ଜାନୁଆରୀ ୨୧ରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

: ମନ୍ତ୍ରୀ ଶ୍ରୀମତୀ ଦିଆନ

Share this:

ଭୁବନେଶ୍ୱର: ସୋମବାର ଦିନ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ପଞ୍ଚଦଶ ତୋଷାଳି ମେଳା ଆୟୋଜନ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀମତୀ ଦିଆନ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ପଞ୍ଚଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଚଳିତ ଜାନୁଆରୀ ୨୧ରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେଉଛି । ମେଳାରେ ଦେଶର ବିଭିନ୍ନ ସ୍ଥାନରୁ କାରିଗର, ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଏବଂ ହସ୍ତଶଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ । ଦେଶର ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ସ୍ନାୟୁ କେନ୍ଦ୍ର ଭୁବନେଶ୍ୱରରେ ପ୍ରତିବର୍ଷ ଜନତା ମଇଦାନରେ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆୟୋଜିତ ହୋଇଥାଏ । ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ଏକ ନିଆରା ସ୍ଥାନ ନିରୁପଣ କରିସାରିଛି ବୋଲି ମନ୍ତ୍ରୀ ଶ୍ରୀମତୀ ଦିଆନ କହିଛନ୍ତି । ବୁଣାକାର ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକି୍ର ନିମନ୍ତେ ଆବଶ୍ୟକୀୟ ବଜାର ସୃଷ୍ଟି କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାର ତଥା ତତ୍‌ସମ୍ବନ୍ଧୀୟ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରିବା ଏହି ମେଳାର ଆଭିମୁଖ୍ୟ । ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ କରିବା ଏବଂ କାରିଗର ଓ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ପ୍ରସ୍ତୁତି କୌଶଳ ଏବଂ ସୃଜନାତ୍ମକ ଜଟିଳତାକୁ ଲୋକମାନଙ୍କ ମଧ୍ୟରେ ପ୍ରଦର୍ଶନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଏହି ମେଳାର ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀମତୀ ଦିଆନ କହିଛନ୍ତି । ମନ୍ତ୍ରୀ ଶ୍ରୀମତୀ ଦିଆନ କହିଛନ୍ତି ଯେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟ ତଥା ଦେଶର କାରିଗର/ବୁଣାକାରଙ୍କୁ ମାର୍କେଟିଂ ପରିସର ପ୍ରଦାନ କରିବା । କୋଭିଡ୍‌-୧୯ ପ୍ରତିବନ୍ଧକ ହେତୁ କାରିଗର/ବୁଣାକାରମାନେ ସେମାନଙ୍କ ଉତ୍ପାଦର ମାର୍କେଟିଂ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ଥିବା କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର/କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ କରିଥିବା କୋଭିଡ୍‌-୧୯ ନିର୍ଦ୍ଦେଶାବଳୀକୁ କଡ଼ା ନଜରରେ ରଖି ଉତ୍ପାଦର ମାର୍କେଟିଂ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯିବ । ସାମାଜିକ ଦୂରତା ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ସୁରକ୍ଷା କର୍ମୀ ବିଭିନ୍ନ ବ୍ଲକ୍‌ରେ ନିୟୋଜିତ ହେବେ । ପ୍ରତ୍ୟେକ ପ୍ରବେଶ ଦ୍ୱାରରେ ଥର୍ମାଲ୍‌ ସ୍କି୍ରନିଂ କରାଯିବ । ନିୟମିତ ବ୍ୟବଧାନରେ ମେଳା ପରିସର ପରିମଳ ପାଇଁ ଉପଯୁକ୍ତ ଯନି ନିଆଯିବ । ମେଳା ପରିସରରେ ପ୍ରଦର୍ଶକ/ପରିଦର୍ଶକ ଏବଂ ଅଧିକାରୀଙ୍କ ପାଇଁ ମାସ୍କ ଏବଂ ସାମାଜିକ ଦୂରତା ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସମସ୍ତ କୋଭିଡ୍‌-୧୯ ପଦକ୍ଷେପଗୁଡ଼ିକ ପ୍ରଚାର ସାମଗ୍ରୀ ଯଥା ହୋର୍ଡିଂ/ଷ୍ଟାଣ୍ଡି ଇତ୍ୟାଦିରେ ଅନ୍ତର୍ଭୁକ୍ତ ହେବ । କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଉପରେ କଡ଼ା ନଜର ରଖିବା ପାଇଁ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି ।  ଏହି ବର୍ଷ ମେଳାକୁ ସୁଗମ୍ୟ ସହିତ ବୟସ୍କ ତଥା ଦିବ୍ୟାଙ୍ଗ ହିତପୋଯୋଗୀ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ହୁଇଲ୍‌ ଚେୟାର ସହିତ ଏକ ସ୍ୱତନ୍ତ୍ର ଡେସ୍କ, ପାର୍କିଂ ସ୍ଥାନ ବ୍ୟବସ୍ଥା କରାଯାଇଛି ଓ ମେଳା ପରିଦର୍ଶନ ପାଇଁ  ୩ଟାରୁ ୫ଟା ପର୍ଯ୍ୟନ୍ତ ଦିବ୍ୟାଙ୍ଗ ପରିଦର୍ଶକଙ୍କୁ ସହାୟତା ଯୋଗାଇବାର ବ୍ୟବସ୍ଥା ରହିବ । ଚଳିତ ବର୍ଷ ଏହି ମେଳାରେ ୨୫୦ଟି ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଷ୍ଟଲ ସ୍ଥାନିତ ହେବ ଯେଉଁଥିରୁ ଦେଶର ବିଭିନ୍ନ ରାଜ୍ୟରୁ ୪୦ ବୁଣାକାର/୪୦ କାରିଗର ବିକାଶ ଆୟୁକ୍ତ(ହସ୍ତତନ୍ତ)/ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ହୋଇଥିବା ସହିତ ୧୧୦ ଜଣ କାରିଗର ଏବଂ ୬୦ ଜଣ ବୁଣାକାରଙ୍କୁ ଯଥାକ୍ରମେ ରାଜ୍ୟ କୁଟୀର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଓଡ଼ିଶା ସରକାର ଏବଂ ରାଜ୍ୟ ହସ୍ତତନ୍ତ ନିର୍ଦ୍ଦେଶାଳୟ ଓଡ଼ିଶା ସରକାରଙ୍କ ତରଫରୁ ପ୍ରାୟୋଜିତ ହୋଇଛନ୍ତି । ପରିଦର୍ଶକଙ୍କ ସମାବେଶକୁ ଏଡ଼ାଇବା ପାଇଁ ଚଳିତ ବର୍ଷ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥିର ହୋଇନାହିଁ । ମେଳା ସବୁଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ମନ୍ତ୍ରୀ ଶ୍ରୀମତୀ ଦିଆନ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚଳିତ ୨୧ ତାରିଖ ଦିନ ସନ୍ଧ୍ୟା ୬ଟା ସମୟରେ ମନ୍ତ୍ରୀ ଶ୍ରୀମତୀ ଦିଆନ, ଭୁବନେଶ୍ୱର ସାଂସଦ ଏବଂ ଭୁବନେଶ୍ୱର ବିଧାୟକଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ମେଳା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ), ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ସହଭାଗିତାରେ ଅନୁଷ୍ଠିତ ହେଉଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ତରଫରୁ ଏହି ବୃହତ୍‌ ଜାତୀୟ ସ୍ତରର ମେଳାର ନମୁନା ପରିକଳ୍ପନା କରାଯାଇଛି ।

  • Share this:ପୁରୀ: ଶ୍ରୀମନ୍ଦିରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶ୍ରୀମନ୍ଦିର ପ୍ରଶାସନକୁ ବ୍ୟକ୍ତିଗତ ଭାବରେ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ସମଗ୍ର ହିନ୍ଦୁ ସମାଜ ବିଶେଷ...
  • Share this:ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୩୭,୧୯୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩,୩୪, ୫୧୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।  ୧୯୧୬ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା...
  • Share this:ଭୁବନେଶ୍ୱର: ମାନବୀୟ ବେଦନାକୁ ସମ୍ବେଦନାରେ ପରିଣତ କରେ ସାହିତ୍ୟ । କ୍ରନ୍ଦନକୁ ବନ୍ଦନରେ ରୂପାନ୍ତରିତ କରେ ସାହିତ୍ୟ । ସାହିତ୍ୟିକ ହେଉଛି ବାସ୍ତବରେ ନିଷ୍କାମ କର୍ମଯୋଗୀ । କୌଣସି ପ୍ରତ୍ୟାଶା ନରଖି ସେ ସମାଜର ହିତସାଧନ କରୁଥାଏ ବୋଲି...
  • Share this:ଭୁବନେଶ୍ୱର : ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ରାଷ୍ଟ୍ରୀୟ ଅନୁସୁଚିତ ଜନଜାତି ଆୟୋଗ ସଦସ୍ୟ ତଥା ପୂର୍ବତନ ସାଂସଦଶ୍ରୀ ଅନନ୍ତ ନାୟକଙ୍କ ପ୍ରଥମ ଓଡିଶା ଗସ୍ତ ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପୁଷ୍ପଗୁଚ୍ଛ ଦେଇ...
  • Share this:ପୁରୀ: ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି ପୁରୀ ଠାରେ ଗେଲ ଗ୍ୟାସ ଲିମିଟେଡ୍...

RELATED BY