ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ଓ.ଏଲ୍‌.ଆଇ.ସି ଅଧ୍ୟକ୍ଷ ଅମରେଶ ପତ୍ରୀ

ଭୁବନେଶ୍ୱର: ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ବୁଧବାର ଦିନ ନବରଙ୍ଗପୁର ଉଠାଜଳସେଚନ ଡିଭିଜନ ଗସ୍ତ କରି ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ଏକ ବୈଠକରେ ଯୋଗଦେଇ ନିଗମ ଜରିଆରେ କରାଯାଉଥିବା ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଓ.ଏଲ୍‌.ଆଇ.ସି ଜରିଆରେ କରାଯାଉଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ସଂପୃକ୍ତ ଯନ୍ତ୍ରୀମାନଙ୍କୁ ସମନ୍ୱୟ ରଖି କାର୍ଯ୍ୟ ସଂପାଦନ କରିବାକୁ ସେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ଉଠା ଜଳସେଚନ ନିଗମ ଜରିଆରେ ଆବଶ୍ୟକ ସୁବିଧା ଜନକ ସ୍ଥାନରେ ଜଳସେଚନ ବ୍ୟବସ୍ଥା କରି କୃଷିର ବିକାଶ ଓ କୃଷକମାନଙ୍କର କଲ୍ୟାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ୱପ୍ନ ରହିଛି, ୫-ଟି ଆଧାରରେ ସମ୍ମିଳିତ ପ୍ରଚେଷ୍ଟା ଓ ସ୍ୱଚ୍ଛତା ଅବଲମ୍ବନ କରି ସଂପୃକ୍ତ ଯନ୍ତ୍ରୀମାନେ ଆନ୍ତରିକ ଉଦ୍ୟମ କରି କାର୍ଯ୍ୟ ସଂପାଦନ କରିବାକୁ ଓ.ଏଲ୍‌.ଆଇ.ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ପରିପେକ୍ଷୀରେ ଶ୍ରୀ ପତ୍ରୀ ନବରଙ୍ଗପୁର ଓ.ଏଲ୍‌.ଆଇ.ସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହାପରେ ଓ.ଏଲ୍‌.ଆଇ. ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ନବରଙ୍ଗପୁର ଉଠାଜଳସେଚନ ଡିଭିଜନ ଅନ୍ତର୍ଗତ ନବରଙ୍ଗପୁର ବ୍ଲକର ବାଘସିଉନି ଗ୍ରାମ ପଞ୍ଚାୟତର ଜାମୁଜୁଡା ଗ୍ରାମରେ ସ୍ଥାପିତ ‘ଜାମୁଜୁଡା-୨’ ଓ ତଣ୍ଡା ଗ୍ରାମସ୍ଥିତ ‘ତଣ୍ଡା-୭’ ଆଦି ୨ଟି ରିଭର ଲିଫ୍ଟ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଗ୍ରାମୀଣ ଭିତିଭୂମି ଉନ୍ନୟନ ପାଣ୍ଠି ସହାୟତାରେ ଗତ ଏପ୍ରିଲ୍ ୩୦ ତାରିଖରେ ଏହି ପ୍ରକଳ୍ପ ଦୁଇଟିକୁ ବିଦ୍ୟୁତ୍ ସଂଯୋଗ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି । ସେହିଭଳି ଓ.ଏଲ୍‌.ଆଇ.ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ଜାନୀଗୁଡା ଗ୍ରାମସ୍ଥିତ ଗଭୀର ସେଚକୂପ ପ୍ରକଳ୍ପ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଏହି ସବୁ ପ୍ରକଳ୍ପଗୁଡିକ ଦ୍ୱାରା କୃଷକମାନେ କିପରି ଉପକୃତ ହେଉଛନ୍ତି, ସେ ସଂପର୍କରେ ଶ୍ରୀ ପତ୍ରୀ କୃଷକମାନଙ୍କ ସହିତ ଆଲୋଚନା କରିଥିଲେ । ସର୍କିଟ୍ ହାଉସ୍ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନବରଙ୍ଗପୁର ଉଠାଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ(ସିଭିଲ) ସତ୍ୟାନନ୍ଦ ଦାସ, ସହକାରୀ ଯନ୍ତ୍ରୀ(ସିଭିଲ୍‌) ଆର୍‌.ସି. ସୋରେନ୍‌, କନିଷ୍ଠ ଯନ୍ତ୍ରୀ ହର ବିଭୂତି ମିଶ୍ର, ମନୋଜ କୁମାର ସ୍ୱାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ (ବିଦ୍ୟୁତ୍‌) ପି,କେ ଦାସ , କନିଷ୍ଠ ଯନ୍ତ୍ରୀ, ଉତ୍କଳ ଭୂଷଣ ସାମଲ , ଡିଭିଜନାଲ ଆକାଉଣ୍ଟାଣ୍ଟ ଜୟରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Admin

Leave a Reply

Your email address will not be published. Required fields are marked *

Next Post

୯ ତାରିଖରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

Thu Dec 2 , 2021
ଭୁବନେଶ୍ୱର : ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛନ୍ତି । ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ଅଭିଯୁକ୍ତ ମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ବସି ରହି ଅପରାଧକୁ ଆହୁରି ଅଧିକ ପ୍ରୋତ୍ସାହିତ କରିଛନ୍ତି । ଘଟଣା ଘଟିବାର ଏତେ ଦିନ ବିତି ଯାଇଥିବା ସତ୍ୱେ ମୁଖ୍ୟମନ୍ତ୍ରୀ ବର୍ତମାନ ସୁଦ୍ଧା ପଦୁଟିଏ […]