“ଏ କେମିତି ବନ୍ଧନ”

ଭୁବନେଶ୍ୱର : ଜେମ୍ସ ଫିଲ୍ମସ ବ୍ୟାନରରେ ନିର୍ମାଣ ହେଉଛି ଚଳଚ୍ଚିତ୍ର ଏ କେମିତି ବନ୍ଧନ । ଯାହା ଏକ ପାରିବାରିକ କଥାବସ୍ତୁ ଉପରେ ଆଧାରିତ । ଜୀବନ ସଂଗ୍ରାମରେ ବଞ୍ଚିବାକୁ ହେଲେ ପରିବାରକୁ କେମିତି ବିଭିନ୍ନ ସଂଘର୍ଷର ପଥ ଦେଇ ଗତି କରିବାକୁ ପଡିଛି ଓ କାହାଣୀର ମୁଖ୍ୟ ନାୟକ, ନାୟିକା କେମିତି ତାଙ୍କ ଭାଇ ଭାଉଜଙ୍କ ମୃତ୍ୟୁ ପରେ ତାଙ୍କ ପିଲାଙ୍କୁ ଆପଣେଇ ନେଇ ସଂଘର୍ଷର ସମ୍ମୁଖିନ ହେବାକୁ ପଡିଛି ,ଏ କାହାଣୀ ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ । ଏହି କଥା ବସ୍ତୁରେ ଅଭିନେତା ଅମନ, ଅଭିନେତ୍ରୀ କୁକିଜ ସ୍ୱାଇଁ ,ଦୀପକ ମହାରଣା, ମାନସ ମିଶ୍ର ,ପୂର୍ଣ୍ଣ ପାତ୍ର, ତପନ ସାହୁ, ମୁନ୍ନା ମଲ୍ଲିକ, ସ୍ମିତା ଚକ୍ରବର୍ତ୍ତୀ, କୁହୁ, ମଧୁ ବାରିକ,ସୂର୍ଣ୍ଣଲତା ,ରାଜଲଷ୍ମୀ, ସତ୍ୟେନ୍ଦ୍ର , ରୁଦ୍ର ,ଜ୍ୟୋତିଶ୍ରୀ ପ୍ରମୁଖ କଳାକାର ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ରାକେଶ ସାମଲ ନେଇଥିବା ବେଳେ,ସଙ୍ଗୀତ ନିର୍ଦ୍ଦେଶନା ଭାର ବୈଦନାଥ ଦାଶ ନେଇଛନ୍ତି । ପ୍ରଯୋଜନାରେ ଜେମ୍ସ ଓ ପ୍ରଭାତ ବାବୁ ଅଛନ୍ତି । ସହ ପ୍ରଯୋଜକ ଅଛନ୍ତି ସ୍ମିଥ ବାରିକ, ଏ.ଆର .ହାରିସ ବାଦୀ କ୍ରିଏଟିଭ ପ୍ରଯୋଜକ ଅଛନ୍ତି । ସିନେମାଟୋଗ୍ରାଫର ଭାବେ ଦେବବ୍ରତ ନାଥ, ଅଛନ୍ତି । ପ୍ରଡକ୍ସନ କଣ୍ଟ୍ରୋଲର ଭାବେ ଚିକୁ ବାବୁ କାମ କରୁଛନ୍ତି । ଚଳଚ୍ଚିତ୍ର ଟି କଟକ, ଯାଜପୁର ଏବଂ ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ସୁଟିଂ ଚାଲିଛି ।

Leave a Reply

Your email address will not be published. Required fields are marked *