କଦଳୀର ଉପକାରୀତା

କଦଳୀ ପତ୍ରରେ ଖାଦ୍ୟ ଖାଇଲେ ଶାନ୍ତି ମିଳିଥାଏ

Share this:

କଦଳୀକୁ ସମସ୍ତେ ଜାଣନ୍ତି । ଏହାର ସମସ୍ତ ଅଂଶ ଲୋକମାନଙ୍କର କାମରେ ଆସିଥାଏ । ପାଚିଲା କଦଳୀ ଗୋଟିଏ ପୁଷ୍ଟିକର ଫଳ । କଞ୍ଚା କଦଳୀକୁ
ତରକାରୀ କରି ଖିଆଯାଏ । ଏହାର ମଞ୍ଜା ଓ ଭଣ୍ଡାକୁ ମଧ୍ୟ ଖାଦ୍ୟରେ ବ୍ୟବହାର କରାଯାଏ । କଦଳୀ ପତ୍ରରେ ଖାଦ୍ୟ ଖାଇଲେ ଶାନ୍ତି ମିଳିଥାଏ ଓ
କଦଳୀର ଶୁଖିଲା ପତ୍ର ଓ ବାହୁଙ୍ଗାକୁ ପୋଡ଼ି ପାଉଁଶ କରି ଲୁଗା ସଫା କରିବା କ୍ଷୀର ଆକାରରେ ମଧ୍ୟ ବ୍ୟବହାର କରାଯାଏ । ଏହା ବ୍ୟତୀତ କଦଳୀର
ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ।

ସ୍ନାୟୁ ରୋଗରେ: ପ୍ରତିଦିନ ଭୋଜନ ପରେ ଗୋଟିଏ ଲେଖାଏଁ ପାଚିଲା କଦଳୀ ଖାଇଲେ ସ୍ନାୟୁରୋଗରେ ଲାଭ ମିଳେ । ହଇଜା ରୋଗ: କଦଳୀ ବାହୁଙ୍ଗା ରସ ରୋଗୀକୁ ପିଆଇଲେ ହଇଜା ରୋଗରେ ଲାଭ ମିଳିଥାଏ । ମେହରୋଗ: ପାଚିଲା କଦଳୀ ଭିତରେ ୩ ବୁନ୍ଦ ଚନ୍ଦନ ତେଲ ପୁରାଇ କିଛିଦିନ ସେବନ କଲେ ମେହ ରୋଗ ଭଲ ହୋଇଥାଏ । ଅଫିମ ନିଶା: ଅଫିମ ନିଶା ଲୋକକୁ କଦଳୀ ବାହୁଙ୍ଗା ରସ ପିଆଇଲେ ନିଶା ଛାଡ଼ିଯାଏ । କଦଳୀକୁ ସମସ୍ତେ ଜାଣନ୍ତି । ଏହାର ସମସ୍ତ ଅଂଶ ଲୋକମାନଙ୍କର କାମରେ ଆସିଥାଏ । ପାଚିଲା କଦଳୀ ଗୋଟିଏ ପୁଷ୍ଟିକର ଫଳ । କଞ୍ଚା କଦଳୀକୁ ତରକାରୀ କରି ଖିଆଯାଏ । ଏହାର ମଞ୍ଜା ଓ ଭଣ୍ଡାକୁ ମଧ୍ୟ ଖାଦ୍ୟରେବ୍ୟବହାର କରାଯାଏ । କଦଳୀ ପତ୍ରରେ ଖାଦ୍ୟ ଖାଇଲେ ଶାନ୍ତି ମିଳିଥାଏ ଓ କଦଳୀର ଶୁଖିଲା ପତ୍ର ଓ ବାହୁଙ୍ଗାକୁ ପୋଡ଼ି ପାଉଁଶ କରି ଲୁଗା ସଫା କରିବା କ୍ଷୀର ଆକାରରେ ମଧ୍ୟ ବ୍ୟବହାର କରାଯାଏ । ଏହା ବ୍ୟତୀତ କଦଳୀର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଆମାଶୟ: ପାଚିଲା କଦଳୀକୁ ଚକଟି ସେଥିରେ ପୁରୁଣା ତେନ୍ତୁଳି ମିଶାଇ ଖାଇଲେ ଆମାଶୟ ରୋଗ ଠିକ୍‍ ହୋଇଥାଏ । ଧାତୁରୋଗ: ପାଚିଲା କଦଳୀ ଭିତରେ ବରଗଛ କଢ଼ର କ୍ଷୀର ୩-୪ ବୁନ୍ଦ ପୁରାଇ ଖାଇଲେ ଧାତୁ ରୋଗରେ ଲାଭ ମିଳିଥାଏ । ସର୍ପ ବିଷ: କଦଳୀ ବାହଙ୍ଗା ରସରେ ତୁଳସୀ ରସ ମିଶାଇ ପିଆଇଲେ ସର୍ପ ବିଷ ନଷ୍ଟ ହୋଇଥାଏ । ବହୁମୂତ୍ର: ପାଚିଲା କଦଳୀରେ ଅଁଳାରସ ୧୦-୧୨ ଗ୍ରାମ, ଅଳ୍ପ ମହୁ ଓ ଚିନି ମିଶାଇ ଖାଇଲେ ବହୁମୂତ୍ର ରୋଗରେ ଲାଭ ମିଳିଥାଏ । ପୋଡ଼ା ଘା’: କଞ୍ଚା କଦଳୀକୁ ଚୋପା ଛଡ଼ାଇ ଗୋଲ ଗୋଲ କରି କାଟି ୧୦୦ ଗ୍ରାମ ରାଶିତେଲରେ ପକାଇ ଗରମ କରି କଦଳୀ କଳା ପଡ଼ିଗଲା ପରେ ଥଣ୍ଡା କରି ଛାଣି କଦଳୀକୁ ଫିଙ୍ଗିଦେଇ ସେହି ତେଲକୁ ପୋଡ଼ା ଘା’ରେ ଲଗାଇଲେ ଯନ୍ତ୍ରଣା ଦୂର ହୋଇ ଘା’ ଶୀଘ୍ର ଶୁଖିଯାଏ । କାନରୋଗ: କଦଳୀ ବାହୁଙ୍ଗାର ରସକୁ ଗରମ କରି ଉଷୁମ ଥାଇ କାନରେ ୨- ୨ ଟୋପା ପକାଇବ । ଲାଭ ମିଳିବ ।

RELATED BY

  • କଲରାର ଉପକାରୀତା

    Share this:କଲରା ଆମର ଅତି ପରିଚିତ । ଏହାକୁ ଆମ୍ଭେମାନେ ପରିବା ଆକାରରେ ବ୍ୟବହାର କରୁ । ଏହା ଏକ ଲତା ଜାତୀୟ ଗୁଳ୍ମ । ଏହାର ପତ୍ର ଓ ଫଳ ଅତ୍ୟନ୍ତ ପିତା ଅଟେ । କିନ୍ତୁ ଏହାର...
  • କର୍ପୂରର ଉପକାରୀତା

    Share this:କର୍ପୂର ଏକ ବଡ଼ ଧରଣର ଗଛ । ଏହାର କାଠରୁ କର୍ପୂର ବାହାର କରାଯାଏ । ଏହି କର୍ପୂରକୁ ଶ୍ରୀକର୍ପୂର ମଧ୍ୟ କୁହନ୍ତି । ଏହା ଖାଦ୍ୟ ପଦାର୍ଥରେ ମଧ୍ୟ ବ୍ୟବହାର କରାଯାଇଥାଏ । କର୍ପୂର ଧୂଆଁ ଜୀବାଣୁ...
  • ଅଳେଇଚର ଉପକାରୀତା

    Share this:ଅଳେଇଚକୁ କିଏ ନଜାଣେ । ଏହାର କଳାକଳା ମଞ୍ଜିର ସୁଗନ୍ଧିତ ବାସନା କାହାକୁ ବା ଭଲ ନଲାଗେ । ଏହା ରୋଷଇ ଘରଠାରୁ ଆରମ୍ଭ କରି ପାନ ଦୋକାନ ଓ ମିଠାଇ ଦୋକାନରେ ବିଶେଷ ଭାବରେ ବ୍ୟବହାର କରାଯାଏ;...
  • ଅଦା ଓ ଶୁଣ୍ଠିର ଉପକାରୀତା

    Share this:ଅଦା ଭାରତବର୍ଷର ସବୁ ଜାଗାରେ ମିଳିଥାଏ । ଏହା ମାଟି ତଳେ ଫଳିଥାଏ କଞ୍ଚା ଅବସ୍ଥାରେ ଏହାକୁ ଅଦା କୁହନ୍ତି ଓ ଶୁଖିଲା ଅବସ୍ଥାରେ ଏହାକୁ ଶୁଣ୍ଠି କୁହନ୍ତି । ଅପସ୍ମାର: ଅଦା ଓ ରସୁଣକୁ ବାଟି କପଡ଼ାରେ...