ଗରିବ କଲ୍ୟାଣ ଓ ସର୍ବସମାଜର ବିକାଶ ଆଧାରରେ ୟୁପିରେ ନିର୍ବାଚନ ଲଢିବ ବିଜେପି

ମେରଠ : ଉତରପ୍ରଦେଶରେ ଗରିବ କଲ୍ୟାଣ, ସର୍ବସମାଜର ବିକାଶ ଏବଂ ସାଧାରଣ ଲୋକଙ୍କୁ ମିଳିଥିବା ସୁରକ୍ଷାକୁ ନେଇ ବିଜେପି ପକ୍ଷରୁ ଚଳିତ ନିର୍ବାଚନ ଲଢ଼ାଯିବ ବୋଲି ଶୁକ୍ରବାର ଉତରପ୍ରଦେଶର ମେରଠ ଠାରେ ଆୟୋଜିତ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ଶାସନରେ ରାଜ୍ୟରେ ଆଇନ ବ୍ୟବସ୍ଥା ଏବଂ ବିକାଶର ନୂଆ ଗଙ୍ଗା ପ୍ରବାହିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ୟୁପିର ଜନତା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସୌଭାଗ୍ୟ ଯୋଜନାରେ ବିଜୁଳି, ପାଇପ ଯୋଗେ ଯୋଗେ ସ୍ୱଚ୍ଛ ପାଣି, କରୋନା ମହାମାରୀ ସମୟରେ ମାଗଣାରେ ଖାଦ୍ୟ ସାମଗ୍ରୀ ସହ ଆନୁଷଙ୍ଗିକ ସହାୟତା ସମେତ ଅନେକ ଜନକଲ୍ୟାଣକାରୀ ଯୋଜନାରେ ଲାଭାନ୍ୱିତ । ଗରିବ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାଥୀରେ ଅଛନ୍ତି । ୟୁପିରେ ବର୍ତମାନର ପ୍ରସଙ୍ଗ ହୋଇଛି ଗରିବ କଲ୍ୟାଣ, ଗରିବଙ୍କ ପାଇଁ ଘର, ଗରିବଙ୍କ ଜୀବନରେ ସମ୍ପନ୍ନତା ଆଣିବା ଓ କରୋନା କାଳରେ ସୁରକ୍ଷା । ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ମନ୍ତ୍ର ସାଥୀରେ ଚାଲୁଥିବା ବିଜେପି ଉତରପ୍ରଦେଶର ଜନତାଙ୍କ ଆସ୍ଥାଭାଜନ ହୋଇପାରିଛି । ଚଳିତ ନିର୍ବାଚନ ଗରିବ କଲ୍ୟାଣ, ସର୍ବସମାଜର ବିକାଶ ଏବଂ ସାଧାରଣ ଲୋକଙ୍କୁ ଆଇନ ଦେଇଥିବା ସୁରକ୍ଷା ଉପରେ ନିର୍ବାଚନ ଲଢ଼ାଯିବ । ଅପରପକ୍ଷରେ ଯେଉଁମାନେ ପିଢି ପରେ ପିଢ଼ି ଶାସନ କରିବା ପରେ ମଧ୍ୟ କିଛି ବିକାଶର କାମ କରିନାହାନ୍ତି, ଯାହାଙ୍କୁ ନିଜ ଉପରେ ଭରସା ନାହିଁ, ସେମାନେ ଆଜି ବିଜେପି ବିରୋଧରେ ଅପପ୍ରଚାର କରୁଛନ୍ତି । ଦେଶରେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ହୋଇଥିବା ବେଳେ ଚାଷୀଙ୍କ ଠାରୁ ଧାନ ଓ ଗହମ କିଣାଯାଉଛି । ପିଏମ କୁସୁମ ଯୋଜନାରେ ଚାଷୀଙ୍କ ପାଇଁ ସୋଲାର ପମ୍ପ ଦେବାର ବ୍ୟବସ୍ଥା କରାଯାଇଛି । ଏହି ସବୁ ଯୋଜନାକୁ ଚାଷୀ ବୁଝିସାରିଛି । ଆଗାମୀ ଦିନର ନିର୍ବାଚନ ପାଇଁ ବିଜେପି କାର୍ଯ୍ୟକର୍ତାଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି । ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁଶାସନରେ ରାଜ୍ୟର ଜନତା ବିଜେପିକୁ ପୁନଃଆଶୀର୍ବାଦ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ
କହିଛନ୍ତି ।

Admin

Leave a Reply

Your email address will not be published. Required fields are marked *

Next Post

ଚାଷୀମାନଙ୍କୁ ନିର୍ଦ୍ଧାରିତ ଧାନ କ୍ୱିଂଟାଲ ପ୍ରତି ଏମଏସପି ୧୯୪୦ ଟଙ୍କା ପ୍ରଦାନ କରାଯାଉ : ପ୍ରଦୀପ ପୁରୋହିତ

Fri Nov 26 , 2021
ଭୁବନେଶ୍ୱର :ରାଜ୍ୟରେ ଧାନ କିଣାବିକା ଅବ୍ୟବହିତ ପୂର୍ବରୁ ବିଜେପି କୃଷକ ମୋର୍ଚ୍ଚା ମଣ୍ଡିମାନଙ୍କରେ ମିଲର୍ସମାନଙ୍କର ରାଜୁତି ବନ୍ଦ କରିବା ସହ କେନ୍ଦ୍ର ସରକାର ଧାନ କ୍ୱିଂଟାଲ ପ୍ରତି ଯୋଗାଇ ଦେଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୧୯୪୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ବିଜେପି ତାଗିଦ୍ କରିଛି । ଗୁରୁବାର ଦିନ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ […]