ଡାହା ମିଛ କହିବା ଆରମ୍ଭ କରିଛନ୍ତି ଅପରାଜିତା ଷଡଙ୍ଗୀ

ସୁଲୋଚନା ଦାସ

ଭୁବନେଶ୍ୱର: ସ୍ୱେଚ୍ଛାକୃତ ଅବସର ଯୋଜନା (ଭିଆରଏସ୍‍)ରେ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଯେଉଁ ଆବେଦନ କରିଥିଲେ, ତାହାକୁ ରାଜ୍ୟ ସରକାର ୨ମାସ ବିଳମ୍ବ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାହା ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ, ଅସତ୍ୟ ଏବଂ ତଥ୍ୟ ଉପରେ ଆଧାରିତ ନୁହେଁ । ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଶ୍ରୀମତୀ ଷଡଙ୍ଗୀ ରାଜନୀତିରେ ପାଦ ରଖୁ ରଖୁ ଡାହା ମିଛ କହିବା ଆରମ୍ଭ କରିଛନ୍ତିତାଙ୍କର ସ୍ୱେଚ୍ଛାକୃତ ଅବସର ଆବେଦନ ସମୟରେ ସେ ଜଣାଇଥିଲେ ଯେ ସଂଯୁକ୍ତ ରାଷ୍ଟ୍ରର ଏକ ସମାଜସେବୀ ଏନ୍‍ଜିଓରେ କାର୍ଯ୍ୟ କରିବା ପାଇଁ ଚାହୁଁଥିବାରୁ ସେ ଏହି ଅବସର ନେଉଛନ୍ତି । କିନ୍ତୁ କିଛିଦିନ ପରେ ଯେତେବେଳେ ସେ ବିଜେପିରେ ଯୋଗଦେଲେ, ସେତେବେଳେ ପ୍ରକୃତ କଥା ପଦାକୁ ଆସିଲା ଏବଂ ତାଙ୍କର ମିଥ୍ୟା ଧରାପଡିଲା । ଏ ପ୍ରକାର ମିଥ୍ୟାବାଦିତା ତାଙ୍କଠାରୁ ଆଶା କରାଯାଏ ନାହିଁ ଏବଂ ଏ ପ୍ରକାର ଅସତ୍ୟ ବକ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଆ ସ୍ୱାଭିମାନ ବିଷୟରେ ଅନେକ କଥା କୁହନ୍ତି ଏବଂ ଅଣ ଓଡ଼ିଆ ଅଫିସରମାନଙ୍କୁ ଅତି କଟୁ ଭାଷା କରନ୍ତି । କିନ୍ତୁ ଶ୍ରୀମତୀ ଷଡଙ୍ଗୀଙ୍କ ଭଳି ଜଣେ ଅଣ ଓଡ଼ିଆ ବିହାରୀ ଅଫିସରଙ୍କୁ ବିଜେପିରେ ସାମିଲ କରାଇଲେ । ରାଜ୍ୟ ବିଜେପିରେ ଓଡ଼ିଆ ରାଜନେତାଙ୍କ କ’ଣ ଏମିତି ଦୁର୍ଭିକ୍ଷ ପଡିଲା ଯେ ଜଣେ ଅଣଓଡ଼ିଆ ବିହାରୀ ଅଫିସରଙ୍କୁ ଆଣିବାକୁ ପଡିଲା? ପଞ୍ଚାୟତ ଓ ୱାର୍ଡ ସ୍ତରରେ ବିଜେପିର ସଂଗଠନ ସଂପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡିଛି ଏବଂ ସେଥିପାଇଁ ବୋଧେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଣେ ଅଣଓଡ଼ିଆ ବିହାରୀ ଅଫିସରଙ୍କୁ ଦଳରେ ସାମିଲ କରିବା ପାଇଁ ବାଧ୍ୟ ହେଲେ ବୋଲି ଆଜି ଦଳର ମୁଖପାତ୍ର ଶ୍ରୀମତୀ ସୁଲୋଚନା ଦାସ କହିଛନ୍ତି ।

Categories
POLITICS

RELATED BY

  • ସ୍ମିତାରାଣୀଙ୍କ ହତ୍ୟା ପୂର୍ବରୁ ହୋଇଛି ଗଣଦୁଷ୍କର୍ମ, ସିବିଆଇ ତଦନ୍ତ ହେଲେ ସତ ବାହାରିବ

    ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ଅସହାୟ ଏବଂ ଅସୁରକ୍ଷିତ ହୋଇପଡିଛନ୍ତି । ଶାସକ ଦଳର ନେତା, କର୍ମୀ ଏବଂ ସେମାନଙ୍କ ସଂର୍ପକୀୟମାନେ ମହିଳାମାନଙ୍କ ସହ ଅକଥନୀୟ ଅତ୍ୟାଚାର କରିଚାଲିଛନ୍ତି । ପ୍ରତିଦିନ ଗୋଟିଏ ପରେ ଗୋଟିଏ ପରେ ଗଣଦୁର୍ଷ୍କମ, ହତ୍ୟା ଆଦି...
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରା

    ଭୁବନେଶ୍ୱର : ଗତ ଅକ୍ଟୋବର ୨ ତାରିଖ ୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି । ରାଜ୍ୟରେ ଏହି ପଦଯାତ୍ରାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ...
  • ବିଜେପିରେ ସାମିଲ ହେଲେ ବିଜେଡିର କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା

    ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ର ପେଟ୍ରୋଲିୟମ ଓ ପାକୃତିକ ଗ୍ୟାସ, ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା...
  • ୧୮ରେ ବିଜେପୁର ପ୍ରଚାର ପାଇଁ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଭୁବନେଶ୍ୱର : ଆସନ୍ତା ୧୮ ତାରିଖ ଦିନ ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ସକାଳ ୧୦ଟାରେ ବିଜେପୁର ଏନଏସି...