ଅଚ୍ୟୁତାନନ୍ଦ ବିଦ୍ୟାପୀଠର ୧୯୯୩ ମସିହା ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ

ମେଧାବି ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ପାଣ୍ଠି ସଂଗ୍ରହ ହେବ

Share this:

ଭୁବନେଶ୍ୱର: ନେମାଳ ଅଚ୍ୟୁତାନନ୍ଦ ବିଦ୍ୟାପୀଠର ୧୯୯୩ ମସିହା ଦଶମ ଶ୍ରେଣୀ ବ୍ୟାଚର ଏକ ପ୍ରାରମ୍ଭିକ ବନ୍ଧୁମିଳନ ଉତ୍ସବ ଚିତ୍ରୋତ୍ପଳା ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଛାତ୍ର ଅଧ୍ୟାପକ ବିନୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମସ୍ତ ପୁରାତନ ଛାତ୍ର ମାନେ ଯୋଗଦେଇ ସାମାଜିକ ଉନ୍ନତି ମୁଳକ କାର୍ଯ୍ୟ କରିବା ସହିତ ବିଦ୍ୟାଳୟର ଉନ୍ନତି ସଂପର୍କରେ ଆଲୋଚନା କରିଥିଲେ । ପରେ ପୁରାତନ ଛାତ୍ରଛାତ୍ରୀ ମାନେ ମେଧାବି ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ପାଣ୍ଠି ସଂଗ୍ରହରେ ସହାୟତା ପ୍ରଦାନ କରିବା ସହିତ ବିଦ୍ୟାଳୟ ପରିସରରେ ଏକ ନିଆରା ବଗିଚା କରାଯିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଦେଇଥିଲା । ପରେ ପ୍ରାକ୍ତନ ଛାତ୍ର ସ୍ମୃତି ରଞ୍ଜନ ବାରିକ,ପ୍ରହଲ୍ଲାଦ ପୁଝାରୀ,ଅଶ୍ବବି କୁମାର ସାହୁ,ଅଧ୍ୟାପକ ସୂର୍ଯ୍ୟନାରାୟଣ ସ୍ବାଇଁ ଶ୍ରୀକାନ୍ତ ବାରିକ ପ୍ରମୁଖଙ୍କ ପ୍ରସ୍ତାବ କ୍ରମେ ବିଦ୍ୟାଳୟର ହୀରକ ଜୟନ୍ତି ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆସନ୍ତା ମାସରେ କରାଇବା ପାଇଁ ଆଲୋଚନା କରାଯାଇଥିଲା । ଏହି ଉତ୍ସବରେ ବିଶ୍ଵନ୍ଧୁ ମହାରଣା,ବଟକୃଷ୍ଣ ସାମଲ,ଜିତରଞ୍ଜନ ସାହୁ,ରଶ୍ମିରଞ୍ଜନ ଲେଙ୍କା,ବଟକୃଷ୍ଣ ସାହୁ, ସାଗର ନାୟକ,ଜୟପ୍ରକାଶ ମହାନ୍ତି ,ଦୀପ୍ତି ସାହୁ ମନୋରମା ଦାସ,ଭକ୍ତି ଦାସ,ଝରଣା ଦାସ, ଭାଗ୍ୟଲକ୍ଷ୍ମୀ ମହାପାତ୍ର, ଅନୁସୟା ମହାପାତ୍ର,ଅପୁର୍ଣ୍ଣା ସାହୁ ପ୍ରତିମା ଦାସ,ନିରୁପମା ସାହୁ,ଶାନ୍ତିଲତା ନାୟକ ,ସେକ ନାସିର ଉଦିନ୍,ଅରୁଣ କୁମାର ବେହେରା,ଦେବେନ୍ଦ୍ର ରଣା,ଭୈରବ କାସ୍ତା ପ୍ରମୁଖ ନିଜ ମତାମତ ରଖିଥିବା ବେଳେ ତିଲକଣା ଗ୍ରାମ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ପ୍ରାକ୍ତନ ଛାତ୍ର ବିଶ୍ଵନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

  • Share this:ପୁରୀ: ଶ୍ରୀମନ୍ଦିରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶ୍ରୀମନ୍ଦିର ପ୍ରଶାସନକୁ ବ୍ୟକ୍ତିଗତ ଭାବରେ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ସମଗ୍ର ହିନ୍ଦୁ ସମାଜ ବିଶେଷ...
  • Share this:ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୩୭,୧୯୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩,୩୪, ୫୧୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।  ୧୯୧୬ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା...
  • Share this:ଭୁବନେଶ୍ୱର: ମାନବୀୟ ବେଦନାକୁ ସମ୍ବେଦନାରେ ପରିଣତ କରେ ସାହିତ୍ୟ । କ୍ରନ୍ଦନକୁ ବନ୍ଦନରେ ରୂପାନ୍ତରିତ କରେ ସାହିତ୍ୟ । ସାହିତ୍ୟିକ ହେଉଛି ବାସ୍ତବରେ ନିଷ୍କାମ କର୍ମଯୋଗୀ । କୌଣସି ପ୍ରତ୍ୟାଶା ନରଖି ସେ ସମାଜର ହିତସାଧନ କରୁଥାଏ ବୋଲି...
  • Share this:ଭୁବନେଶ୍ୱର : ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ରାଷ୍ଟ୍ରୀୟ ଅନୁସୁଚିତ ଜନଜାତି ଆୟୋଗ ସଦସ୍ୟ ତଥା ପୂର୍ବତନ ସାଂସଦଶ୍ରୀ ଅନନ୍ତ ନାୟକଙ୍କ ପ୍ରଥମ ଓଡିଶା ଗସ୍ତ ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପୁଷ୍ପଗୁଚ୍ଛ ଦେଇ...
  • Share this:ପୁରୀ: ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି ପୁରୀ ଠାରେ ଗେଲ ଗ୍ୟାସ ଲିମିଟେଡ୍...

RELATED BY