ଶ୍ରୀମତୀ ଲିପିକା ମହାପାତ୍ରଙ୍କୁ ମିସେସ୍ ଓଡ଼ିଶା ଆୱାର୍ଡ – ୨୦୨୧

ଓଡ଼ିଶାର  ଶହଶହ ମିସେସ୍ ମାନଙ୍କୁ ପଛରେ ପକାଇ

Share this:

ଭୁବନେଶ୍ୱର :  ଇତିମଧ୍ୟରେ ଭୁବନେଶ୍ଵର ଠାରେ ଓଡ଼ିଶା ଫେଶନ ଭିଲ୍ଲା ପକ୍ଷରୁ ମିସେସ୍ ଓଡ଼ିଶା ଆୱାର୍ଡ – ୨୦୨୧ ଅନୁଷ୍ଠିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଲିପିକା ମହାପାତ୍ର (ରୋଜି)  ଭାଗ ନେଇ ତାଙ୍କର ଚତ୍ମକାର କଳା ପଦର୍ଶନ କରି, କାର୍ଯ୍ୟକ୍ରମରେ ଭାଗ ନେଇଥିବା ଓଡ଼ିଶାର  ଶହଶହ ମିସେସ୍ ମାନଙ୍କୁ ପଛରେ ପକାଇ ସେ “ମିସେସ୍ ଓଡ଼ିଶା -୨୦୨୧” ବିଜୟ ମୁକୁଟ ପିନ୍ଧିଛନ୍ତି ।  ଏହି ଅବସରରେ ଓଡ଼ିଶା ଫେଶନ ଭିଲ୍ଲାର ନିର୍ଦ୍ଦେଶକ ଅଭିଜିତ ମହାନ୍ତି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଆଗାମୀ ଦିନରେ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶାର ପ୍ରତିଭାମାନଙ୍କୁ ସାରା ଦେଶରେ ପରିଚିତ କରିବା ହେଉଛି ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ସୂଚନା ଯୋଗ୍ୟଯେ ଶ୍ରୀମତି ଲିପିକା ମହାପାତ୍ର (ରୋଜି) ପୂର୍ବତଟ ରେଳପଥର ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ (ଡାଇରେକ୍ଟର) ଡଃ. ହରିହର ଦାସଙ୍କ ଧର୍ମପତ୍ନୀ ଅଟନ୍ତି ଏବଂ ଅବସରପ୍ରାପ୍ତ ସେଲଟ୍ୟାକ୍ସ କମିଶନର, ପ୍ରକୃତି ବନ୍ଧୁ ତଥା ସାହିତ୍ୟିକ ରାଧାମୋହନ ମହାପାତ୍ର ଏବଂ ଶିଳ୍ପଉଦ୍ୟୋଗୀ ପ୍ରତିଭା ମହାପାତ୍ରଙ୍କ କନ୍ୟା ଅଟନ୍ତି ।

RELATED BY