ଅପମାରଙ୍ଗର ଉପକାରୀତା

ଏହା ଓଡ଼ିଶାରେ ବଣ, ଜଙ୍ଗଲ, ଗାଁ ଓହରରେ ମଧ୍ୟ ଦେଖିବାକୁ ମିଳେ । ଫଳ ଦେଖିବାକୁ ଲମ୍ବା କାଠି ଦେହରେ ଦୁଇ କଡ଼ରେ ଛୋଟ ଛୋଟ ପୋକ ବସିଲା ଭଳି । ଫଳରେ ଆଁଶୁ ଥିବା ହେତୁ ଏହା ଲୁଗାରେ ଲାଗିଯାଏ ଏବଂ ଦେହରେ ମଧ୍ୟ ଲାଗିଯାଇ ଗଲୁ କରେ ।

ମୁଣ୍ଡ ବ୍ୟଥା ଓ ଅଧକପାଳୀ : ଅପମାରଙ୍ଗ ମଂଜିକୁ ଶୁଖାଇ ଗୁଣ୍ଡ କରି ଶୁଙ୍ଘିଲା ମାତ୍ରେ ମୁଣ୍ଡ ବ୍ୟଥା ଓ ଅଧକପାଳୀ ଭଲ ହୁଏ । ଏବଂ ଏହାକୁ ଶୁଙ୍ଘିବା ଦ୍ୱାରା ମୁଣ୍ଡରେ ଜମା ହୋଇଥିବା କଫ ପତଳା ହୋଇ ନାଳ ଭାବେ ପଦାକୁ ବାହାରି ଆସେ । ଦନ୍ତ ପୀଡ଼ା: ଅପମାରଙ୍ଗ ଗଛର ୨-୩ଟି ପତ୍ରକୁ ଛେତି ରସ ବାହାର କରି ତୂଲ୍ୟରେ ଭିଜାଇ ଦାନ୍ତରେ ଲଗାଇଲେ ଦରଜ କମିଯାଏ ଓ ଦାନ୍ତରେ ଗାତ ହୋଇଯାଇଥିଲେ କିଛିଦିନ ବ୍ୟବହାରରେ ଭରିଯାଏ । କର୍ଣ୍ଣପୀଡ଼ା: ଅପମାରଙ୍ଗ ଚେରକୁ ସଫା କରି ରସ ବାହାର କରି ସମାନ ମାତ୍ରାରେ ରାଶି ତେଲରେ ଗରମ କରି ପାଣି ଅଂଶ ମରିଯାଇ ଖାଲି ତେଲ ରହିଲେ ଥଣ୍ଡା କରି ଛାଣି ଉଷୁମ ଅବସ୍ଥାରେ ୨-୩ ବୁନ୍ଦ ଲେଖାଏଁ କିଛିଦିନ କାନରେ ପକାଇଲେ କାନ ପାଚିବା, କାନ ଟଣା ଆଦି ରୋଗ ଭଲ ହୋଇଥାଏ । ଜ୍ୱର: ଅପମାରଙ୍ଗ ପତ୍ର ରସ ସହିତ ଗୋଲମରିଚ ଗୁଣ୍ଡ ମିଶାଇ ୨-୩ ଥର ଖାଇଲେ ସବୁ ପ୍ରକାର ଜ୍ୱର ଭଲ ହୋଇଥାଏ । କଟା ଘା’: ଅପମାରଙ୍ଗ ପତ୍ରକୁ ବାଟି କଟା ଜାଗାରେ ଲଗାଇଲେ ଓ ପଟି ବାନ୍ଧିଲେ ରକ୍ତସ୍ରାବ ବନ୍ଦ ହୋଇ ଶୀଘ୍ର ଶୁଖିଯାଏ । ଶ୍ୱାସ ଓ କାଶ: ଅପମାରଙ୍ଗ ପତ୍ରକୁ ଶୁଖାଇ ପୋଡ଼ି ଉଷ୍ମ କରି କପଡ଼ାରେ ଖଲି ସେଥିରୁ ଅଧଗ୍ରାମ ମାତ୍ରାରେ ନେଇ ମହୁ ସହିତ ଚଟାଇଲେ ପିଲାଙ୍କର ଶ୍ୱାସ ଓ କାଶ ଭଲ ହୋଇଥାଏ । ଛାତି ଭିତରେ ଜମି ଥିବା କଫ ବାହାରି ଆସି ଆରାମ ଦେଇଥାଏ । ଅପମାରଙ୍ଗ ମୂଳର ଚୂର୍ଣ୍ଣ ୬-୭ ଗ୍ରାମରେ ୭ଟି ଗୋଲମରିଚ ଚୂର୍ଣ୍ଣ ମିଶାଇ ସକାଳେ ଓ ସନ୍ଧ୍ୟାରେ ପାଣି ସହିତ ସେବନ କଲେ ବିଶେଷ ଲାଭ ମିଳିଥାଏ । ଅର୍ଶ: ଅପମାରଙ୍ଗ ମଂଜିର ଚୂର୍ଣ୍ଣ ୩ ଗ୍ରାମକୁ ସକାଳେ ଓ ସନ୍ଧ୍ୟାରେ ଚାଉଳଧୂଆ ପାଣି ସହିତ ସେବନ କଲେ ଆଁରେ ରକ୍ତ ପଡ଼ିବା ବନ୍ଦ ହୋଇଥାଏ । ଉଷ୍ମକ ରୋଗ: ଯିଏ ବହୁତ ଖାଏ ଓ ଶରୀର ଅପେକ୍ଷାକୃତ ପତଳା ଥାଏ ତେବେ ଅପମାରଙ୍ଗ ମଂଜିର ଚୂର୍ଣ୍ଣ ୩ ଗ୍ରାମ ମାତ୍ରାରେ ଦିନରେ ଦୁଇଥର ଏକ ସପ୍ତାହ ପର୍ଯ୍ୟନ୍ତ ସେବନ କଲେ ନିଶ୍ଚିନ୍ତ ରୂପରେ ଉଷ୍ମକ ରୋଗ ଭଲ ହୁଏ । ବୃକକ୍ ବ୍ୟଥା: ଅପମାରଙ୍ଗ ଚେରକୁ ବାଟି ୫-୧୦ ଗ୍ରାମ ରସକୁ ପାଣିରେ ମିଶାଇ କିଛିଦିନ ପିଆଇଲେ ଲାଭ ମିଳିଥାଏ ଏବଂ ବୃକକ ଭିତରେ ଥିବା ପଥୁରୀକୁ ଖଣ୍ଡ ଖଣ୍ଡ କରି ବାହାର କରିଦିଏ । ଗର୍ଭଧାରଣ ପାଇଁ: ଋତୁ ସ୍ନାନ ଦିନଠାରୁ ୪ ଦିନ ପର୍ଯ୍ୟନ୍ତ ଅପମାରଙ୍ଗ ଗଛର ଚୂର୍ଣ୍ଣ ୧୦ ଗ୍ରାମ ଲେଖାଏଁ ଖାଇଲେ କିମ୍ବା ଏହାର ଚେରକୁ ୧୨୫ ଗ୍ରାମ କ୍ଷୀରରେ ବାଟି ଦିନକୁ ୩ ଥର ୪ ଦିନ ପର୍ଯ୍ୟନ୍ତ ଖାଇଲେ ଗର୍ଭୋଦୟ ହୋଇଥାଏ । ଥରକରେ ଯଦି ଉପକାର ନମିଳେ ଏହାକୁ ୩ ଥର ବ୍ୟବହାର କରିପାରିବେ । ଆଖି ରୋଗ: ଅପମାରଙ୍ଗ ମୂଳର ଚୂର୍ଣ୍ଣ ୨ ଗ୍ରାମରେ ୨ ଚାମଚ ମହୁ ମିଶାଇ କପଡ଼ାରେ ଛାଣି ୨-୨ ବୁନ୍ଦ ଆଖିରେ ପକାଇଲେ ଆଖି ଫୁଲା ଓ ଅନ୍ୟ ରୋଗରେ ଲାଭ ମିଳିଥାଏ । ପେଟ ରୋଗ: ଅପମାରଙ୍ଗ ଗଛର ପଞ୍ଚାଙ୍ଗର କ୍ୱାଥ ୫୦-୬୦ ଗ୍ରାମ ଖାଇବା ପୂର୍ବରୁ ସେବନ କଲେ ପାଚନ ରସ ବୃଦ୍ଧି ହୋଇ ପେଟ ବ୍ୟଥା କମିଥାଏ ଓ ଖାଇବାର ୨-୩ ଘଣ୍ଟା ପରେ କ୍ୱାଥରୁ ୫୦-୬୦ ଗ୍ରାମ ଖାଇବା ପୂର୍ବରୁ ସେବନ କଲେ ପାଚନ ରସ ବୃଦ୍ଧି ହୋଇ ପେଟ ବ୍ୟଥା କମିଥାଏ ଓ ଖାଇବାର ୨-୩ ଘଣ୍ଟା ପରେ କ୍ୱାଥରୁ ୫୦-୬୦ ଗ୍ରାମ ଉଷୁମ ଥାଇ ପିଇଲେ ଅମ୍ଳପିତ୍ତ କମ୍ ହୋଇ ପେଟବ୍ୟଥାରେ ଲାଭ ଦେଇଥାଏ । ରକ୍ତ ପଦର: ଅପମାରଙ୍ଗ ପତ୍ର ୧୦ ଗ୍ରାମ, ଦୁବଘାସ ୫ ଗ୍ରାମକୁ ବାଟି ୬୦ ଗ୍ରାମ ପାଣିରେ ମିଶାଇ ଛାଣି ଗାଈ କ୍ଷୀରରେ ମିଶ୍ରୀ ଗୁଣ୍ଡ ସହିତ ମିଶାଇ ସକାଳେ ୭ ଦିନ ପର୍ଯ୍ୟନ୍ତ ସେବନ କଲେ ରକ୍ତପ୍ରଦରରେ ଲାଭ ମିଳେ । ବ୍ରଣ: ଅପମାରଙ୍ଗ ରସ ବ୍ରଣ ଉପରେ ଲଗାଇଲେ ବ୍ରଣ ବସିଯାଇ କଷ୍ଟ ଦୂର ହୋଇଥାଏ । ଗଲୁ ରୋଗ: ଅପମାରଙ୍ଗ ପଞ୍ଚାଙ୍ଗକୁ ପାଣିରେ ସିଝାଇ ସେହି ପାଣିରେ ଗାଧୋଇଲେ ଗଲୁ ବନ୍ଦ ହୁଏ ।

Admin

Leave a Reply

Your email address will not be published.

Next Post

ରାଜ୍ୟ ସରକାର ଓବିସି ବିରୋଧୀ : ରାଷ୍ଟ୍ରୀୟ ଅଧ୍ୟକ୍ଷ କେ.ଲକ୍ଷ୍ମଣ

Mon Nov 29 , 2021
ଭୁବନେଶ୍ୱର :ଓଡିଶାରେ ପଛୁଆ ବର୍ଗ ଅବହେଳିତ । ଓବିସିମାନଙ୍କୁ କେବଳ ୧୧.୨୫% ସଂରକ୍ଷଣ କଥା କହି ବାସ୍ତବ କ୍ଷେତ୍ରରେ ମାତ୍ର ୨ରୁ ୩ ପ୍ରତିଶତ ସଂରକ୍ଷଣ ଦେଉଛନ୍ତି ରାଜ୍ୟ ସରକାର । ସ୍କୁଲ କଲେଜରେ ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ବ୍ୟବସ୍ଥାରୁ ବଞ୍ଚିତ ରଖାଯାଉଛି । ପଛୁଆ ବର୍ଗଙ୍କୁ ଗଣତନ୍ତ୍ରରେ ଉଚିତ୍ ସମ୍ମାନ ଦିଆଯାଉନାହିଁ । ଓଡିଶା ଜନସଂଖ୍ୟାର ୫୪ ପ୍ରତିଶତ ପଛୁଆ ବର୍ଗଙ୍କ ପ୍ରତି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ […]