ଉପକାର

ଉପକାର ପ୍ରକୃତିର ଲକ୍ଷ୍ୟ ଅଟେ । ପ୍ରକୃତି ସର୍ବଦା ସର୍ବତ୍ର ସମସ୍ତଙ୍କ ପ୍ରତି ଉପକାର କରିବାରେ ବ୍ୟସ୍ତ । ଆମେ ଅନ୍ୟଠାରୁ ଯେତେ ଉପକୃତ ହେଉଥିବା ଆମ ଉପରେ ସେତିକି ବୋଝ ବଢ଼ୁଥିବ । ଅଧିକରୁ ଅଧିକ ଅନ୍ୟର ଉପକାର କରିବା ହେଉଛି ଗୁଣବାନର ଲକ୍ଷଣ । ଆମକୁ ଯେଉଁ ଯୋଗ୍ୟତା, ଯେଉଁ ଅଧିକାର ଈଶ୍ୱର ଦେଇଛନ୍ତି, ଯଦି କୌଣସି ଅଧିକାରୀ ବ୍ୟକ୍ତି ଆମଠାରୁ ନିଜର ଆବଶ୍ୟକତା ପେଶ୍‍ କରେ, ତେବେ ତାକୁ ଖୋଲା ପ୍ରାଣରେ ସାହାଯ୍ୟ କରିବା ଉଚିତ୍‍ । ଯେଉଁ ବ୍ୟକ୍ତି ସର୍ବଦା ଅନ୍ୟର ଉପକାର କରିବା ପାଇଁ ଓ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ, ଅନ୍ୟ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ପାଇଁ ଅଧିକରୁ ଅଧିକ ଆଗ୍ରହ ସହକାରେ ପ୍ରସ୍ତୁତ ଥାଏ, ତାକୁ ହିଁ ମହାପୁରୁଷ କୁହାଯାଏ । ସାଧାରଣତଃ ଦେଖାଯାଇଥାଏ କି ଯେଉଁମାନେ ଆମପ୍ରତି ଉପକାର କରିଥାନ୍ତି, ସେମାନଙ୍କ ପ୍ରତି ଉପକାର କରିବାର ଅବକାଶ ଆମ ପାଇଁ ଖୁବ୍‍ କମ୍‍ ମିଳେ; କିନ୍ତୁ ଯେଉଁ ଉପକାର ଆମେ ପାଇଛୁ, ତାହା ଅବସର ବା ଅବକାଶ ଖୋଜି ଶୁଝି ଦେବା ପାଇଁ ଚେଷ୍ଟା କରିବା ଉଚିତ୍‍ । ଯଦି ନିଜ ଉପକାରୀର ନହେଲା ତାହା ଅନ୍ୟର ଉପକାର କରି ମଧ୍ୟ ଋଣମୁକ୍ତ ହେବା ଉଚିତ୍‍ । କୌଣସି ନା କୌଣସି ଉପାୟରେ ପରୋପକାର କରିବାର ଶକ୍ତିର ସଦ୍‍ବ୍ୟବହାର କରିବା ପାଇଁ ସର୍ବଦା ଚେଷ୍ଟା କରିବା ଉଚିତ୍‍ । ମନୁଷ୍ୟ ଯେ ପରର ଉପକାର କରିଥାଏ ତାହା ନୁହେଁ ବରଂ ନିଜର ମଧ୍ୟ ଉପକାର କରିଥାଏ । ହୃଦୟ ବିଶାଳ ହୁଏ ଓ ମନ ପ୍ରଫୁଲ ହୋଇଥାଏ । ଗାଡ଼ି ମୋଟରରେ ଯାଉଥିଲା ବେଳେ ତୃଷାର୍ତ୍ତ ଯାତ୍ରୀଙ୍କୁ ପାଣି ପିଆଇ ଦେଲେ, ଯେଉଁ ବୃଦ୍ଧ ବ୍ୟକ୍ତି ଗାଡ଼ିରେ ଉଠି ପାରୁନାହାନ୍ତି ସେମାନଙ୍କର ବିଛଣାପତ୍ର ଧରି ସେମାନଙ୍କୁ ଗାଡ଼ିରେ ଉଠାଇଦେଲେ ବା ଯାତ୍ରାରେ ସାହାଯ୍ୟ କଲେ ମନରେ ଯେଉଁ ଆନନ୍ଦ ହୋଇଥାଏ, ତାହା ବର୍ଣ୍ଣନା କରି ହୁଏ ନାହିଁ । ପରୋପକାର ମନୋଭାବନା ନେଇ କରାଯାଇଥିବା କାର୍ଯ୍ୟ ଦ୍ୱାରା ଏକ ଦୈବୀ ସହାୟତା ମିଳିଥାଏ । ଆନ୍ତରିକ ସନ୍ତୋଷ ମିଳିଥାଏ । ଆତ୍ମାନନ୍ଦ ହିଁ ଆନନ୍ଦର ସର୍ବୋଚ୍ଚ ସ୍ଥିତି ଅଟେ । ସଂସାରରୁ କିଛି ନପାଇଲେ ମଧ୍ୟ ପରୋପକାର ରତ ବ୍ୟକ୍ତି ନିଜ ଆତ୍ମା ପାଇଁ ସବୁକିଛି ପାଇଥାଏ । ଯେଉଁ ବ୍ୟକ୍ତି ପରୋପକାର ବୃତ୍ତିର ବିକାଶ କରେ, ସେ ନିଜର ବ୍ୟକ୍ତିତ୍ୱରେ ଦୈବୀ ଆକର୍ଷଣ ଉତ୍ପନ୍ନ କରେ, ଯାହାର ପ୍ରଭାବ ଜନତାର ହୃଦୟରେ ଗଭୀର ଭାବେ ପଡ଼େ । ଏହି ସଦ୍‍ଗୁଣର ବିକାଶ ନିଶ୍ଚୟ କରିବା ଉଚିତ୍‍ । ପର ଉପକାର ଏକ ମହନ୍‍ ସଦ୍‍ଗୁଣ ଅଟେ । ସମୀର କୁମାର ସିଂହ,ସଂପାଦକ

Admin

Leave a Reply

Your email address will not be published. Required fields are marked *

Next Post

हिंदी साहित्‍य में चित्‍तरंजन नाहक को डॉक्‍टर की उपाधि

Thu Nov 25 , 2021
संबलपुर: श्री चित्‍तरंजन नाहक संबलपुर विश्‍वविद्यालय के अधीन तुलनात्‍मक साहित्‍य में पीएचडी उपाधि हेतु चयनित हुए हैं। श्री नाहक ने सुमित्रानन्‍दन पंत एवं सच्चिदानन्‍द राउतराय के काव्‍यों की मानवतावादी प्र‍वृत्तियों का तुलनात्‍मक अध्‍ययन शीर्षक विषय पर प्रोफेसर (डॉ0) दामोदर मिश्र, कुलपति, हिंदी विश्‍वविद्यालय (पश्चिम बंगाल) के तत्‍वावधान में शोध कार्य […]