ସ୍ୱାବଲମ୍ବନ

ନିଜର ଯୋଗ୍ୟତା ଓ ଶକ୍ତି ଉପରେ ନିର୍ଭର କରିବାକୁ ସ୍ୱାବଲମ୍ବନ କୁହାଯାଏ । ସ୍ୱାବଲମ୍ବନର ଅନ୍ୟ ନାମ ଆତ୍ମନିର୍ଭରଶୀଳତା ଅଟେ । ବାଲ୍ୟାବସ୍ଥାରୁ ଆତ୍ମନିର୍ଭରଶୀଳତାର ଅଭ୍ୟାସ ପ୍ରତି ଦୃଷ୍ଟି ଦେବା ଉଚିତ୍‌, ଯଦ୍ୱାରା ଭବିଷ୍ୟତ ଜୀବନରେ ଏହା ମନୁଷ୍ୟକୁ ଯଥେଷ୍ଟ ସାହାଯ୍ୟ କରିବ । ସ୍ୱାବଳମ୍ବନ ଅଭ୍ୟାସ ବିନା ଜୀବନରେ ପୂର୍ଣ୍ଣ ଆନନ୍ଦ, ସନ୍ତୋଷ ତୃପ୍ତିପ୍ରାୟ ମିଳିନଥାଏ । କାରଣ ପ୍ରତ୍ୟେକ କ୍ଷେତ୍ରରେ ପରାବଲମ୍ବନ ଅଥବା ଅନ୍ୟ ଉପରେ ନିର୍ଭର କଲେ ସଂଯମୀ ମନୁଷ୍ୟର ବ୍ୟକ୍ତିଗତ ସ୍ୱାଧୀନ ବିଚାରଧାରା ବାଧାପ୍ରାପ୍ତ ହୋଇଥାଏ । ପରାବଲମ୍ବନ ସଂଯମୀ ମନୁଷ୍ୟକୁ ଦୁର୍ବଳ କରେ । ପ୍ରତ୍ୟେକ ବ୍ୟକ୍ତି ନିଜର ଧୋତି, ଜାମା, ଗଞ୍ଜି,ଟାୱେଲ ଇତ୍ୟାଦି ନିଜେ ପରିଷ୍କାର କରିବା ଉଚିତ୍ । ନିଜର ମାନ ବିନୋଦାର୍ଥେ ଫଳ, ପୁଷ୍ପ ସୁସଜ୍ଜିତ ଏକ ଉଦ୍ୟାନ ନିଜ ପ୍ରଯତ୍ନରେ କରାଯାଇପାରେ । ଗୃହର ସାଜସଜ୍ଜା ଠାରୁ ଆରମ୍ଭ କରି ନିଜ ଲୁଗାରେ ଇସ୍ତ୍ରୀ ଇତ୍ୟାଦି ନିଜେ ନିଜେ କରିବା ସଂଯମୀର କର୍ତ୍ତବ୍ୟ । ପୃଥିବୀର ସମସ୍ତ ମହତ ବ୍ୟକ୍ତି ବାଲ୍ୟାକାଳରୁ ସ୍ୱାବଲମ୍ବୀ ଥିଲେ । ଛୋଟବଡ଼ ପ୍ରତ୍ୟେକ ବିଷୟରେ ଏକ ସଂଯମୀ ବ୍ୟକ୍ତି ଯେତେ ବେଶି ସ୍ୱାବଲମ୍ବୀ ହେବ ପ୍ରତ୍ୟେକ ବିଷୟରେ ସେତିକି ଆତ୍ମପ୍ରତୀୟ ହୋଇପାରିବ , ଆଳସ୍ୟ କମିବ ତଥା ନିଜର କର୍ମଶକ୍ତି ପ୍ରତି ଶ୍ରଦ୍ଧା ଜନ୍ମିବ । ମହାପୁରୁଷମାନେ କିପରି ସରଳ ନିରାଡମ୍ବର ଓ ସ୍ୱାବଲମ୍ବୀ ଏବଂ ଆଦର୍ଶ ଗୁଣସମ୍ପନ୍ନ ହୋଇଥାନ୍ତି ସେମାନଙ୍କ ସମ୍ବନ୍ଧରେ ଆଲୋଚନା କରାଯାଉଛି । ସ୍ୱାବଲମ୍ବନ ଏପରି ଏକ ବିଦ୍ୟଗୁଣ, ଯାହାର ସାଧକ ଅସାଧାରଣ ଆନ୍ତରିକ ଶକ୍ତି ଲାଭ କରିଥାଏ । ଭୌତିକ ଏବଂ ଆଧ୍ୟାତ୍ମିକ ଦୁଇ ପ୍ରକାର ସଫଳତା ପାଇବା ପାଇଁ ଏହା ଏକ ଅନିବାର୍ଯ୍ୟ ଗୁଣ ଅଟେ । ଭୋଗ ବିଳାସର ଅଭ୍ୟାସ ମନୁଷ୍ୟ ସମାଜକୁ ବହୁତ ଦୁର୍ବଳ କରିଦେଲାଣି । ସ୍ୱାବଲମ୍ବନର ମୂଲ୍ୟ ଆଉ ସମାଜରେ ନାହିଁ । ସମୀର କୁମାର ସିଂହ,ସଂପାଦକ

Admin

Leave a Reply

Your email address will not be published. Required fields are marked *

Next Post

ଅପମାରଙ୍ଗର ଉପକାରୀତା

Sat Nov 27 , 2021
ଏହା ଓଡ଼ିଶାରେ ବଣ, ଜଙ୍ଗଲ, ଗାଁ ଓ ସହରରେ ମଧ୍ୟ ଦେଖିବାକୁ ମିଳେ । ଫଳ ଦେଖିବାକୁ ଲମ୍ବା କାଠି ଦେହରେ ଦୁଇ କଡ଼ରେ ଛୋଟ ଛୋଟ ପୋକ ବସିଲା ଭଳି । ଫଳରେ ଆଁଶୁ ଥିବା ହେତୁ ଏହା ଲୁଗାରେ ଲାଗିଯାଏ ଏବଂ ଦେହରେ ମଧ୍ୟ ଲାଗିଯାଇ ଗଲୁ କରେ । ମୁଣ୍ଡ ବ୍ୟଥା ଓ ଅଧକପାଳୀ : ଅପମାରଙ୍ଗ ମଂଜିକୁ ଶୁଖାଇ ଗୁଣ୍ଡ କରି ଶୁଙ୍ଘିଲା ମାତ୍ରେ […]