ମେଡିକାଲ ଅମ୍ଳଜାନ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ ନିମନ୍ତେ ଶିଳ୍ପନୀତିରେ ସଂଶୋଧନ

ରାଜ୍ୟ ଦ୍ରବ୍ୟ ଓ ସେବା କର (ସିଜିଏସ୍‌ଟି)ଭରଣା ଆଦି ସୁବିଧା ପାଇପାରିବେ

Share this:

ଭୁବନେଶ୍ୱର: ଦେଶରେ କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରୀର ସଂକ୍ରମଣ ଏବଂ କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରେ ଅମ୍ଳଜାନ ଅଭାବଜନିତ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଉଦ୍‌ବେଗଜନକ ହୋଇଥିବା ପରିପ୍ରେକ୍ଷୀରେ ରାଜ୍ୟରେ ଅମ୍ଳଜାନ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ଶିଳ୍ପନୀତି-୨୦୧୫ରେ ଆବଶ୍ୟକୀୟ ସଂଶୋଧନ କରି ଅନୁପଯୋଗୀ ତାଲିକାରେ ଥିବା ଏହି ଶିଳ୍ପ ସଂସ୍ଥାଗୁଡ଼ିକୁ ସେହି ତାଲିକାରୁ ବାଦ ଦେଇ ସେଗୁଡ଼ିକୁ ସରକାରୀ ପ୍ରୋତ୍ସାହନଯୋଗ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଫଳରେ ମେଡିକାଲ ଅମ୍ଳଜାନ ଉତ୍ପାଦନକାରୀ ଶିଳ୍ପ ସଂସ୍ଥା, ରିଫିଲିଂ ୟୁନିଟ୍‌ ଏବଂ ଟ୍ୟାଙ୍କର ପ୍ରଭୃତି ପ୍ରାଥମିକତା ତାଲିକାରେ ସ୍ଥାନିତ ହୋଇଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଶିଳ୍ପ ସଂସ୍ଥାଗୁଡ଼ିକୁ ଏ କ୍ଷେତ୍ରରେ ଅଧିକ ଉତ୍ସାହିତ କରିବ ଏବଂ ପ୍ରାଥମିକତା ବର୍ଗର ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ରହିଥିବା ସମସ୍ତ ସୁଯୋଗ ଯଥା-ରିହାତି ଦରରେ ଜମି, ଷ୍ଟାମ୍ପ ଶୁଳ୍କ ଛାଡ଼, ବିଦ୍ୟୁତ୍‌ ଦେୟ ଛାଡ଼, ରାଜ୍ୟ ଦ୍ରବ୍ୟ ଓ ସେବା କର (ସିଜିଏସ୍‌ଟି)ଭରଣା ଆଦି ସୁବିଧା ପାଇପାରିବେ ।

RELATED BY