତାରିଖରେ କେନ୍ଦୁଝର ଗସ୍ତରେ ଯାଉଥିବା ବେଳେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ କିଛି ଅସାମାଜିକ ଯୁବକ ଆକ୍ରମଣ କରିଥିଲେ । ପରବର୍ତୀ ଅବସ୍ଥାରେ ସେମାନଙ୍କ ଭିତରୁ  ସଂଜୟ ମହାନ୍ତି...
  • ସମଲେଶ୍ବରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ଖୁବଶୀଘ୍ର ଆରମ୍ଭ କରାଯିବ : ୫-ଟି

    Share this:ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଙ୍ଗଳବାର ଦିନ...