ଡିସେମ୍ବର ୬ରେ

ପଂଚାୟତ ପ୍ରତିନିଧି ସମ୍ମିଳନୀ

ଭୁବନେଶ୍ୱର: ଓଡିଶାରେ ପଂଚାୟତ ବ୍ୟବସ୍ଥା ଏବଂ ପଂଚାୟତ ପ୍ରତିନିଧି ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ସମ୍ମାନ ଥିବା ପରି ମନେହୁଏନା । ପଂଚାୟତ ବ୍ୟବସ୍ଥା ସୁଦୃଢ଼ ହେଲେ ଯାଇ ଗ୍ରାମାଂଚଳରେ ବିକାଶ ପ୍ରଖର ହୋଇପାରିବ । ମାତ୍ର ଏହାକୁ ସୁଦୃଢ କରିବା ପରିବର୍ତେ ବର୍ତମାନର ସରକାର ତାକୁ ଦୁର୍ବଳ ଏବଂ ଶକ୍ତିହୀନ କରିବାର ଚକ୍ରାନ୍ତ କରିଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଲା “ଆମ ଗାଁ – ଆମ ବିକାଶ” ଯୋଜନା । ଏହି ଯୋଜନାରେ ପଂଚାୟତ ପ୍ରତିନିଧିମାନଙ୍କର ଭୂମିକାକୁ ଅବମାନନା କରାଯାଇଛି । ଗ୍ରାମସଭା, ପଲ୍ଲୀସଭାର ଗୁରୁତ୍ୱକୁ ଅବମାନନା କରି ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଅର୍ନ୍ତଗତ ବିଭିନ୍ନ ପ୍ରକଳ୍ପଗୁଡିକୁ ମଧ୍ୟ ପଂଚାୟତ ଜରିଆରେ କାର୍ଯ୍ୟକାରୀ ନକରି ବିଭିନ୍ନ ବିଭାଗ ଦ୍ୱାରା ଏବଂ ବିଜେଡିର କର୍ମୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି । ଗ୍ରାମାଂଚଳ ବିକାଶ ସଂକ୍ରାନ୍ତରେ ଅନ୍ୟାନ୍ୟ ଯୋଜନାଗୁଡିକ କାର୍ଯ୍ୟକାରିତାରେ ମଧ୍ୟ ଅନେକ ବିଲକ୍ଷଣ ବିଜେଡି ସରକାର ଅମଳରେ ଦେଖା ଦେଇଛି । ଦେଶରେ ପଂଚାୟତ ବ୍ୟବସ୍ଥାକୁ ସୁଦୃଢ ଏବଂ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ କଂଗ୍ରେସ ବୈପ୍ଳବିକ ପଦକ୍ଷେପ ନେଇଥିଲା । କଂଗ୍ରେସ ସରକାର କେନ୍ଦ୍ରରେ ୭୩ ତମ ସମ୍ବିଧାନ ସଂଶୋଧନ ଜରିଆରେ ପଂଚାୟତ ବ୍ୟବସ୍ଥାର ସଂସ୍କାର ଆଣିବା ସହିତ ଏହାକୁ ସୁଦୃଢ କରିବାର ପଦକ୍ଷେପ ନେଇଥିଲା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ଏହାର ପରିପନ୍ଥୀ ପାଲଟିଛି ।
ଏହାର ପ୍ରତିବାଦରେ ଏବଂ ପଂଚାୟତ ବ୍ୟବସ୍ଥାକୁ ସୁଦୃଢ କରିବାର ଉଦ୍ଦେଶ୍ୟ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ଡିସେମ୍ବର ୬ ତାରିଖ ପୂର୍ବାହ୍ନ ଘ ୧୦.୩୦ ମିନିଟ୍ ସମୟରେ ଓଡିଶା ପଂଚାୟତ ପ୍ରତିନିଧି ସମ୍ମିଳନୀ ଆହୁତ କରିଛି । ଏହା କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କଂଗ୍ରେସ ଦଳର ବା କଂଗ୍ରେସ ସମର୍ଥିତ ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପଂଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷମାନଙ୍କୁ ଆମନ୍ତ୍ରଣ କରାଯାଇଛି । ଏହାକୁ ସଫଳ କରିବା ପାଇଁ ପିସିସି ତରଫରୁ ନିବେଦନ କରାଯାଇଛି ।

Categories
STATE

RELATED BY

  • ହାରାହାରି ପରମାୟୁ କମାଇ ଦେଉଛି କି?

    ଢେଙ୍କାନାଳ: ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ...
  • ଗଣଦୁଷ୍କର୍ମ ଏବଂ ହତ୍ୟାକୁ ଲୁଚାଇବା ପାଇଁ ଯାଜପୁର ଏସପି ସାଜିଛନ୍ତି ଅପରାଧୀଙ୍କ ପ୍ରବକ୍ତା

    ଭୁବନେଶ୍ୱର: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ଚରଣଜିତ ସିଂହ ମୀନାଙ୍କର ବୟାନ ହେଉଛି ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଖସାଇଦେବା ପାଇଁ ଚାଲିଥିବା ଷଡଯନ୍ତ୍ରର ଏକ...
  • କାହା ଚାପରେ ସ୍ୱର୍ଗତା ମହିଳାଙ୍କର ଚରିତ୍ର ପ୍ରତି ଯେଉଁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି

    ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଞ୍ଚାୟତର ଭିଏଲ୍ଡବ୍ଲୁ ୰ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ସନ୍ଦେହଜନକ ମୃତ୍ୟୁ ସଂପ୍ରତି ରାଜ୍ୟରେ ଗଭୀର ଆଲୋଡନ ସୃଷ୍ଟି କରିଛି । ଓଡିଶା ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନ...
  • ଟୁର ଅପରେଟରମାନଙ୍କ ସହ ବ୍ୟବସାୟିକ ଆଲୋଚନା ଆରମ୍ଭ

    ଭୁବନେଶ୍ୱର: ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ‘ଓଡ଼ିଶା ଟ୍ରାଭେଲ୍‌ ବଜାର’ ଆନୁକୂଲ୍ୟରେ ଆୟୋଜିତ ଷ୍ଟଲ୍‌ଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି । ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ସ୍ଥାନୀୟ ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍  ଖୋଲିଥିବା...