ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଇଣ୍ଡିଆନ୍ ଅଏଲ ଓ ଏନଡ଼ିଏମସି ମଧ୍ୟରେ ଏମଓୟୁ

Share this:

ନୂଆଦିଲ୍ଲୀ/ଭୁବନେଶ୍ୱର: ଉର୍ଜାକୁ ଆତ୍ମନିର୍ଭର କରିବା ଓ ସ୍ୱଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପସ୍ୱରୂପ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେବର୍ଜ୍ୟବସ୍ତରୁ ଉର୍ଜା ଉତ୍ପାଦନ କରିବା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ(ଏନଡ଼ିଏମସି) ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ ଇଣ୍ଡିଆନ ଅଏଲ ଏବଂ ଏନଡ଼ିଏମସିକୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଏହି ପଦକ୍ଷେପ ଅନ୍ତର୍ଗତ ଉତର ଦିଲ୍ଲୀ ମହାନଗର ନିଗମର ରାଣିଖେରାରେ ଏକ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏହି ପ୍ଲାଣ୍ଟରେ ଉତ୍ତର ଦିଲ୍ଲୀର ସମସ୍ତ ବର୍ଜ୍ୟବସ୍ତୁ ବା କଠିନ ଅଳିଆ ଆବର୍ଜନାକୁ ଏକାଠୀ କରାଯାଇ ଏଥିରୁ ଇଣ୍ଡିଆନ ଅଏଲ ସହଯୋଗରେ ଇର୍ଜା ଉତ୍ପାଦନ କରାଯିବ । ଜୈବିକ ବର୍ଜ୍ୟରୁ ସିବିଜି ଉତ୍ପାଦନ କରାଯିବା ସହ ପ୍ଲାଷ୍ଟିକର ପୁନଃବ୍ୟବହାର କରାଯାଇ ପ୍ଲାଷ୍ଟିକ କିମ୍ବା ସିନଗ୍ୟାସ ଉତ୍ପାଦନରେ ବ୍ୟବହାର ହେଉଥିବା ରିଫ୍ୟୁଜ୍ ଡିରାଇଭଡ୍ ଫ୍ୟୁଏଲ(ଆରଡ଼ିଏଫ)ର ମଧ୍ୟ ଉତ୍ପାଦନ କରାଯିବ । ଏହି ପ୍ଲାଣ୍ଟ ରେ ଦୈନିକ ୨୫୦୦ ମିଲିୟନ ଟନର ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ କରାଯାଇ ଉର୍ଜା ଉତ୍ପାଦନ ହେବ । ମହାନଗର ନିଗମର କଠିନ ବର୍ଜ୍ୟବସ୍ତୁ(ଏମଏସଡବ୍ଲ୍ୟୁ)ର ପରିଚାଳନା ଦିଲ୍ଲୀରେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଏବଂ ପ୍ରସ୍ତାବିତ ଏହି ପ୍ଲାଣ୍ଟ ଏହାର ସମାଧାନ କରିବା ସହ ଦିଲ୍ଲୀକୁ ସବୁଜ ଇନ୍ଧନ ମାର୍ଗରେ ନେବ । ସଙ୍କୋଚିତ ବାୟୋଗ୍ୟାସ୍ କିମ୍ବା ସିବିଜି ସମେତ ବିଭିନ୍ନ ରୂପରେ ବିକଳ୍ପ ଶକ୍ତି ଉତ୍ପାଦନ ପାଇଁ ଜୈବ ଇନ୍ଧନର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରି ଇନ୍ଧନ ଉପରେ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ । ଏହି ଏମଓୟୁ କାର୍ଯ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବାଇଜଲ, ଏନଡ଼ିଏମସିର ମେୟର ଜୟ ପ୍ରକାଶ, ଏନଡ଼ିଏମସିର କମିଶନର ଜ୍ଞାନେଶ ଭାରତୀ, ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଏସ.ଏମ ବୈଦ୍ୟ ଏବଂ ଇଣ୍ଡିଆନ ଅଏଲ ଓ ଏନଡ଼ିଏମସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

  • Share this:ପୁରୀ: ଶ୍ରୀମନ୍ଦିରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶ୍ରୀମନ୍ଦିର ପ୍ରଶାସନକୁ ବ୍ୟକ୍ତିଗତ ଭାବରେ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ସମଗ୍ର ହିନ୍ଦୁ ସମାଜ ବିଶେଷ...
  • Share this:ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୩୭,୧୯୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩,୩୪, ୫୧୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।  ୧୯୧୬ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା...
  • Share this:ଭୁବନେଶ୍ୱର: ମାନବୀୟ ବେଦନାକୁ ସମ୍ବେଦନାରେ ପରିଣତ କରେ ସାହିତ୍ୟ । କ୍ରନ୍ଦନକୁ ବନ୍ଦନରେ ରୂପାନ୍ତରିତ କରେ ସାହିତ୍ୟ । ସାହିତ୍ୟିକ ହେଉଛି ବାସ୍ତବରେ ନିଷ୍କାମ କର୍ମଯୋଗୀ । କୌଣସି ପ୍ରତ୍ୟାଶା ନରଖି ସେ ସମାଜର ହିତସାଧନ କରୁଥାଏ ବୋଲି...
  • Share this:ଭୁବନେଶ୍ୱର : ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ରାଷ୍ଟ୍ରୀୟ ଅନୁସୁଚିତ ଜନଜାତି ଆୟୋଗ ସଦସ୍ୟ ତଥା ପୂର୍ବତନ ସାଂସଦଶ୍ରୀ ଅନନ୍ତ ନାୟକଙ୍କ ପ୍ରଥମ ଓଡିଶା ଗସ୍ତ ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପୁଷ୍ପଗୁଚ୍ଛ ଦେଇ...
  • Share this:ପୁରୀ: ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି ପୁରୀ ଠାରେ ଗେଲ ଗ୍ୟାସ ଲିମିଟେଡ୍...

RELATED BY