ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକବୃନ୍ଦ

ବିଧାୟକ ପାଣ୍ଠି (ଏମଏଲଏ ଲ୍ୟାଡ) ସଂଶୋଧନ ପାଇଁ

Share this:

ଭୁବନେଶ୍ୱର: : ବିଧାୟକ ପାଣ୍ଠି (ଏମଏଲଏ ଲ୍ୟାଡ୍ ଫଣ୍ଡ)ରୁ କେବଳ ମାସ୍କ ପାଇଁ ନୁହେଁ ବରଂ ରାଜ୍ୟର ସମସ୍ତ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ଏବଂ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ରୋଗୀଙ୍କ ପାଇଁ ସଙ୍ଗରୋଧ କକ୍ଷ (ଆଇସୋଲେସନ ରୁମ୍‌); ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ କେୟାର ରୁମ୍‌; ଅକ୍ସିଜେନ ଓ ଭେଣ୍ଟିଲେଟର ସଂଯୁକ୍ତ ଶଯ୍ୟା; ଅକ୍ସିଜେନ ଓ ଭେଣ୍ଟିଲେଟର ସଂଯୁକ୍ତ ଅତ୍ୟାଧୁନିକ ଆମ୍ବୁଲାନ୍ସ; କୋଭିଡ୍ ପରୀକ୍ଷା ଓ ଚିକିତ୍ସା ପାଇଁ ଆବଶ୍ୟକୀୟ ମେଡିକାଲ ଯନ୍ତ୍ରପାତି ଓ କିଟ୍‌; ଉପଖଣ୍ଡସ୍ତରୀୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅକ୍ସିଜେନ୍ ପ୍ଲାଣ୍ଟ୍ ନିର୍ମାଣ କରିବା ଦାବୀରେ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କୁ ଚିଠି ଲେଖି ଦାବୀ ଜଣାଇଛନ୍ତି । ବିଧାୟକ ପାଣ୍ଠି (ଏମଏଲଏ ଲ୍ୟାଡ୍ ଫଣ୍ଡ)କୁ କୋଭିଡ୍ ପରିଚାଳନା ପାଇଁ ଭିତିଭୂମି ପ୍ରସ୍ତୁତି ଦିଗରେ ଖର୍ଚ୍ଚ କରିବାକୁ ରାଜ୍ୟସରକାର ଆଣିଥିବା ଗାଇଡ୍‌ଲାଇନ / ସର୍କୁଲାର (ମାର୍ଗଦର୍ଶିକା) ରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଆବଶ୍ୟକୀୟ ସଂଶୋଧନ କରିବାକୁ ବିଜେପି ବିଧାୟକମାନେ ଦାବୀ କରିଛନ୍ତି । କୋଭିଡ୍ ମହାମାରୀ କବଳରୁ ଓଡିଶାବାସୀଙ୍କୁ ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ସହ ମିଳିତ ଉଦ୍ୟମ କରିବା ପାଇଁ ଭାରତୀୟ ଜନତା ପାର୍ଟୀ ପ୍ରତିଶୃତିବଦ୍ଧ । କୋଭିଡ୍ ମୁକାବିଲା ପାଇଁ ଓଡିଶାବାସିଙ୍କୁ ମାସ୍କ ବଣ୍ଟନ ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନୀତିଗତ ନିଷ୍ପତି ନେଇଛନ୍ତି । କୋଭିଡ୍ ସଂକ୍ରମଣର ୨ୟ ଲହର ପରେ ୩ୟ ଲହରର ସମ୍ଭାବନାକୁ ସରକାର ଆକଳନ କରିଛନ୍ତି, ଯେଉଁଥିରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ରାଜ୍ୟର ସମସ୍ତ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ଏବଂ ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଭିତିଭୂମିକୁ ବର୍ତମାନ ସୁଦ୍ଧା ଦୃଢୀଭୁତ କରାଯାଇପାରିନାହିଁ । ଫଳସ୍ୱରୂପ, ୨ୟ ଲହରରେ ଗ୍ରାମାଞ୍ଚଳବାସୀ କୋଭିଡ ସଂକ୍ରମଣର ବେଶୀ ଶୀକାର ହୋଇଛନ୍ତି । କୋଭିଡ୍ ସଂକ୍ରମଣର ୧ମ ଓ ୨ୟ ଲହରରେ ଓଡିଶା ସରକାର ପର୍ଯ୍ୟାପ୍ତ ପରିମାଣର ମାସ୍କ କିଣିଛନ୍ତି । ଏଥି ସହ ବିଭିନ୍ନ ବେସରକାରୀ ସଂସ୍ଥା ଓ ସଂଗଠନ, ଶିଳ୍ପାନୁଷ୍ଠାନ, ପିଏସୟୁ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନମାନେ ନିଜସ୍ୱ ପାଣ୍ଠିରୁ ପର୍ଯ୍ୟାପ୍ତ ପରିମାଣର ମାସ୍କ  ବଣ୍ଟନ କରିଛନ୍ତି । କୋଭିଡ୍ ମହାମାରୀ ସମୟରେ ଜନସାଧାରଣଙ୍କୁ ଉତମ ସ୍ୱାସ୍ଥ୍ୟସେବା ନିରନ୍ତର ଭାବେ ଯୋଗାଇ ଦେବା ନିମନ୍ତେ ବିଧାୟକ ପାଣ୍ଠି (ଏମଏଲଏ ଲ୍ୟାଡ୍‌) ବିନିଯୋଗ ପାଇଁ ଥିବା ଗାଇଡଲାଇନ / ସର୍କୁଲାର (ମାର୍ଗଦର୍ଶିକା) ରେ ଆବଶ୍ୟକୀୟ ସଂଶୋଧନ କରିବାକୁ ଦାବୀ ଜଣାଇଛନ୍ତି । ପୂର୍ବରୁ ଏହି ପାଣ୍ଠି ଅର୍ଥରୁ କେବଳ ମାସ୍କ, ଗ୍ଲୋବ୍ସ,ପିପିଇ କିଟ୍ କ୍ରୟ କରିବାର ପ୍ରାବଧାନ ଥିବାବେଳେ ବର୍ତମାନର ସ୍ୱାସ୍ଥ୍ୟସେବା ସ୍ଥିତିକୁ ସମୀକ୍ଷା କଲେ ଏହି ସଂଶୋଧନ ନିହାତି ଆବଶ୍ୟକ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ କହିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବାଷ ପାଣିଗ୍ରାହୀ, କୁସୁମ ଟେଟେ, ଶଙ୍କର ଓରାମ, ଭବାନୀ ଭୋଇ, ଡ.ବୁଧନ ମୁର୍ମୁ, ନବ ଚରଣ ମାଝୀ, ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ସାମିଲ ଥିଲେ ।

  • Share this:ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନଙ୍କ ସହ ସାଗର ବୀନା ଠାରେ ବିପିସିଏଲର ବୀନା ରିଫାଇନାରୀ ନିକଟରେ ନବନିର୍ମିତ ୨୦୦ ଅକ୍ସିଜେନ୍ ସୁବିଧା ଥିବା ଶଯ୍ୟା ବିଶିଷ୍ଟ ଅସ୍ଥାୟୀ...
  • Share this:Bhubaneswar: Chief Minister Shri Naveen Patnaik Friday released a Collection of Poems ‘Beyond Here and Other Poems’. Written by senior bureaucrat Shri Bishnupada Sethi, ‘Beyond Here and Other...
  • Share this:ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ...
  • Share this:ଭୁବନେଶ୍ୱର:୨୦୨୦ ମସିହାରୁ  ବର୍ତ୍ତମାନ ସୁଦ୍ଧା ସମୁଦାୟ ୮,୩୭, ୨୨୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୭,୬୪, ୬୭୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ।  ୩୧୬୭ ଜଣ କୋଭିଡ୍‌-୧୯ ରୋଗୀଙ୍କର  ମୃତ୍ୟୁ ହୋଇଛି...
  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଛତିଶଗଡ଼ରେ ସେଲର ଭିଲାଇ ଇସ୍ପାତ୍ କାରଖାନା ପରିସରରେ ଅକ୍ସିଜେନ୍ ସଂଯୁକ୍ତ ୧୧୪ ବେଡ୍ ବିଶିଷ୍ଟ ଜୁମ୍ବୋ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପଣ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ...

RELATED BY