କୋଭିଡ ପରିଚାଳନାର ବିଫଳତା ପାଇଁ ଅହଂକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂପୂର୍ଣ୍ଣ ଦାୟି

ଦୁଃଖ ଓ ସଂକଟ ସମୟରେ ଅନ୍ୟର ପରାମର୍ଶ କେବଳ ଅହଂକାରୀ ଅବିବେକି ବ୍ୟକ୍ତିମାନେ ସହଜରେ ଗ୍ରହଣ କରିନଥାନ୍ତି

Share this:

ଭୁବନେଶ୍ୱର : ଦେଶରେ କୋଭିଡ-୧୯ ପରିଚାଳନା କରିବାରେ କେନ୍ଦ୍ର ସରକାରରେ ଥିବା ଭାଜପା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରାପୁରୀ ବିଫଳ ହୋଇଛନ୍ତି । ଘଟି ଚାଲିଥିବା ଜୀବିକା ଜୀବନର କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାର ପୁରାପୁରୀ ଦାୟି । କେନ୍ଦ୍ର ସରକାରଙ୍କ ଅପାରଗତାକୁ କଂଗ୍ରେସ ପଦାକୁ ଆଣିବା ବିଜେପି ପାଇଁ ଚିନ୍ତାର କାରଣ ହୋଇଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଞ୍ଚାନନ କାନୁନଗୋ ବୁଧବାର ଦିନ ଏକ ଭିଡିଓ ବାର୍ତାରେ ପ୍ରକାଶ କରିବା ସହ ସାଂସଦ ଅପରାଜିତାଙ୍କ କଂଗ୍ରେସକୁ ସମାଲୋଚନା ଏବଂ ଏଆଇସିସି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ରାଷ୍ଟ୍ରିୟ ବିଜେପି ସଭାପତିଙ୍କ ଚିଠିର ଦୃଢ଼ ଜବାବ ରଖିଛନ୍ତି ଶ୍ରୀ କାନୁନଗୋ । ସେ କହିଛନ୍ତି ନିଜର ଅପାରଗତା ଏବଂ ଓ ଅପରିଣାମଦର୍ଶୀତାକୁ ସ୍ୱୀକାର କରିବା ପରିବର୍ତେ ଭାଜପା ସରକାର ଓ ତାର ନେତାମାନେ ପୂର୍ବ ଅଭ୍ୟାସକୁ ଦୋହରାଇବା ଅତ୍ୟନ୍ତ ଦୁଃଖ ଦାୟକ । କଂଗ୍ରେସ ଓ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ସମୟଉପଯୋଗୀ ପ୍ରସ୍ତାବକୁ ଗ୍ରହଣ କରିବା ପରିବର୍ତେ ଭାଜପା ସଭାପତି ଶ୍ରୀ ନଡ୍ଡା ଯେଉଁ ମନ୍ତବ୍ୟ ସବୁ ରଖୁଛନ୍ତି ତାହା ଦେଶବାସୀଙ୍କ ପାଖରେ ଅତ୍ୟନ୍ତ ଚର୍ଚ୍ଚାର କାରଣ ହୋଇଛି । ଦୁଃଖ ଓ ସଂକଟ ସମୟରେ ଅନ୍ୟର ପରାମର୍ଶ କେବଳ ଅହଂକାରୀ ଅବିବେକି ବ୍ୟକ୍ତିମାନେ ସହଜରେ ଗ୍ରହଣ କରିନଥାନ୍ତି । ଅଧିକନ୍ତୁ ନିଜର ଅପାରଗତା ତଥା ଅପରିଣାମଦର୍ଶୀତାକୁ ପଦାରେ ପଡ଼ିଯିବା ଭୟରେ ଜନସାଧାରଣଙ୍କ ଦୃଷ୍ଟି ଅନ୍ୟତ୍ର ଦେବା ଓ ଲୋକଙ୍କ ଭ୍ରମରେ ପକାଇବା କାର୍ଯ୍ୟରେ ଭାଜପା ନେତା ଲାଗିଛନ୍ତି । ଅନେକ ଦିନ ଧରି ମନଗଡ଼ା କାହାଣୀ ଶୁଣାଇଲେ, ଅନେକ ମିଥ୍ୟା ସ୍ୱପ୍ନ ବାଣ୍ଟିବାରୁ ଭାରତ ବର୍ଷର ଜନସାଧାରଣ ପରିବର୍ତନରେ କିଛି ସୁଫଳ ମିଳିବ ବୋଲି ଆଶାକରି ଶ୍ରୀ ମୋଦି ଓ ତାଙ୍କ ଦଳକୁ ଦୁଇ ଦୁଇ ଥର ଭୋଟ ଦେଲେ । ତେବେ ବାସ୍ତବ କ୍ଷେତ୍ରରେ ଉପଲବ୍ଧି କଲେଯେ ଏକ ଅପରିପକ୍ୱ, ମିଥାଚାରୀ, ଅହଂକାରୀ ଗୋଷ୍ଟି ବା ଦଳ ହାତରେ କ୍ଷମତା ଅର୍ପଣ କରି ଦେଶକୁ ଚରମ ବିପର୍ଯ୍ୟୟ ଭିତରକୁ ଠେଲି ଦିଆଯାଇଛି । କରୋନା ମହାମାରୀ ସମୟରେ ଲକ୍ଷଲକ୍ଷ ଆକ୍ରାନ୍ତ ଅକ୍ସିଜେନ ଅଭାବରୁ ଛଟଛଟ ହୋଇ ମରିବା ଦେଖାଯିବାକୁ ସହି ହେଉ ନାହିଁ । ଏ ସଂପର୍କରେ ମତ ରଖିବା କ’ଣ ଭୁଲ! ଟିକା ଉତ୍ସବ ପାଳନ କରୁଥିବା ସରକାର ଟିକାକରଣର ଅବ୍ୟବସ୍ଥା ଓ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିବାକୁ ନେଇ ପ୍ରଶ୍ନ ଉଠାଇବା କ’ଣ ଭୁଲ! ଗୋଟିଏ ଦେଶ, ଗୋଟିଏ ଦାବୀ ରଖୁଥିବା ସରକାର ରାଜ୍ୟ ଟୀକାର ବିଭିନ୍ନ ଦରଧାର୍ଯ୍ୟ କରିବା ଓ ଏଥିପାଇଁ ଦରିଦ୍ର ଲୋକଙ୍କ ଉପରେ ଏପରି ମହାମାରୀ ସମୟରେ ବେଡି ଉପରେ କୋରଡ଼ାମାଡ଼ କରିବା ନେଇ ପ୍ରତିବାଦ କରିବା କ’ଣ ଭୁଲ! ଟୀକା ଉପରେ ଓ କରୋନ ସଂପର୍କିତ ଚିକିତ୍ସା କ୍ଷେତ୍ରରେ ଉଚ୍ଚହାରର ଟିକସ ଆଦାୟକୁ ନେଇ ପ୍ରତିବାଦ କରିବା କଣ ଭୁଲ । ଉପରୋକ୍ତ ପ୍ରଶ୍ନ ନେଇ କଗ୍ରେସ ନେତୃବୃନ୍ଦ ପ୍ରକୃତ ସତ୍ୟ ସାମନାକୁ ଆଣିଥିବା ବେଳେ ବିଜେପି ଦଳ ଓ ତାର ସଭାପତିଙ୍କର ଆଚରଣ ଅତ୍ୟନ୍ତ ଅଶୋଭନୀୟ ଓ ଅକ୍ଷମଣୀୟ ଅପରାଧ ଗୁଡ଼ିକ ମନେହୁଏ ବୋଲି ରାଜ୍ୟ କଂଗ୍ରେସ ନେତା ତଥା ଶ୍ରୀ କାନୁନଗୋ କହିଛନ୍ତି

  • Share this:ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନଙ୍କ ସହ ସାଗର ବୀନା ଠାରେ ବିପିସିଏଲର ବୀନା ରିଫାଇନାରୀ ନିକଟରେ ନବନିର୍ମିତ ୨୦୦ ଅକ୍ସିଜେନ୍ ସୁବିଧା ଥିବା ଶଯ୍ୟା ବିଶିଷ୍ଟ ଅସ୍ଥାୟୀ...
  • Share this:Bhubaneswar: Chief Minister Shri Naveen Patnaik Friday released a Collection of Poems ‘Beyond Here and Other Poems’. Written by senior bureaucrat Shri Bishnupada Sethi, ‘Beyond Here and Other...
  • Share this:ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ...
  • Share this:ଭୁବନେଶ୍ୱର:୨୦୨୦ ମସିହାରୁ  ବର୍ତ୍ତମାନ ସୁଦ୍ଧା ସମୁଦାୟ ୮,୩୭, ୨୨୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୭,୬୪, ୬୭୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ।  ୩୧୬୭ ଜଣ କୋଭିଡ୍‌-୧୯ ରୋଗୀଙ୍କର  ମୃତ୍ୟୁ ହୋଇଛି...
  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଛତିଶଗଡ଼ରେ ସେଲର ଭିଲାଇ ଇସ୍ପାତ୍ କାରଖାନା ପରିସରରେ ଅକ୍ସିଜେନ୍ ସଂଯୁକ୍ତ ୧୧୪ ବେଡ୍ ବିଶିଷ୍ଟ ଜୁମ୍ବୋ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପଣ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ...

RELATED BY