କରୋନା ସମୟରେ ପ୍ରଧାନମନ୍ତ୍ରୀଙ୍କ ସିବିଏସଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯିବା ନିଷ୍ପତି ସ୍ୱାଗତଯୋଗ୍ୟ

: ଧର୍ମେନ୍ଦ୍ର ପ୍ରଧାନ

Share this:

ଭୁବନେଶ୍ୱର : କୋଭିଡ୍‌-୧୯ ସମୟରେ ସିବିଏସଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯିବା ନିଷ୍ପତି ସ୍ୱାଗତଯୋଗ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲା ମାନଙ୍କର ସ୍ୱାସ୍ଥ୍ୟ, ସୁରକ୍ଷା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ସମ୍ବେଦନଶୀଳ ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ସମସ୍ତ ଦିଗକୁ ବିଚାରକୁ ନେଇ ପ୍ରଧାନମନ୍ତ୍ରୀ ସିବିଏସଇ ପରୀକ୍ଷାକୁ ବାତିଲ କରାଯିବା ସମୟୋପଯୋଗୀ ପଦକ୍ଷେପ । ସମଗ୍ର ଭାରତବର୍ଷରେ କରୋନାର ତୃତୀୟ ଲହରକୁ ନେଇ ପିଲା ଏବଂ ଅଭିଭାବକମାନେ ଭୟ ଓ ଆଶଙ୍କାରେ ରହିଥିଲେ । ଏଭଳି ଦ୍ୱନ୍ଦାତ୍ମକ ପରିସ୍ଥିତିରେ ପିଲାମାନେ ପରୀକ୍ଷା ଦେଇଥିଲେ ମାନସିକ ଚାପରେ ରହିଥାନ୍ତେ । ଏଥିପାଇଁ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ଶିକ୍ଷା ମନ୍ତ୍ରୀ ଏବଂ ବିଶେଷଜ୍ଞଙ୍କ ସହିତ ବିଚାରବିମର୍ଷ କରି ଏହି ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ସିବିଏସଇ ଦ୍ୱାଦଶ ପରୀକ୍ଷାର୍ଥୀ ଏବଂ ଅଭିଭାବକ ମାନଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି । ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏ ନେଇ ବସିଥିବା ଭର୍ଚ୍ଚୁଆଲ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର , ରେଳ ମନ୍ତ୍ରୀ ପିୟୂଷ ଗୋଏଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

  • Share this:ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନଙ୍କ ସହ ସାଗର ବୀନା ଠାରେ ବିପିସିଏଲର ବୀନା ରିଫାଇନାରୀ ନିକଟରେ ନବନିର୍ମିତ ୨୦୦ ଅକ୍ସିଜେନ୍ ସୁବିଧା ଥିବା ଶଯ୍ୟା ବିଶିଷ୍ଟ ଅସ୍ଥାୟୀ...
  • Share this:Bhubaneswar: Chief Minister Shri Naveen Patnaik Friday released a Collection of Poems ‘Beyond Here and Other Poems’. Written by senior bureaucrat Shri Bishnupada Sethi, ‘Beyond Here and Other...
  • Share this:ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ...
  • Share this:ଭୁବନେଶ୍ୱର:୨୦୨୦ ମସିହାରୁ  ବର୍ତ୍ତମାନ ସୁଦ୍ଧା ସମୁଦାୟ ୮,୩୭, ୨୨୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୭,୬୪, ୬୭୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ।  ୩୧୬୭ ଜଣ କୋଭିଡ୍‌-୧୯ ରୋଗୀଙ୍କର  ମୃତ୍ୟୁ ହୋଇଛି...
  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଛତିଶଗଡ଼ରେ ସେଲର ଭିଲାଇ ଇସ୍ପାତ୍ କାରଖାନା ପରିସରରେ ଅକ୍ସିଜେନ୍ ସଂଯୁକ୍ତ ୧୧୪ ବେଡ୍ ବିଶିଷ୍ଟ ଜୁମ୍ବୋ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପଣ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ...

RELATED BY