କଲରାର ଉପକାରୀତା

ଏହାର ଔଷଧୀୟ ଗୁଣ ଅମୃତ ତୁଲ୍ୟ ଅଟେ

Share this:

କଲରା ଆମର ଅତି ପରିଚିତ । ଏହାକୁ ଆମ୍ଭେମାନେ ପରିବା ଆକାରରେ ବ୍ୟବହାର କରୁ । ଏହା ଏକ ଲତା ଜାତୀୟ ଗୁଳ୍ମ । ଏହାର ପତ୍ର ଓ ଫଳ ଅତ୍ୟନ୍ତ ପିତା ଅଟେ । କିନ୍ତୁ ଏହାର ଔଷଧୀୟ ଗୁଣ ଅମୃତ ତୁଲ୍ୟ ଅଟେ ।

କର୍ଣ୍ଣ ପୀଡ଼ା : ତାଜା କଲରା କିମ୍ବା ପତ୍ର ରସକୁ ଗରମ କରି ଅଳ୍ପ ଉଷୁମ ଥାଇ କାନରେ ୨-୨ ପକାଇଲେ କର୍ଣ୍ଣପୀଡ଼ା ଦୂର ହୋଇଥାଏ । ଜଳୋଦର: କଲରା ପତ୍ର ରସ ୧୦-୧୫ ମିଲିରେ ହରିଡ଼ାକୁ ଘୋରି ମହୁ ମିଶାଇ ପିଇଲେ ଜଳୋଦର ରୋଗରେ ଲାଭ ମିଳିଥାଏ । ରକ୍ତାର୍ଶ: କଲରା ଲତାର ମୂଳର ଉପର ଚୋପାକୁ ପାଣିରେ ସିଝାଇ ୫୦-୧୦୦ ମି.ଲି. କ୍ୱାଥରେ ଚିନି ମିଶାଇ ପିଇଲେ ରକ୍ତାର୍ଶରେ ଲାଭ ମିଳିଥାଏ । କଲରା ରସ ୨-୨ ଚାମଚ କିଛିଦିନ ପିଇଲେ ଲାଭ ମିଳିଥାଏ । ଅର୍ଶ: କଲରା ଲତାର ଚେରକୁ ଘୋରି ଅର୍ଶାଙ୍କୁରରେ ଲଗାଇଲେ କିଛିଦିନରେ ଶୁଖି ଗଳିପଡ଼େ । ମାସିକ ଧର୍ମରେ ଅନିୟମିତତା: କଲରା ପତ୍ର ରସ ୧୦-୧୫ ଗ୍ରାମରେ ଶୁଣ୍ଠି, କଳାମରିଚ ଓ ପିପ୍ପଳୀଚୂର୍ଣ୍ଣ ମିଶାଇ ଦିନରେ ୩ ଥର ସେବନ କଲେ ମାସିକ ଧର୍ମ ଠକି୍‍ ହୋଇଥାଏ । ଗଣ୍ଠି: କଞ୍ଚା କଲରା ରସକୁ ଗରମ କରି ଗଣ୍ଠି ଉପରେ ଲେପ ଦେଲେ ଗଣ୍ଠି ଦୂର ହୋଇଯାଏ । ମୁଣ୍ଡବିନ୍ଧା: କଲରା ପତ୍ରକୁ ବାଟି ମଥାରେ ଲେପଦେଲେ ମୁଣ୍ଡ ବିନ୍ଧା ଭଲ ହୋଇଥାଏ । ପାଟିରେ ଛାଲି: କଲରା ପତ୍ର ରସ ଓ ମୁଲତାନି ମାଟିକୁ ମିଶାଇ ତୁଳାରେ ନେଇ ପାଟି ଭିତରେ ଛାଲିରେ ଲଗାଇଲେ ଛାଲି ଠିକ୍‍ ହୁଏ । କୋଷ୍ଠ ବଦ୍ଧତା: କଲରାକୁ ଭାଜି ନିୟମିତ ରୂପେ କିଛିଦିନ ଖାଇଲେ କୋଷ୍ଠବଦ୍ଧତା ଦୂର ହୁଏ । ପିଲାଙ୍କ ଝାଡ଼ା ଓ କୃମି ରୋଗ: କଲରା ଓ କଲରା ପତ୍ର ରସ ୧-୧ ଚାମଚ କରି ପିଆଇଲେ ପିଲାଙ୍କ ଝାଡ଼ା ସଫା ହୁଏ ଓ କୃମି ନଷ୍ଟ ହୋଇଯାଆନ୍ତି । ପିଲାଙ୍କ ବାନ୍ତି: କଲରା ମଞ୍ଜି ସହିତ ୩ଟି ଗୋଲମରିଚ ବାଟି ଅଳ୍ପ ପାଣି ମିଶାଇ ଛାଣି ଅଳ୍ପ ଅଳ୍ପ ପିଆଇଲେ ପିଲାଙ୍କ ବାନ୍ତି ବନ୍ଦ ହୁଏ । ଚର୍ମରୋଗ: କଲରା ରସ ୨-୨ ଚାମଚ ମାତ୍ରାରେ ନିୟମିତ ଭାବେ ପିଇଲେ ସମସ୍ତ ପ୍ରକାର ଚର୍ମ ରୋଗରେ ଲାଭ ଦେଇଥାଏ । ଯକୃତ ରୋଗ: କଲରା ଓ କଲରା ପତ୍ର ଓ କିଛିଦିନ ନିୟମିତ ରୂପେ ୨-୩ ଚାମଚ କରି ପିଇଲେ ଯକୃତ ରୋଗରେ ଲାଭ ଦେଇଥାଏ । ଯାଦୁ: କଲରା ରସ ଓ ନିମ୍ବ ପତ୍ର ରସ ମିଶାଇ ଯାଦୁରେ ଲଗାଇଲେ ଭଲ ହୁଏ । ପିଲା ପାଇଁ କ୍ଷୀର ନହେଲେ: କଲରା ରସ ଓ କଲରା ତରକାରୀ ଖାଇଲେ କ୍ଷୀର ବୃଦ୍ଧି ହୋଇଥାଏ । ଘା ଶୁଖିବା ପାଇଁ: କଲରା ଚେରକୁ ବାଟି ଘା’ ଉପରେ ରଖି ପଟି ବାନ୍ଧିଲେ ଘା’ରୁ ପୂଜ ବାହାରିଯାଏ ଓ ଶୁଖିଯାଏ । ଘା ପଚାଇବାକୁ: କଲରା ପତ୍ରକୁ ବାଟି ପୁଟୁଳି କରି ଘା’ ଉପରେ ରଖି ପଟି ବାନ୍ଧିଲେ ଘା’ ପାଚିଯାଇ ପୂଜା ବାହାରି ଯାଏ ଓ ଶୁଖିଯାଏ । ଫୁଲା: କଲରାକୁ ବାଟି ଫୁଲା ଜାଗାରେ ଲଗାଇ ପଟି ବାନ୍ଧିଲେ ଫୁଲା କମିଯାଏ । ମଧୁମେହ: ପ୍ରତିଦିନ କଲରା ରସ ୧୦-୧୨ ଗ୍ରାମ ଲେଖାଏଁ ସେବନ କଲେ ଲାଭ ମିଳେ । କଲରାକୁ ଶୁଖାଇ ଚୂର୍ଣ୍ଣ କରି ୩-୬ ଗ୍ରାମ ଲେଖାଏଁ ପାଣି କିମ୍ବା ମହୁ ସହିତ ଖାଇ । ଗୋଟିଏ କଲରା, ଗୋଟିଏ ଟମାଟୋ, ଗୋଟିଏ ଛୋଟ କାକୁଡ଼ି, ୭ଟି ସଦାବାହାର ପତ୍ର ଓ ୭ଟି ସଦା ବାହାର ଫୁଲକୁ ବାଟି ରସ ବାହାର କରି ସକାଳେ ଖାଲି ପେଟରେ ପିଇଲେ ମଧୁମେହ ରୋଗରୁ ଲାଭ ମିଳିଥାଏ । ପାଦଜଳା ଓ ପୋଡ଼ା: କଲରା ପତ୍ର ରସ ପାଦ ତଳିପାରେ ଲେପ ଦେଲେ ପାଦଜଳା ଓ ପୋଡ଼ା ବନ୍ଦ ହୁଏ । ଆଖି ରୋଗ: କଲରା ପତ୍ର ରସରେ ଗୋଲମରିଚକୁ ଘୋରି ଆଖି ଉପର ଓ ତଳ ପତାରେ ଅଞ୍ଜନ ଭଳି ଲଗାଇଲେ ଅନ୍ଧାରକଣା ରୋଗ ଭଲ ହୋଇଥାଏ ।

RELATED BY

  • କଦଳୀର ଉପକାରୀତା

    Share this:କଦଳୀକୁ ସମସ୍ତେ ଜାଣନ୍ତି । ଏହାର ସମସ୍ତ ଅଂଶ ଲୋକମାନଙ୍କର କାମରେ ଆସିଥାଏ । ପାଚିଲା କଦଳୀ ଗୋଟିଏ ପୁଷ୍ଟିକର ଫଳ । କଞ୍ଚା କଦଳୀକୁ ତରକାରୀ କରି ଖିଆଯାଏ । ଏହାର ମଞ୍ଜା ଓ ଭଣ୍ଡାକୁ ମଧ୍ୟ...
  • କର୍ପୂରର ଉପକାରୀତା

    Share this:କର୍ପୂର ଏକ ବଡ଼ ଧରଣର ଗଛ । ଏହାର କାଠରୁ କର୍ପୂର ବାହାର କରାଯାଏ । ଏହି କର୍ପୂରକୁ ଶ୍ରୀକର୍ପୂର ମଧ୍ୟ କୁହନ୍ତି । ଏହା ଖାଦ୍ୟ ପଦାର୍ଥରେ ମଧ୍ୟ ବ୍ୟବହାର କରାଯାଇଥାଏ । କର୍ପୂର ଧୂଆଁ ଜୀବାଣୁ...
  • ଅଳେଇଚର ଉପକାରୀତା

    Share this:ଅଳେଇଚକୁ କିଏ ନଜାଣେ । ଏହାର କଳାକଳା ମଞ୍ଜିର ସୁଗନ୍ଧିତ ବାସନା କାହାକୁ ବା ଭଲ ନଲାଗେ । ଏହା ରୋଷଇ ଘରଠାରୁ ଆରମ୍ଭ କରି ପାନ ଦୋକାନ ଓ ମିଠାଇ ଦୋକାନରେ ବିଶେଷ ଭାବରେ ବ୍ୟବହାର କରାଯାଏ;...
  • ଅଦା ଓ ଶୁଣ୍ଠିର ଉପକାରୀତା

    Share this:ଅଦା ଭାରତବର୍ଷର ସବୁ ଜାଗାରେ ମିଳିଥାଏ । ଏହା ମାଟି ତଳେ ଫଳିଥାଏ କଞ୍ଚା ଅବସ୍ଥାରେ ଏହାକୁ ଅଦା କୁହନ୍ତି ଓ ଶୁଖିଲା ଅବସ୍ଥାରେ ଏହାକୁ ଶୁଣ୍ଠି କୁହନ୍ତି । ଅପସ୍ମାର: ଅଦା ଓ ରସୁଣକୁ ବାଟି କପଡ଼ାରେ...