ବିଶ୍ୱର କଲ୍ୟାଣ ପାଇଁ ସ୍ୱଚ୍ଛ ଉର୍ଜାକୁ ପ୍ରାଥମିକତା ଦେଉଛି ଭାରତ : ଧର୍ମେନ୍ଦ୍ର ପ୍ରଧାନ

ବିଦେଶୀ ରାଷ୍ଟ୍ର ମାନଙ୍କ ସହ ଭାରତ ଉର୍ଜା ସମ୍ପର୍କ ମଜବୁତ୍ ହୋଇଛି

Share this:

ନୂଆଦିଲ୍ଲୀ/ଭୁବନେଶ୍ୱର: ଆମେରିକା ଏବଂ ଚୀନ ପରେ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର ଭାରତ କେବଳ ଦେଶବାସୀଙ୍କ ପାଇଁ ନୁହେଁ ବରଂ ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ସ୍ୱଚ୍ଛ ଓ ସବୁଜ ଉର୍ଜାକୁ ସର୍ବାଧିକ ପ୍ରାଥମିକତା ଦେଉଅଛି ବୋଲି ଆଟଲାଂଟିକ୍ କାଉନସିଲ୍ ଏନର୍ଜି ଫରୋମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘୨୦୨୧ ଗ୍ଲୋବାଲ ଏନର୍ଜି ଏଜେଣ୍ଡା’ ଶୀର୍ଷକ ଉପରେ ଆୟୋଜିତ ଏହି ଆଲୋଚନା କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଭାରତ ଗ୍ୟାସ ଆଧାରିତ ଅର୍ଥନୀତି ଅର୍ଥବ୍ୟବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଏଥିପାଇଁ ତୃଣମୂଳ ସ୍ତରରେ ଅନେକ ଯୋଜନା ମାନ ପ୍ରସ୍ତୁତ କରାଯାଇଛି । ଦେଶରେ ଗ୍ୟାସ ଭିତିଭୂମିକୁ ସୁଦୃଢ କରିବା ପାଇଁ ବିଗତ ବର୍ଷ ମାନଙ୍କରେ ଅନେକ ଗୁଡ଼ିଏ ସଂସ୍କାର ଅଣାଯାଇଛି । ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଆମେ ଉର୍ଜା ସଂରକ୍ଷଣକୁ ପ୍ରାଥମିକତା ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେରିକା ସମେତ ବିଦେଶୀ ରାଷ୍ଟ୍ର ମାନଙ୍କ ସହ ଭାରତର ଉର୍ଜା ସମ୍ପର୍କ ବହୁଗୁଣା ବା ମଜବୁତ୍ ହୋଇଛି । ଭାରତ ସରକାର ଉର୍ଜା ସଂରକ୍ଷଣକୁ ପ୍ରାଥମିକତା ଦେବା ସହ ସବୁଜ ଇନ୍ଧନ କିମ୍ବା ବିକଳ୍ପ ଉର୍ଜା ସମେତ ସୌର ଉର୍ଜାକୁ ବଢାଇବା ପାଇଁ ଉଦ୍ୟମ କରୁଛନ୍ତି । ଅତ୍ୟାଧୁନିକ ଉପାୟରେ ଟେକ୍ନୋଲୋଜି ଜରିଆରେ ପେଟ୍ରୋଲ ଏବଂ ଡିଜେଲ ସହ ହାଇଡ୍ରୋଜେନ୍ ବ୍ଲେଣ୍ଡି କରାଯାଇ ସ୍ୱଚ୍ଛ ଇନ୍ଧନ ତିଆରି କରାଯାଉଛି । ଜୈବ ଇନ୍ଧନ, ଇଥାନଲ ବ୍ଲେଣ୍ଡିଂ, ଆନୁଷଙ୍ଗିକ ବ୍ୟବସ୍ଥା ଓ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛ ଇନ୍ଧନକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

  • Share this:ପୁରୀ: ଶ୍ରୀମନ୍ଦିରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶ୍ରୀମନ୍ଦିର ପ୍ରଶାସନକୁ ବ୍ୟକ୍ତିଗତ ଭାବରେ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ସମଗ୍ର ହିନ୍ଦୁ ସମାଜ ବିଶେଷ...
  • Share this:ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୩୭,୧୯୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩,୩୪, ୫୧୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।  ୧୯୧୬ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା...
  • Share this:ଭୁବନେଶ୍ୱର: ମାନବୀୟ ବେଦନାକୁ ସମ୍ବେଦନାରେ ପରିଣତ କରେ ସାହିତ୍ୟ । କ୍ରନ୍ଦନକୁ ବନ୍ଦନରେ ରୂପାନ୍ତରିତ କରେ ସାହିତ୍ୟ । ସାହିତ୍ୟିକ ହେଉଛି ବାସ୍ତବରେ ନିଷ୍କାମ କର୍ମଯୋଗୀ । କୌଣସି ପ୍ରତ୍ୟାଶା ନରଖି ସେ ସମାଜର ହିତସାଧନ କରୁଥାଏ ବୋଲି...
  • Share this:ଭୁବନେଶ୍ୱର : ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ରାଷ୍ଟ୍ରୀୟ ଅନୁସୁଚିତ ଜନଜାତି ଆୟୋଗ ସଦସ୍ୟ ତଥା ପୂର୍ବତନ ସାଂସଦଶ୍ରୀ ଅନନ୍ତ ନାୟକଙ୍କ ପ୍ରଥମ ଓଡିଶା ଗସ୍ତ ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପୁଷ୍ପଗୁଚ୍ଛ ଦେଇ...
  • Share this:ପୁରୀ: ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି ପୁରୀ ଠାରେ ଗେଲ ଗ୍ୟାସ ଲିମିଟେଡ୍...

RELATED BY