ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର, ଗିରଫ ଓ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବା ଦାବୀରେ ଦିଲ୍ଲୀରେ ବିକ୍ଷୋଭ

ନୂଆଦିଲ୍ଲୀ / ଭୂବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର, ଗିରଫ ଓ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରାଇବା ଦାବୀରେ ରବିବାର ଦିନ ଦିଲ୍ଲୀଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ପ୍ରବାସୀ ଓଡିଶାବାସୀ ଦିଲ୍ଲୀସ୍ଥିତ ପଟେଲ ଛକଠାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନୀରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ବହୁ ସଂଖ୍ୟାରେ ପ୍ରବାସୀ ଓଡିଆ ଯୋଗ ଦେଇଥିଲେ । ଯେହେତୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଗୋବିନ୍ଦ ସାହୁଙ୍କର ସବୁପ୍ରକାର ଅପରାଧିକ କାର୍ଯ୍ୟ, ରାଜନୈତିକ ଭାବେ ସରକାରୀ ଅର୍ଥ ଆତ୍ମସାତ୍ ଓ ଯୌନ କେଳେଙ୍କାରୀର ସମସ୍ତ ପ୍ରମାଣ ଓ ତଥ୍ୟ ମମିତା ମେହେର ଜାଣି ପାରିଥିଲେ ଏବଂ ଏହାର ବିରୋଧ କରିଆସୁଥିଲେ ଓ ଭବିଷ୍ୟତରେ ସେ ଏହାକୁ ପ୍ରକାଶ କରିଦେବାର ସମ୍ଭାବନା ଆଶଙ୍କା ଥିଲା, ତେଣୁ ସୁଚିନ୍ତିତ ଭାବେ ତାଙ୍କୁ ହତ୍ୟା କରିବା ପାଇଁ ମନ୍ତ୍ରୀ ଶ୍ରୀ ମିଶ୍ର ଗୋବିନ୍ଦ ସାହୁଙ୍କ ସହିତ ଷଡଯନ୍ତ୍ର ରଚନା କରିଥିଲେ । ଗୃହ ବିଭାଗ ଅଧିନରେ ଥିବା ପୋଲିସ ନିଜ ବିଭାଗର ମୁଖିଆଙ୍କୁ କିପରି ଜେରା କରିବା ସହ ତଦନ୍ତ ପରିସରଭୁକ୍ତ କରିବ ? ମନ୍ତ୍ରୀ ପଦରେ ରହି ଶ୍ରୀ ଦିବ୍ୟଶଙ୍କର ମିଶ୍ର ଏଭଳି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତକୁ ସଂପୂର୍ଣ୍ଣ ପ୍ରଭାବିତ କରୁଛନ୍ତି । ତେଣୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ଘଟଣାର ତଦନ୍ତ ଭାର ସିବିଆଇକୁ ନ୍ୟାସ୍ତ କରାଯାଉ ବୋଲି ଡ.ପାତ୍ର ଦାବୀ କରିଛନ୍ତି ।

Admin

Leave a Reply

Your email address will not be published.

Next Post

ମୋଦିଙ୍କ ସରକାର ସମୟରେ ଗରିବ ଲୋକଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି : ଧର୍ମେନ୍ଦ୍ର ପ୍ରଧାନ

Sun Oct 31 , 2021
ହାଥରସ/ଉତରପ୍ରଦେଶ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଗରିବ ଲୋକଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ଏବଂ ସମସ୍ତ ଜନକଲ୍ୟାଣକାରୀ ଯୋଜନାର ସବୁଠୁ ଅଧିକ ଲାଭ ଗରିବ ଲୋକଙ୍କୁ ମିଳିଛି ବୋଲି ରବିବାର ଉତରପ୍ରଦେଶର ହାଥରସ ଠାରେ ବୃଜ କ୍ଷେତ୍ରର ମଣ୍ଡଳ ଅଧ୍ୟକ୍ଷ ଏବଂ ମଣ୍ଡଳ ପ୍ରଭାରୀ ବୈଠକରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳ ଯୋଜନା ହେଉ […]

You May Like