ଜଣତନ୍ତ୍ର ଶାସନ_ଗଣତନ୍ତ୍ର ଶାସନ_ସମ୍ବିଧାନ ବିରୋଧୀ ଶାସକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୋମବାର (୮ ନଭେମ୍ବର ୨୦୨୧) ଦିନ କଳାହାଣ୍ଡି ଗସ୍ତ ପରେ ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦବଦବା ରାଜ୍ୟରେ ବଢ଼ିଲା ଏବଂ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସ ହେଲା । ଆଗାମୀ ଦିନରେ ଆପଣମାନେ ଜାଣିପାରିବେ । ସବୁ ଠାରୁ ବଡ଼ ବିଷୟ ହେଲା ମହିଳାଙ୍କ ଘଟଣାରେ ନବୀନ ସବୁବେଳେ ନୀରବ କାହିଁକି ? ଏହା ସାରା ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ମହିଳା ପାଇଁ ଓଡ଼ିଶାର ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ବିନା କାରଣରେ ଇସ୍ତଫା ଦେବାକୁ ପଡ଼ିଥିଲା । ଏବେ କିନ୍ତୁ ମହିଳାଙ୍କୁ ନେଇ ଅନେକ ଘଟଣା ଘଟୁଛି ତଥାପି ଶାସକ ଚୁପ୍ – ବିଜେଡିକୁ ଭୋଟ ଦେଇଥିବା ଭୋଟର ମଧ୍ୟ ଚୁପ । ଏହା ପଛର ବଡ଼ କାରଣ ହେଲା ଶାସକଙ୍କୁ କ୍ଷମତା ଲୋଭ ଏବଂ ଭୋଟରଙ୍କୁ ଭୟ ! ପାଟି ଖୋଳିଲେ କାଳେ ଆମାର ମାଗଣା ମିଳୁଥିବା ଟଙ୍କା, ସୁବିଧା ଏବଂ ଦ୍ରବ୍ୟ ପଦାର୍ଥ ବନ୍ଦ ହୋଇଯିବ କି ? ଚିନ୍ତାରେ ସଚେତନର ଭୋଟର । କ୍ଷମତା ଲୋଭରେ ଜଣତନ୍ତ୍ର ଶାସନ । ୨୦୨୪ରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ପାଇଁ ପ୍ରାର୍ଥନା କରନ୍ତୁ । ଆଜିର ଦିନରେ ଅର୍ଥାତ ୮ ନଭେମ୍ବର ୨୦୧୬ ମସିହାରେ ଦେଶରେ ଜଣତନ୍ତ୍ର ଶାସନ ଆରମ୍ଭ ହୋଇଥିଲା । ୫୦୦ ,୧୦୦୦ଟଙ୍କାକୁ ଅଚଳ କରିଦିଆଯାଇଥିଲା । ଏହାର ପ୍ରଭାବରେ ଶହଶହ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ । ଆଜି ଅନେକ ବ୍ୟକ୍ତି ମାନସିକସ୍ତରରେ ମଧ୍ୟ ମୃତ୍ୟୁ ହୋଇଯାଇଛନ୍ତି । ରାତିରେ ଘୋଷଣା ହେଉଥିବା ନିୟମ ଏବେ ସମସ୍ତଙ୍କୁ କାଳ ସାଜିଛି ଯଥା-ଟଙ୍କା ଅଚଳ, ଜଟିଳ/ବେକାର/ ଭାରାକ୍ରାନ୍ତ GST ପ୍ରଚଳନ, କରୋନା ରୋକିବା ଘୋଷଣା ସହିତ ଅନେକ ସମ୍ବିଧାନ ବିରୋଧୀ କାର୍ଯ୍ୟକ୍ରମ ଗୁଡ଼ିକ । ସମୀର କୁମାର ସିଂହ,ସଂପାଦକ, ଓଡ଼ିଶା ନ୍ୟୁଜ୍ , ଭୁବନେଶ୍ଵର – ନୂଆଦିଲ୍ଲୀ ।

Admin

Leave a Reply

Your email address will not be published. Required fields are marked *

Next Post

‘ରକ୍ଷକ’ର ଶୁଭାରମ୍ଭ , ଦୁର୍ଘଟଣାର ଶୀକାର ହୋଇଥିବା ଲୋକଙ୍କ ଜୀବନ ବଞ୍ଚାଇ ବା ଠାରୁ ପୂଣ୍ୟ ଆଉ କିଛି ନାହିଁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Wed Nov 10 , 2021
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ପରିବହନ ବିଭାଗ ଦ୍ବାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ (First Responder)  ତାଲିମ ପାଇବେ । ୩୦୦ ପ୍ରଶିକ୍ଷକ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ ସପ୍ତାହ ପାଇଁ ତାଲିମ ପ୍ରଦାନ […]