ପିସିସି ସଭାପତିଙ୍କୁ ଆକ୍ରମଣ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

ଆକ୍ରମଣକାରୀ ବିଜେପିକୁ ସୁରକ୍ଷା ଦେଉଛି ବିଜେଡ଼ି

Share this:

ଭୁବନେଶ୍ୱର : ରବିବାର ଦିନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର କେନ୍ଦୁଝର ଯିବା ବେଳେ ରାତି ୮ଟାରେ କେନ୍ଦୁଝର ଟାଉନସ୍ଥିତ କାଶିପୁର ନିକଟରେ ୪ରୁ ୫ଜଣ ନିଶାଶକ୍ତ ବଦମାସ ବ୍ୟକ୍ତି ପିସିସି ସଭାପତିଙ୍କ ଗାଡ଼ିକୁ ଓଭରଟେକ କରି ଆଗରେ ଗାଡ଼ି ଅଟକାଇ ଆକ୍ରମଣ କରିବାକୁ ଉଦ୍ୟମ କଲେ । ସଭାପତିଙ୍କୁ ସୁରକ୍ଷା ଦେବାକୁ ଯାଇ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭର ଆଗକୁ ଆସିବାରୁ ଉକ୍ତ ୫ଜଣ ଅସାମାଜିକ ବ୍ୟକ୍ତି ତାଙ୍କ ମରଣାତ୍ମକ ଆକ୍ରମଣ କଲେ ଏବଂ ତାଙ୍କ ତଣ୍ଟି ଧରି ଚିପିଦେବା ବେଳେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଯାହାକି ଅତି ନିନ୍ଦନୀୟ ଘଟଣା ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ସୋମବାର ଦିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ରବିବାର ଦିନ ଘଟଣା ପରେ ସୁରକ୍ଷାକର୍ମୀ ଥାନାରେ ଏତଲା ଦେବାପରେ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରି ୫ଜଣ ପରିବର୍ତେ ଜଣକୁ ଗିରଫ କରିଛି ଯିଏକି କେନ୍ଦୁୂଝର ବିଜେପି ଯୁବ ମୋର୍ଚ୍ଚାର ଉପଦେଷ୍ଟା ବୋଲି ସ୍ୱୀକାର କରିଛି । ଏଥିରୁ ଜଣାପଡ଼ୁଛି ଏହି ଆକ୍ରମଣ ଘଟଣା ବିଜେପି ଦ୍ୱାରା ପ୍ରାୟୋଜିତ । ପିସିସି ସଭାପତିଙ୍କୁ ଆକ୍ରମଣ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଶ୍ରୀ ଜେନା କହିଛନ୍ତି । ସେହିପରି ସବୁ ଦେଖି ନ ଦେଖିଲା ଭଳି ବିଜେଡ଼ି ବିଜେପିକୁ ସୁରକ୍ଷା ଦେଉଛି । ତେଣୁ ଏ ପ୍ରରୀପ୍ରେକ୍ଷୀରେ ପୋଲିସର ଏଭଳି ଆଭିମୁଖ୍ୟକୁ ଦୃଢ଼ ନିନ୍ଦା କରିବା ସହ ବିଜେଡ଼ି ଓ ବିଜେପି ମିଶି ରାଜ୍ୟରେ ରାଜନୈତିକ ହିଂସା କରିଚାଲିଛନ୍ତି ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି । ଏଭଳି କାର୍ଯ୍ୟକଳାପକୁ କଂଗ୍ରେସ ପକ୍ଷରୁ ଆଉ ବରଦାସ୍ତ କରାଯିବ ନାହିଁ । ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଆଜି ସାରା ରାଜ୍ୟରେ ସମସ୍ତ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କଂଗ୍ରେସ କେବେ ହିଂସାକୁ ପ୍ରଶୟ ଦିଏ ନାହିଁ ଅହିଂସାକୁ ବିଶ୍ୱାସ କରେ । ବିଜେଡ଼ି ଓ ବିଜେପି ମିଶି ହିଂସାକୁ ପ୍ରଶୟ ଦେଇ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି ଆଗାମୀ ଦିନରେ ଏହାର ଦୃଢ଼ ଯବାବ ଦେବ ବୋଲି ଶ୍ରୀ ଜେନା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବିଧାୟକ ତାରାପ୍ରସାଦ ବାହିନୀ ପତି ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦାକରି ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୁଦ୍ଧରେ ଏନ୍‌ଏସ୍ ଏ ଲାଗୁ କରିବାକୁ ଦାବି କରିଛନ୍ତି । ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ଏହି ଉକ୍ତି କହି ବିଜେଡ଼ି ଓ ବିଜେପି ଏକ ବୋଲି ଶ୍ରୀ ବାହିନୀପତି କହିଛନ୍ତି । ଚାଷୀ ସମସ୍ୟା ନେଇ ବିଜେପି ବିଚଳିତ ଥିବା ବେଳେ ତ୍ରିପୁରାର ପିସିସି ସଭାପତିଙ୍କୁ ଆକ୍ରମଣ ଘଟଣା ୨୪ ଘଣ୍ଟା ନପୁରୁଣୁ ଓଡ଼ିଶା ପିସିସି ସଭାପତିଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ ଘଟଣା ବିଜେପି ପ୍ରାୟୋଜିତ ବୋଲି ସେ କହିଛନ୍ତି । ବର୍ତ୍ତମାନ ଦେଶରେ ଚାଷୀ ସମସ୍ୟା ଦେଖାଦେଇଛି । ସେହିପରି ଉପସ୍ଥିତ ଥିବା କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ସରକାରଙ୍କୁ ଚେତାବନି ଦେଇଛନ୍ତି ଆଗାମୀ ଦିନରେ ଏଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦିଏ ତେବେ କଂଗ୍ରେସ ଚୁପ ନରହି ଦୃଢ଼ ଯବାବ ଦେବ ଏବଂ ରାଜ ରାସ୍ତାକୁ ଓହ୍ଲାଇ ଜୋରଦାର ଆନ୍ଦୋଳନ କରିବ । ଏହି ପ୍ରରୀପ୍ରେକ୍ଷୀରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନାଙ୍କ ନେତୃତ୍ୱରେ ଏକ ପିସିସି ପ୍ରତନିଧି ଦଳ ଡିଜିପି ଶ୍ରୀ ଅଭୟଙ୍କୁ ଭେଟି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବୀ ଏବଂ ନ୍ୟାୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ପତ୍ର ପ୍ରଦାନ କରିଥଲେ । ଏହି ଦାବି ପତ୍ରରେ ଉକ୍ତ ଘଟଣା କେବଳ କେନ୍ଦୁଝର ଜିଲ୍ଳାରେ ଆଲୋଡନ ସୃଷ୍ଟି କରିନାହିଁ ବରଂ ରାଜ୍ୟ ଓ ରାଜ୍ୟ ବାହାରେ ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ, ଓଡ଼ିଶାବାସୀ ତଥା ନିରଞ୍ଜନ ବାବୁଙ୍କୁ ଭଲ ପାଉଥିବା ବ୍ୟକ୍ତିମାନଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି ହୋଇଛି । ବ୍ୟକ୍ତିଗତ ସୁରକ୍ଷା କର୍ମୀ ନିକଟସ୍ତ କେନ୍ଦୁଝର ଥାନାରେ ଏତଲା ଦେବାପରେ ଜଣେ ବିଜେପି ଦଳର ଯୁବମୋର୍ଚ୍ଚାଙ୍କୁ ମାତ୍ର ଗରିଫ କରି ଅନ୍ୟ ସଂପୃକ୍ତ ଅସମାଜିକ ଯୁବକ ତଥା ମାଷ୍ଟର ମାଇଣ୍ଡକୁ ଗିରଫ ନକରିବା, ଗାଡ଼ିକୁ ଜବତ ନକରିବା ପୋଲିର ପାରିବା ପଣିଆକୁ ପଦାରେ ପକାଇଛି ବୋଲି ଏହି ପ୍ରତିନିଧି ମଣ୍ଡଳୀ ଡିଜିପିଙ୍କୁ ଅବଗତ କରାଇ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତାରା ପ୍ରସାଦ ବାହିନୀପତି, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ୟାସିର ନୱାଜ, ଗିରିବାଳା ବେହରା, ନିଶିକାନ୍ତ ମିଶ୍ର, ସୁବ୍ରତ ମହାପାତ୍ର, ଦୀପକ ମହାପାତ୍ର, ଅଶୋକ ସ୍ୱାଇଁ, ପ୍ରଶନ୍ନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

  • Share this:ପୁରୀ: ଶ୍ରୀମନ୍ଦିରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶ୍ରୀମନ୍ଦିର ପ୍ରଶାସନକୁ ବ୍ୟକ୍ତିଗତ ଭାବରେ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ସମଗ୍ର ହିନ୍ଦୁ ସମାଜ ବିଶେଷ...
  • Share this:ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୩୭,୧୯୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩,୩୪, ୫୧୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।  ୧୯୧୬ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା...
  • Share this:ଭୁବନେଶ୍ୱର: ମାନବୀୟ ବେଦନାକୁ ସମ୍ବେଦନାରେ ପରିଣତ କରେ ସାହିତ୍ୟ । କ୍ରନ୍ଦନକୁ ବନ୍ଦନରେ ରୂପାନ୍ତରିତ କରେ ସାହିତ୍ୟ । ସାହିତ୍ୟିକ ହେଉଛି ବାସ୍ତବରେ ନିଷ୍କାମ କର୍ମଯୋଗୀ । କୌଣସି ପ୍ରତ୍ୟାଶା ନରଖି ସେ ସମାଜର ହିତସାଧନ କରୁଥାଏ ବୋଲି...
  • Share this:ଭୁବନେଶ୍ୱର : ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ରାଷ୍ଟ୍ରୀୟ ଅନୁସୁଚିତ ଜନଜାତି ଆୟୋଗ ସଦସ୍ୟ ତଥା ପୂର୍ବତନ ସାଂସଦଶ୍ରୀ ଅନନ୍ତ ନାୟକଙ୍କ ପ୍ରଥମ ଓଡିଶା ଗସ୍ତ ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପୁଷ୍ପଗୁଚ୍ଛ ଦେଇ...
  • Share this:ପୁରୀ: ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି ପୁରୀ ଠାରେ ଗେଲ ଗ୍ୟାସ ଲିମିଟେଡ୍...

RELATED BY