ଶବ୍ଦ ମାଧ୍ୟମରେ ନୁହେଁ, କର୍ମ ମାଧ୍ୟମରେ

ଯୁବପିଢ଼ୀମାନଙ୍କର ଭବିଷ୍ୟତ ଏବଂ ଚରିତ୍ର ସେମାନଙ୍କର ପିତା ମାତାଙ୍କ ବ୍ୟତୀତ ଶିକ୍ଷକମାନଙ୍କ ଉପରେ ଯଥେଷ୍ଟ ପରିମାଣରେ ନିର୍ଭର କରେ । ସେଥିପାଇଁ ପ୍ରତ୍ୟେକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟମାନଙ୍କର ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀମାନଙ୍କୁ ଏହି ଶିକ୍ଷା ଦେବା ଉଚିତ୍‍ ଯେ ଜଣେ ସଫଳକାମ ମନୁଷ୍ୟ ଚରିତ୍ର-ବଳଦ୍ୱାରା ହିଁ ସଫଳତା ପ୍ରାପ୍ତ କରିଥାଏ,ପାଇଥିବା ସଫଳତାକୁ ବଳିଷ୍ଠ ଚରିତ୍ର ଦ୍ୱାରା ସମ୍ଭାଳି ରଖିପାରିଥାଏ । ଏହି ଗୋଟିଏ କଥା ଶିଖି ପାରିଲେ ଛାତ୍ରଛାତ୍ରୀ ଏବଂ ଯୁବକଯୁବତୀମାନଙ୍କର ଅନେକ ସମସ୍ୟାର ସମାଧାନ ଆପେ ଆପେ ହୋଇଯାଏ । ବିଦ୍ୟାର୍ଥୀମାନେ ଯଦି ଏହି ଶିକ୍ଷାକୁ ଅଧ୍ୟୟନ କାଳରେ ଗ୍ରହଣ ନକରନ୍ତି, ତା’ହେଲେ ସେମାନେ ଅନେକ ସମସ୍ୟାକୁ ନିଜ ଜୀବନରେ ଆମନ୍ତ୍ରଣ କରିଥାଆନ୍ତି । ଯାହାର ଫଳ ସମ୍ପର୍କୀୟ, ସମାଜ ଏବଂ ଦେଶ ଉପରେ ମଧ୍ୟ ପଡ଼ିଥାଏ । ପ୍ରତ୍ୟେକ ମନୁଷ୍ୟ, ଚରିତ୍ର ନିର୍ମାଣ ପାଇଁ ଉଚ୍ଚ ଗୁଣମାନ ଚୟନ କରିବା ଉଚିତ୍‍ । ଏହି ଗୁଣଗୁଡ଼ିକୁ ନିଜ ଜୀବନରେ ଅଭିନ୍ନ ଅଙ୍ଗ କରିବା ପାଇଁ ପ୍ରୟାସ କରିବା ଉଚିତ୍‍, ଅବଶ୍ୟ ଏମିତି ଗୋଟିଏ ଦିନ ଆସିବ, ସେମାନେ ସେହି ଗୁଣ ଗୁଡ଼ିକରେ ନିପୁଣ ହୋଇଯିବେ ଏବଂ ସେମାନଙ୍କର ଚରିତ୍ର ସେହି ଗୁଣମାନଙ୍କର ଦ୍ୱାରା ପ୍ରଜ୍ୱଳିତ ହୋଇ ଉଠିବ । ଯାହାର ଏହି ଦଶଟି ଗୁଣ ଥିବ ଯଥା – ଜନକଲ୍ୟାଣର ଭାବନା, କୌଣସି ବିଷୟରେ ଅଧିକତମ ଜ୍ଞାନ ପ୍ରାପ୍ତ କରିବା, ସ୍ୱାଧାୟ, ସଂଯମ, ସମୟାନୁବର୍ତ୍ତୀ ହେବା, ନିଜ ଲକ୍ଷ୍ୟରେ ଦୃଢ଼ ରହିବା, ଦାୟିତ୍ୱ ତୁଲାଇବା, ବଚନ ପାଳନ କରିବା, ସର୍ବଦା ସଚ୍ଚୋଟ ରହିବା, ଆନନ୍ଦିତ ରଖିବା ଏବଂ ମନର ପବିତ୍ରତାକୁ ଧରି ରଖିବା । ତେଣୁ ଭଲ କର୍ମ କରି ଚାଲନ୍ତୁ । ନିୟମ ପାଳନ କରନ୍ତୁ ।

Admin

Leave a Reply

Your email address will not be published. Required fields are marked *

Next Post

ବିଶ୍ୱ ଓଡ଼ିଶା ସମାଜର ନୂତନ ଅଧ୍ୟକ୍ଷ ହେଲେ କିଶୋର ଦ୍ୱିବେଦୀ ଅଧ୍ୟକ୍ଷ

Mon Oct 11 , 2021
ଲସ୍‍ଆଞ୍ଜେଲେସ୍‍ / ଦୁବାଇ / ମସ୍କୋ / ଲଣ୍ଡନ / ଆମ୍‍ଷ୍ଟରଡମ୍‍ / ସିଙ୍ଗାପୁର / କାନ୍‍ବେରା / ଅକ୍‍ଲ୍ୟାଣ୍ଡ / ଅହମ୍ମଦାବାଦ / ନୂଆଦିଲ୍ଲୀ / କୋଲକାତା / ଭୁବନେଶ୍ୱର : ବିଶ୍ୱ ଓଡ଼ିଶା ସମାଜ (ବିଓସ)ର ନୂତନ କର୍ମକର୍ତ୍ତା ନିର୍ବାଚନ ଆଭାସି ମତଦାନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ସର୍ବସମ୍ମତିକ୍ରମେ ବିଶ୍ୱଭରି ପ୍ରବାସୀ ଓଡ଼ିଆମାନଙ୍କର ଏହି ଶୀର୍ଷ ସଂଗଠନର ଅଧ୍ୟକ୍ଷ ନିର୍ବାଚିତ […]