ପ୍ରେମ ହିଁ ସ୍ୱର୍ଗ ଓ ଶାନ୍ତିର ମାର୍ଗ ଅଟେ

ପ୍ରେମ ହିଁ ସ୍ୱର୍ଗ ଓ ଶାନ୍ତିର ମାର୍ଗ ଅଟେ । ମନୁଷ୍ୟତ୍ୱର ଅନ୍ୟ ନାମ ପ୍ରେମ ଅଟେ । ସମସ୍ତ ପ୍ରାଣୀମାନଙ୍କ ପ୍ରତି ପ୍ରେମ କରିବା ହିଁ ପ୍ରକୃତ ମାନବିକତା । ପ୍ରତିଦିନ କରିଥିବା କାର୍ଯ୍ୟ ଉପରେ ଆତ୍ମମନ୍ଥନ ଓ ଆତ୍ମଚିନ୍ତନ କଲେ ସଚେତନା ବଢ଼ିବା ସହ ଭୁଲ୍ ମାର୍ଜିତ କରିବା ପାଇଁ ଶକ୍ତିଜାଗ୍ରତ ହେବ । ଅନ୍ୟର ଆଲୋଚନା, ନିନ୍ଦା, ଚୁଗୁଲି ଓ ବ୍ୟଙ୍ଗକରି ଅନ୍ତର ଆତ୍ମାରେ ଘୃଣାକୁ ସ୍ଥାନ ଦେଲେ ଭଲପାଇବା ଓ ଶାନ୍ତି କଦାପି ଆସି ପାରିବ ନାହିଁ ।

ଆମ ମନରେ ଯେତେବେଳେ ଭୟ, ଚିନ୍ତା, କ୍ରୋଧ ଓ ନିରାଶା ଆସିଥାଏ ସେହି ମୂହର୍ତ୍ତରେ ମାନସିକ ଶକ୍ତି ଦୁର୍ବଳ ହୋଇଥାଏ । ଏହାକୁ ଦୂରେଇବା ପାଇଁ ଭଲପାଅ ବା ପ୍ରେମ କର । ତେବେ ମାନସିକ ସ୍ଥିତି ସୁଦୃଢ଼ ହେବ ।

ପ୍ରେମ ଦ୍ୱାରା ହିଁ ଘୃଣା ଉପରେ ବିଜୟ ଲାଭ କରି ହେବ ।

ଲୋଭର ମାତ୍ରାକୁ କମ୍ କଲେ ଜୀବନରେ ଶାନ୍ତି ଓ ଆନନ୍ଦ ମିଳିଥାଏ । ଅନୀତି ଓ ଦୁର୍ନିୀତି ଠାରୁ ବହୁଉର୍ଦ୍ଧ୍ୱରେ ରହିବାକୁ ପଡ଼ି ଥାଏ ।

ଧନ ଥିଲେ ଗରିବ ହେବାର ଭୟ ଅଛି । ଜ୍ଞାନରେ ଅହଂକାର ଭୟ, ରୂପରେ ବାର୍ଦ୍ଧକ୍ୟର ଭୟ, ଅଭ୍ୟୁଦୟରେ ଇର୍ଷାର ଭୟ, ଜୀବନ ଥିଲେ ମୃତ୍ୟୁର ଭୟଅଛି । କିନ୍ତୁ ଯେଉଁ ବ୍ୟକ୍ତି ସର୍ବସ୍ୱ ତ୍ୟାଗ କରିଛି, ତାହାର କୌଣସି ଭୟ ନ ଥାଏ,ସେ ଏହି ସବୁକୁ ବିଜୟ କରିଥାଏ ।

ଯଦି କୌଣସି ବ୍ୟକ୍ତିଙ୍କ ହୃଦୟ ଜିଣିବାକୁ ଚାହାନ୍ତି ତେବେ ହସିବା ଶିଖନ୍ତୁ । ପ୍ରେମ ଓ ଶାନ୍ତି ଭାବନା ଥିଲେ ହସ ଆସିଥାଏ ।

ଯେଉଁମାନେ ତୁମ୍ଭ ମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କୁ ଆଶୀର୍ବାଦ କର, ଅଭିଶାପ ଦିଅନାହିଁ । ପରସ୍ପର ପ୍ରତି ଏକମନା ହୁଅ । ମନ୍ଦ ବଦଳରେ କାହାରି ମନ୍ଦ କରନାହିଁ । ପ୍ରତିଶୋଧ ନିଅନାହିଁ । ଦେଖିବ ବିଳମ୍ବ ହେଲେ ମଧ୍ୟ ନିଶ୍ଚିତ ଶାନ୍ତି ସ୍ଥାପନ ହୋଇପାରିବ । ଆଗାମୀ ପିଢ଼ୀ ପାଇଁ ପ୍ରେରଣାର ଉତ୍ସ ହୋଇପାରିବ ।

ଧନବାନ ଯଦି ଅହଂକାର ହୁଏ, ଶାନ୍ତିରେ ବ୍ୟାଘାତ ଆସିପାରେ ।

ଅହଂକାରୀ ପାଖରେ ପ୍ରେମ ଓ ଶାନ୍ତି ମିଳିବା କଷ୍ଟ । ଅହଂକାରୀ ସ୍ୱାର୍ଥବାଦୀ ଥାଏ । ଅହଂକାରୀ ହିଁ କ୍ରୋଧ ଓ ଦୁଃଖର ଶାଖାପ୍ରଶାଖା । ଧନୀ ପାଖରେ ଅହଂକାରୀ ଭରିଥାଏ । ମାନବ ଜାତିର ବିକାଶ ପାଇଁ ପ୍ରେମ ହିଁ ଏକମାତ୍ର ଅସ୍ତ୍ର ଯାହାଦ୍ୱାରା ସମସ୍ତଙ୍କ ହୃଦରେ ବିଜୟ କରିହେବ । ବଳ ପ୍ରୟୋଗ କରି ଜୋର ଜବରଦସ୍ତି କରି କୌଣସି କାର୍ଯ୍ୟ ହାସଲ କଲେ ତାହା କ୍ଷଣସ୍ଥାୟୀ ହୋଇଥାଏ ।

ଖବର କାଗଜର ନିରର୍ଥକ ସ୍ତମ୍ଭ ପଢ଼ିଲେ ଚିନ୍ତା ଚେତନାରେ ବାଧା ଆସିଥାଏ । ଧୈଯ୍ୟର ଫଳ ସଦା ଆନନ୍ଦ ଦେଇଥାଏ । ଏହା ଦ୍ୱାରା ସଫଳତା ମିଳିଥାଏ ।
କପଟ କରିବା ଓ ମିଥ୍ୟା କହିବା ଦ୍ୱାରା ଅନ୍ତର ଆତ୍ମାରେ ଶାନ୍ତି ମିଳି ନଥାଏ । ଲକ୍ଷ୍ୟ ବିନା ଜୀବନରେ ବିକାଶ ଅସମ୍ଭବ ।

Admin

Leave a Reply

Your email address will not be published. Required fields are marked *

Next Post

Sun Temple

Mon Jul 19 , 2021
Konark Sun Temple is a 13th-century CE (year 1250) Sun temple at Konark about 35 kilometres (22 mi) northeast from Puri on the coastline of Odisha, India.The temple is attributed to king Narasimhadeva I of the Eastern Ganga Dynasty about 1250 CE. Dedicated to the Hindu Sun God Surya, what […]