ଧନ୍ୟବାଦ ସୋନିଆ ଗାନ୍ଧୀ

କଂଗ୍ରେସ କର୍ମୀ

ଭୁବନେଶ୍ୱର: କଂଗ୍ରେସ ଭବନ ଠାରେ ବରିଷ୍ଠ ନେତା ସୁର ରାଉତରାୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଲଡ଼ୁ -ମିଠା ଖୁଆଉଛନ୍ତି ।

 ଆଜି ନିର୍ବାଚନ ଫଳାଫଳରେ କଂଗ୍ରେସକୁ ସଫଳତା ମିଳିଥିବାରୁ  କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭାରତର କୋଟି କୋଟି କଂଗ୍ରେସ କର୍ମୀମାନେ  ଧନ୍ୟବାଦ ଜଣାଇଛନ୍ତି । ସେମାନଙ୍କ ତ୍ୟାଗ ଏବଂ ପରିଶ୍ରମ ଯୋଗୁଁ  ରାଜସ୍ଥାନ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବ । ବିଜେପିର ନରେନ୍ଦ୍ର ମୋଦୀ, ଅମିତ ଶାହା ଏବଂ ଅନେକ ବାହାପିଆ ନେତାଙ୍କ ଗର୍ବ ଏବଂ ଅହଂକାରକୁ ଚୁରମାର କରି ଫିଙ୍ଗିଦେଇଛନ୍ତି । ଯାହାଫଳରେ କଂଗ୍ରେସ କର୍ମୀଙ୍କ ମନରେ ନାହିଁ ନଥିବା ଖୁସି ଦେଖିବାକୁ ମିଳୁଛି  । ସୂଚନାଯୋଗ୍ୟଯେ ୨୦୧୭ରେ ଆଜିର ଦିନରେ  ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ହୋଇଥିଲେ । ଚଳିତ ନିର୍ବାଚନ ସଭାରେ ରାହୁଳ ଗାନ୍ଧୀଙ୍କୁ ପପୁ ଏବଂ ସୋନିଆ ଗାନ୍ଧୀଙ୍କୁ ବିଧବା କହି ସମାଲୋଚନା କରିବା ଏଥର ବିଜେପିକୁ ମହଙ୍ଗା ପଡ଼ିଛି । ପୋଡ଼ଶୀ ରାଜ୍ୟ ଛତିଶଗଡ଼ରେ କଂଗ୍ରେସର ବିପୁଳ ବିଜୟ ଏବଂ ସରକାର ଗଠନ ଫଳରେ ଆଗାମୀ ୨୦୧୯ ନିର୍ବାଚନ ଓଡ଼ିଶାରେ ବହୁପ୍ରଭାବ ପକାଇବ । ଜାତୀୟ ସ୍ତରରେ ପରିଚିତ ନଥିବା ସ୍ଥାନୀୟ  ନେତାଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିବା ଛତିଶଗଡ଼ରେ କଂଗ୍ରେସର ବିପୁଳ ବିଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେଣୁ ଓଡ଼ିଶା ପାଇଁ ଏକ ଶୁଭ ସୂଚନା ବୋଲି ଏବେ ଆଲୋଚନା ଚାଲିଛି । ଏଠି ବି କିଛି ହୋଇପାରେ । ……

 

RELATED BY