ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ଜଣାଇଲା ବିଜେପି

ଭୁବନେଶ୍ୱର:ଆଦିବାସୀମାନଙ୍କ ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ତଥା ସାଂସ୍କୃତିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ସମ୍ବିଧାନରେ ଅନେକ ବ୍ୟବସ୍ଥା ରହିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତି କାରଣରୁ ରାଜ୍ୟରେ ବସବାସ କରୁଥିବା ଆଦିବାସୀମାନେ ସେମାନଙ୍କ ମୈାଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି ।ରାଜ୍ୟରେ ଅନୁସୁଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ବୃଦ୍ଧି ପାଇବା ସହିତ ସେମାନେ ହିଂସା ଓ ଦ୍ୱେଷର ଶିକାର ହେଉଛନ୍ତି । ଆଦିବାସୀଙ୍କ ସ୍ୱାର୍ଥ ପାଇଁ ମୁହଁ ଖୋଲିଲେ ସରକାରୀ ବାବୁ ଏବଂ କର୍ମଚାରୀଙ୍କ ଜରିଆରେ ରାଜ୍ୟ ସରକାର ଆଦିବାସୀ ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ଜନପ୍ରତିନିଧିମାନଙ୍କୁ ବେଇଜ୍ଜତ କରୁଛନ୍ତି । ଆଦିବାସୀବର୍ଗଙ୍କୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ବେଇଜ୍ଜତ ଏବଂ ଓଡିଶା ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଶାସକ ବିଜେଡିର ଅହିଷ୍ନୁତା ଏବଂ ରାଜନୈତିକ ହିଂସାପରାୟଣ ମନୋଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି । ରାଜ୍ୟରେ ବସବାସ କରୁଥିବା ଆଦିବାସୀମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନାରେ ପ୍ରଚୁର ମାତ୍ରାରେ କେନ୍ଦ୍ରୀୟ ଆର୍ଥିକ ଅନୁଦାନ ଆସୁଛି । ସେ ସମସ୍ତ ଅର୍ଥକୁ ସରକାରୀ ବାବୁଙ୍କ ଜରିଆରେ ଶାସକ ବିଜେଡି ମନ୍ତ୍ରୀ, ବିଧାୟକ ଓ ମନ୍ତ୍ରୀମାନେ ହଡପ୍ କରି ଆଦିବାସୀମାନଙ୍କୁ ତାଙ୍କ ନ୍ୟାର୍ଯ୍ୟ ହକ୍‌ରୁ ବଞ୍ଚିତ ରଖାଯାଉଛି । ଆଦିବାସୀ ଅଞ୍ଚଳ ଏବଂ ସ୍ଥାନୀୟ ବଞ୍ଚିତବାସୀଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଡିଏମଏଫ ଓ OMBADC କୁ ହଡପ୍ କରିବା, ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ସ୍ଥାଣୁ କରି ରଖିବା, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ‘ଟ୍ରାଇବଲ ଆଡଭାଇଜରୀ କମିଟି’ (ଟିଏସି)ର ବୈଠକ ନହେବା କାରଣରୁ ଆଦିବାସୀଙ୍କ ମୈାଳିକ ସମସ୍ୟାର ସମାଧାନରେ ବାଧା ସୃଷ୍ଟି ହେବା, ପେସା ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ ନକରିବା, ଆଦିବାସୀ ଆବାସିକ ବିଦ୍ୟାଳୟରେ ଯୈାନଶୋଷଣକୁ ବିରୋଧ କରିବା, ଆଦିବାସୀ ସଂସ୍କୃତି ଓ ପରମ୍ପପରାକୁ ଜଳାଞ୍ଜଳୀ ଦେବା ଭଳି ଆଦିବାସୀ ବିରୋଧୀ ନୀତିକୁ ବିରୋଧ କରିବାରୁ ଶାସକ ବିଜେଡି ପ୍ରତିହିଂସାପରାୟଣ ହୋଇ ବିଜେଡି କାର୍ଯ୍ୟକର୍ତା ଓ ସରକାରୀ ବାବୁଙ୍କୁ ଜରିଆରେ ଅଗଣତାନ୍ତ୍ରୀକ କାର୍ଯ୍ୟ କରୁଛି । ଏହି ପ୍ରସଙ୍ଗରେ ଆଜି ରାଜ୍ୟ ଅନୁସୁଚିତ ଜନଜାତି ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଭୂବନେଶ୍ୱରସ୍ଥିତ ଏସଟି କମିଶନଙ୍କ ପ୍ରତିନିଧି ଏବଂ ପରେ କଟକ ଯାଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଉପ ସଭାପତି ବଳଭଦ୍ର ମାଝୀ, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ପ୍ରମୁଖ ସାମିଲ ଥିଲେ ।

Admin

Leave a Reply

Your email address will not be published. Required fields are marked *

Next Post

ମମିତା ହତ୍ୟାକାଣ୍ଡ ଘଟଣାର ତଦନ୍ତ ଯଥାଶୀଘ୍ର ସିବିଆଇକୁ ହସ୍ତାନ୍ତର କରାଯାଉ

Fri Oct 22 , 2021
ଭୁବନେଶ୍ୱର : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ସମଗ୍ର ରାଜ୍ୟବାସୀଙ୍କ ମନ ଭିତରେ ବହୁ କଷ୍ଟ ଦେଇଛି । ଗତ ଅକ୍ଟୋବର ୮ ତାରିଖରୁ ନିଖୋଜ ଥିବା ଶିକ୍ଷୟିତ୍ରୀ ମମିତାଙ୍କୁ ତାଙ୍କ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁ ପୋଡି ମାଟି ତଳେ ପୋତିଦେବା ଘଟଣା ଅତ୍ୟନ୍ତ ନୃଶଂସ ଓ ଜଘନ୍ୟପୂର୍ଣ୍ଣ ଅଟେ । ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ପାଇଁ କାଳବିଳମ୍ବ ନକରି ଏହି ନାରକୀୟ ହତ୍ୟାକାଣ୍ଡର ସଂପୂର୍ଣ୍ଣ ତଦନ୍ତ […]

You May Like