କର୍ପୂରର ଉପକାରୀତା

ଏହାର ଅନେକ ଔଷଧୀୟ ଗୁଣ ଅଛି

Share this:

କର୍ପୂର ଏକ ବଡ଼ ଧରଣର ଗଛ । ଏହାର କାଠରୁ କର୍ପୂର ବାହାର କରାଯାଏ । ଏହି କର୍ପୂରକୁ ଶ୍ରୀକର୍ପୂର ମଧ୍ୟ କୁହନ୍ତି । ଏହା ଖାଦ୍ୟ ପଦାର୍ଥରେ ମଧ୍ୟ ବ୍ୟବହାର କରାଯାଇଥାଏ । କର୍ପୂର ଧୂଆଁ ଜୀବାଣୁ ନାଶକ ଅଟେ । ଏହାକୁ ଠାକୁରଙ୍କ ନିକଟରେ ଆଳତୀରେ ବ୍ୟବହାର କରାଯାଏ । ଏହାର ଅନେକ ଔଷଧୀୟ ଗୁଣ ଅଛି, ତାହା ନିମ୍ନରେ ଦିଆଗଲା ।

ମୁଣ୍ଡ ବିନ୍ଧା: କର୍ପୂର ଛେଲିକୁ ଘୋରି ମଥାରେ ଲେପ ଦେଲେ ମୁଣ୍ଡ ବିନ୍ଧା ଦୂର ହୁଏ । ଘା’ରୋଗ: କର୍ପୂର ପତ୍ରକୁ ପାଣିରେ ସିଝାଇ ସେହି ପାଣିରେ ଘା’କୁ ଧୋଇଲେ ଶୀଘ୍ର ଶୁଖିଯାଏ । ଶ୍ୱାସ ଯୋଗୁଁ ନିଶ୍ୱାସ ନେବାକୁ କଷ୍ଟ ହେଉଥିଲେ: ଶ୍ରୀ କର୍ପୂରକୁ ଖଣ୍ଡିଏ କନାରେ ପୁଟୁଳି ବାନ୍ଧି ବେକରରେ ଓହଳାଇ ଦେଲେ ନିଶ୍ୱାସ ନେବାରେ କଷ୍ଟ ଦୂର ହୋଇଥାଏ । କୌଣସି ଜାଗା ଫୁଲିଥିଲେ କିମ୍ବା ଗଲୁ ହେଉଥିଲେ: କର୍ପୂର ପତ୍ରକୁ ବାଟି ରସ ବାହାର କରି ଲଗାଇଲେ ଫୁଲା ଓ ଗଲୁ ଭଲ ହୋଇଯାଏ । କର୍ପୂର ପତ୍ରକୁ ପାଣିରେ ସିଝାଇ ଫୁଲା ଜାଗାରେ ସେକଦେଲେ ଫୁଲା କମିଯାଏ । ଅର୍ଶ ରୋଗ: ଖଣ୍ଡିଏ ପାଚିଲା କଦଳୀ ଗିଳି ପାରିଲା ଭଳି ନେଇ କଣା କରି ତା’ ଭିତରେ ଦୁଇଟି ଗୋଟା ମୁଗ ସମାନ ଶ୍ରୀକର୍ପୂର ପୂରାଇ ସକାଳେ ଖାଲି ପେଟରେ ଗିଳିଦେବ । ଆଠଦିନ ଅପେକ୍ଷା କରିବ । ଯଦି ଭଲ ହୋଇନଥାଏ ତେବେ ଆଉଥରେ ସେହିଭଳି ଖାଇବ ଓ ଆଠଦିନ ଅପେକ୍ଷା କରିବ । ଯଦି ସଂପୂର୍ଣ୍ଣ ରୂପେ ଭଲ ହୋଇଯାଇଥାଏ ତେବେ ଆଉ ଖାଇବ ନାହିଁ । ଯଦି କିଛି ଅଂଶ ଆଉ ଥାଏ ତେବେ ଶେଷଥର ପାଇଁ ଆଉ ଥରେ ଖାଇବ । କର୍ପୂର ମାତ୍ରାରୁ ଅଧିକ ଖାଇବ ନାହିଁ କିମ୍ବା ତିନି ଥରରୁ ଅଧିକ ଖାଇବ ନାହିଁ । ଏହି ଔଷଧ ଖାଇଲା ବେଳେ ଆମିଷ ଓ ତମ୍ବାଖୁ ଖାଇବା ନିଷେଧ । ସୋରିଆସିସ୍‍ ବା ବିଇଁଚି: ଶହେ ଗ୍ରାମ ନଡ଼ିଆ ତେଲରେ ୧୦ ଗ୍ରାମ କର୍ପୂର ମିଶାଇ ଲଗାଇଲେ ଲାଭ ମିଳିଥାଏ । ଗଲୁ ବନ୍ଦ ହୋଇଯାଏ । କେଶ ରୋଗ: ୧୦୦ ଗ୍ରାମ ନଡ଼ିଆ ତେଲ କିମ୍ବା ରାଶିତେଲରେ ୧୦ ଗ୍ରାମ କର୍ପୂର ମିଶାଇ କେଶ ମୂଳରେ ମାଲିସ୍‍ କଲେ କେଶ ଉପୁଡ଼େ ନାହିଁ ଓ ରୂପୀ ମଧ୍ୟ ଦୂର ହୋଇଥାଏ । ପେଟ ରୋଗ: ପତଞ୍ଜଳୀ ଯୋଗପୀଠ ଦ୍ୱାରା ପ୍ରସ୍ତୁତ ଅମୃତ ଧାରାରୁ ୨ ବୁନ୍ଦ ଚିନିରେ ପକାଇ ଖାଇଲେ ପେଟବ୍ୟଥା ଓ ଗ୍ୟାସ ରୋଗରେ ଲାଭ ମିଳେ ।

RELATED BY

  • କଲରାର ଉପକାରୀତା

    Share this:କଲରା ଆମର ଅତି ପରିଚିତ । ଏହାକୁ ଆମ୍ଭେମାନେ ପରିବା ଆକାରରେ ବ୍ୟବହାର କରୁ । ଏହା ଏକ ଲତା ଜାତୀୟ ଗୁଳ୍ମ । ଏହାର ପତ୍ର ଓ ଫଳ ଅତ୍ୟନ୍ତ ପିତା ଅଟେ । କିନ୍ତୁ ଏହାର...
  • କଦଳୀର ଉପକାରୀତା

    Share this:କଦଳୀକୁ ସମସ୍ତେ ଜାଣନ୍ତି । ଏହାର ସମସ୍ତ ଅଂଶ ଲୋକମାନଙ୍କର କାମରେ ଆସିଥାଏ । ପାଚିଲା କଦଳୀ ଗୋଟିଏ ପୁଷ୍ଟିକର ଫଳ । କଞ୍ଚା କଦଳୀକୁ ତରକାରୀ କରି ଖିଆଯାଏ । ଏହାର ମଞ୍ଜା ଓ ଭଣ୍ଡାକୁ ମଧ୍ୟ...
  • ଅଳେଇଚର ଉପକାରୀତା

    Share this:ଅଳେଇଚକୁ କିଏ ନଜାଣେ । ଏହାର କଳାକଳା ମଞ୍ଜିର ସୁଗନ୍ଧିତ ବାସନା କାହାକୁ ବା ଭଲ ନଲାଗେ । ଏହା ରୋଷଇ ଘରଠାରୁ ଆରମ୍ଭ କରି ପାନ ଦୋକାନ ଓ ମିଠାଇ ଦୋକାନରେ ବିଶେଷ ଭାବରେ ବ୍ୟବହାର କରାଯାଏ;...
  • ଅଦା ଓ ଶୁଣ୍ଠିର ଉପକାରୀତା

    Share this:ଅଦା ଭାରତବର୍ଷର ସବୁ ଜାଗାରେ ମିଳିଥାଏ । ଏହା ମାଟି ତଳେ ଫଳିଥାଏ କଞ୍ଚା ଅବସ୍ଥାରେ ଏହାକୁ ଅଦା କୁହନ୍ତି ଓ ଶୁଖିଲା ଅବସ୍ଥାରେ ଏହାକୁ ଶୁଣ୍ଠି କୁହନ୍ତି । ଅପସ୍ମାର: ଅଦା ଓ ରସୁଣକୁ ବାଟି କପଡ଼ାରେ...