ଖରିଫ ଫସଲ ପାଇଁ ଏମଏସପି ବୃଦ୍ଧି ଚାଷୀଭାଇଙ୍କ ଆର୍ଥିକ ସୁଦୃଢ କରିବ

: ସମୀର ମହାନ୍ତି

Share this:

ଭୁବନେଶ୍ୱର: ଚାଷୀମାନେ ହେଲେ ଆମ ସମସ୍ତଙ୍କ ଅନ୍ନଦାତା । ଚାଷୀଙ୍କ ପ୍ରଗତିରେ ଦେଶର ପ୍ରଗତି ।  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୃଷି ଏବଂ କୃଷକକଲ୍ୟାଣକୁ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ମୋଦି ସରକାର କାର୍ଯ୍ୟରତ । ଶାସନ କ୍ଷମତାକୁ ଆସିବା ପରେ ମୋଦି ସରକାର ନିରନ୍ତର ଭାବେ ଶସ୍ୟଅମଳର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଚାଲିଛନ୍ତି । ୨୦୨୧-୨୨ ଆର୍ଥୀକ ବର୍ଷ ପାଇଁ ବୁଧବାର ଦିନ ମୋଦି ସରକାର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି । ଖରିଫ ଫସଲ ପାଇଁ ଏମଏସପି ବୃଦ୍ଧି ଚାଷୀ ଭାଇଙ୍କୁ ଆର୍ଥିକ ସୁଦୃଢ କରିବା ସହ ଆତ୍ମନିର୍ଭର ଭାରତ ଗଠନରେ ପ୍ରମୁଖ ଭୁମିକା ଗ୍ରହଣ କରିବ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଖୁସି ବ୍ୟକ୍ତ କରି କହିଛନ୍ତି ।  ବୁଧବାର ଦିନ ଏ ସଂକ୍ରାନ୍ତରେ କେନ୍ଦ୍ର କ୍ୟାବିନେଟର ନିଷ୍ପତିକୁ ସ୍ୱାଗତ ଜଣାଇବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଶ୍ରୀ ମହାନ୍ତି ରାଜ୍ୟ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୭୨ ଟଙ୍କା ବୃଦ୍ଧି କରିଛନ୍ତି । ବର୍ତମାନ ଚାଷୀ ଧାନ କ୍ୱିଂଟାଲ ପିଛା ୧୯୪୦ ଟଙ୍କା ପାଇବ । ୨୦୧୩-୧୪ ମସିହାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୩୧୦ ଟଙ୍କା ଥିବାବେଳେ ମୋଦି ଶାସନରେ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ୧୯୪୦ ଟଙ୍କାରେ ପହଞ୍ଚିଛି । ଏହା ଦ୍ୱାରା ଆମ ରାଜ୍ୟର ଚାଷୀମାନେ ଲାଭାନ୍ୱିତ ହେବା ସହ ସେମାନଙ୍କ ଆର୍ଥକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସେହିପରି କ୍ୱିଂଟାଲ ପ୍ରତି ବାଜରାରେ ୨୧୫୦ରୁ ୨୨୫୦; ମାଣ୍ଡିଆରେ ୩୨୯୫ ରୁ ୩୩୭୭; ଜବାରେ ୨୬୨୦ରୁ ୨୭୩୮; ମକାରେ ୧୮୫୦ରୁ ୧୮୭୦; ହରଡ ଡାଲିରେ ୬୦୦୦ରୁ ୬୩୦୦, ମୁଗରେ ୭୧୯୬ ରୁ ୭୨୭୫ ଟଙ୍କାକୁ ବୃଦ୍ଧି ସହ ଅନ୍ୟାନ୍ୟ ଖରିଫ ଫସଲର ଏମଏସପି ବୃଦ୍ଧି କରାଯାଇଛି । ଏହା ଦ୍ୱାରା ଆମ ରାଜ୍ୟର ଚାଷୀମାନେ ଅନ୍ୟ ଚାଷ କରିବା ପାଇଁ ମଧ୍ୟ ପ୍ରୋତ୍ସାହିତ ହେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଆମ ରାଜ୍ୟର ଚାଷୀଙ୍କ ଠାରୁ ୭୩୯୯.୪ କୋଟି ଟଙ୍କା ମୂଲ୍ୟର ୩୮.୮୪ ଲକ୍ଷ ମେଟ୍ରିକ ଟନ୍ ଅଧିକ ଧାନ କିଣିବାର ଲକ୍ଷ୍ୟ ରଖିଛନ୍ତି । ଏହା ଓଡିଆ ଚାଷୀଙ୍କୁ ବହୁ ସହାୟକ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । କୃଷିବହୁଳ ଆମ ରାଜ୍ୟରେ ଗତ ଖରିଫ ଏବଂ ବର୍ତମାନର ରବି ଫସଲରେ ଉପାର୍ଜିତ ଧାନକୁ ସଠିକ୍ ମୂଲ୍ୟରେ ବିକ୍ରି କରିନପାରି ବହୁ କ୍ଷତି ଓ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାଜ୍ୟର କୃଷକ ଭାଇଭଉଣୀଙ୍କ ସ୍ୱାର୍ଥ ଏବଂ ସେମାନଙ୍କୁ ଆର୍ଥିକ ସ୍ଥିତିରେ ମହବୁତ୍ କରିବା ପାଇଁ ରାଜ୍ୟ ସରକାର ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଇବାର ବିହୀତ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି କହିଛନ୍ତି ।

  • Share this:ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନଙ୍କ ସହ ସାଗର ବୀନା ଠାରେ ବିପିସିଏଲର ବୀନା ରିଫାଇନାରୀ ନିକଟରେ ନବନିର୍ମିତ ୨୦୦ ଅକ୍ସିଜେନ୍ ସୁବିଧା ଥିବା ଶଯ୍ୟା ବିଶିଷ୍ଟ ଅସ୍ଥାୟୀ...
  • Share this:Bhubaneswar: Chief Minister Shri Naveen Patnaik Friday released a Collection of Poems ‘Beyond Here and Other Poems’. Written by senior bureaucrat Shri Bishnupada Sethi, ‘Beyond Here and Other...
  • Share this:ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ...
  • Share this:ଭୁବନେଶ୍ୱର:୨୦୨୦ ମସିହାରୁ  ବର୍ତ୍ତମାନ ସୁଦ୍ଧା ସମୁଦାୟ ୮,୩୭, ୨୨୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୭,୬୪, ୬୭୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ।  ୩୧୬୭ ଜଣ କୋଭିଡ୍‌-୧୯ ରୋଗୀଙ୍କର  ମୃତ୍ୟୁ ହୋଇଛି...
  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଛତିଶଗଡ଼ରେ ସେଲର ଭିଲାଇ ଇସ୍ପାତ୍ କାରଖାନା ପରିସରରେ ଅକ୍ସିଜେନ୍ ସଂଯୁକ୍ତ ୧୧୪ ବେଡ୍ ବିଶିଷ୍ଟ ଜୁମ୍ବୋ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପଣ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ...

RELATED BY