ଭୁବନେଶ୍ୱର : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ସମଗ୍ର ରାଜ୍ୟବାସୀଙ୍କ ମନ ଭିତରେ ବହୁ କଷ୍ଟ ଦେଇଛି । ଗତ ଅକ୍ଟୋବର ୮ ତାରିଖରୁ ନିଖୋଜ ଥିବା ଶିକ୍ଷୟିତ୍ରୀ ମମିତାଙ୍କୁ ତାଙ୍କ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁ ପୋଡି ମାଟି ତଳେ ପୋତିଦେବା ଘଟଣା ଅତ୍ୟନ୍ତ ନୃଶଂସ ଓ ଜଘନ୍ୟପୂର୍ଣ୍ଣ ଅଟେ । ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ପାଇଁ କାଳବିଳମ୍ବ ନକରି ଏହି ନାରକୀୟ ହତ୍ୟାକାଣ୍ଡର ସଂପୂର୍ଣ୍ଣ ତଦନ୍ତ ସିବିଆ ଦ୍ୱାରା କରାଇବାକୁ ରାଜ୍ୟ ବିଜେପି ତରଫରୁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦାବୀ କରାଯାଇଛି । ବେସରକାରୀ ଶିକ୍ଷାନୁଷ୍ଠାନ ହୋଇଥିବା ସତ୍ୱେ ସ୍କୁଲର ମୁଖ୍ୟ ଶ୍ରୀ ସାହୁଙ୍କ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସଂପର୍କ କାରଣରୁ ପ୍ରଚୁର ମାତ୍ରାରେ ସରକାରୀ ଆର୍ଥୀକ ଅନୁଦାନ ଓ ସହାୟତା ପ୍ରଦାନ କରାଯାଇଛି । ମୃତ ମମିତାର ପରିବାରବର୍ଗଙ୍କ ଅଭିଯୋଗ ଅନୁଯାୟୀ, ଗୋବିନ୍ଦ ସାହୁ ଶିକ୍ଷାନୁଷ୍ଠାନ ଆଳରେ ସେଠାରେ ଦେହ କାରବାର କରୁଥିଲେ ଏବଂ ବିଭିନ୍ନ ସମୟରେ ମନ୍ତ୍ରୀଗଣ ଓ ବିଜେଡି ନେତାମାନେ ବରାବର ଆସୁଥିଲେ । ମମିତା ଏଭଳି ହୀନ କାର୍ଯ୍ୟ ସଂପର୍କରେ ସମସ୍ତ ଖବର ଜାଣିସାରିଥିବାରୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ବିଜେପି ଓ ଗଣମାଧ୍ୟମର ଚାପ କାରଣରୁ ପୋଲିସ ବାଧ୍ୟ ହୋଇ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରିଥିଲେ କିନ୍ତୁ ପରବର୍ତୀ ସମୟରେ ଚକ୍ରାନ୍ତ କରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଜାଣିଶୁଣି ତାଙ୍କୁ ପୋଲିସ ହାଜତରୁ ଖସେଇ ଦିଆଯାଇଥିଲା । ଶେଷରେ ଚାପର ଶିକାର ହୋଇ ପୋଲିସ ପୁଣି ୧୯ ତାରିଖ ଦିନ ଗିରଫ କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ସୁସଂପର୍କ ଥିବା କାରଣରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ନିଜ କ୍ଷମତାର ଅପବ୍ୟବହାର କରି ଘଟଣାକୁ ଚାପି ଦେବାର ପ୍ରୟାସ ପ୍ରଥମ ଦିନରୁ ଜାରୀ ରଖିଛନ୍ତି । ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଅଛନ୍ତି ଏବଂ ଗୃହ ବିଭାଗ ଦାୟୀତ୍ୱରେ ଥିବାରୁ ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ଅସମ୍ଭବ । ତେଣୁ ରାଜ୍ୟ ମାନବାଧିକାର କମିଶନ ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବୀ କରାଯାଇଛି । ଏଥି ସହ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଯଥାଶୀଘ୍ର ସିବିଆଇକୁ ହସ୍ତାନ୍ତର କରିବାକୁ ମଧ୍ୟ ରାଜ୍ୟ ମାନବବାଧିକାର କମିଶନଙ୍କ ନିକଟରେ ଦାବୀ କରାଯାଇଛି ବୋଲି ଭେଟିବାକୁ ଯାଇଥିବା ପ୍ରତିନିଧି ଦଳର ସଦସ୍ୟ ତଥା ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ଓ ଅନୀତା ଶୁଭଦର୍ଶୀନି, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର ଓ ସୋନାଲୀ ସାହୁ, ମନସ୍ମିତା ଖୁଂଟିଆ,ରଶ୍ମୀରେଖା ଦାଶ, ଅପର୍ଣ୍ଣା ଧିର ସିଂହ, ମନ୍ଦାକିନୀ ପାତ୍ର, ରଶ୍ମୀମୟୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Next Post
ଅନୁତାପ ଏକ ଉପେକ୍ଷିତ ପ୍ରେମର
Fri Oct 22 , 2021
ସୁବ୍ରତ ସେଦିନ ତାଙ୍କର ଇପ୍ସିତା ପ୍ରେମିକା ସୁରେଖାର କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବାର ଖବର ପାଇ ଭାଙ୍ଗି ପଡ଼ିଥିଲେ । ସୁରେଖା ସମ୍ବଲପୁରର ଗଙ୍ଗାଧର ମେହେର କଲେଜର ବି.କମ୍. ଛାତ୍ରୀ, ଦେଖିବାକୁ ବହୁତ ସୁନ୍ଦରୀ, ଗୋରୀ, ଚକାମୁହଁ, ଫୁଲକାଫୁଲ୍କା ଗାଲ, ଆଖିରେ କାମନାର ଚାହାଣୀ, ମୁଣ୍ଡରେ ସାମ୍ପୁକରା ଖୋଲା ଘଞ୍ଚ କେଶ, ମଧ୍ୟମ ସ୍ୱାସ୍ଥ୍ୟ, ଆକର୍ଷଣୀୟା ମୁଖଶ୍ରୀ, ସୁଗଠିତ ଅଙ୍ଗ ପାଇଁ ସୁରେଖା ପ୍ରଥମେ ମଡ଼େଲିଂରେ ଶ୍ରେଷ୍ଠସ୍ଥାନ ପାଇ […]

You May Like
-
4 months ago
ତୁରନ୍ତ ପୋଲିସ୍ ପ୍ରତ୍ୟାହାର କରାଯାଉ