ବିଚାର

ଅନ୍ୟମାନଙ୍କ ସମ୍ମୁଖକୁ ଆପଣ ଯେତେ ଆସିବେ, ଆପଣ ସେତେ ଶସ୍ତା ହୋଇଯିବେ । ଆପଣଙ୍କ ସାମଗ୍ରିକ ମୂଲ୍ୟ ସେତେ କମିଯିବ । କୌଣସି ସମାଜରେ କିମ୍ବା ଦଳଭିତରେ ଆପଣ ଯଦି ଜଣେ ପ୍ରମୁଖ ବ୍ୟକ୍ତି ହୋଇଥାଆନ୍ତି; ତେବେ ସାମୟିକ ଅନୁପସ୍ଥତି ଯୋଗୁଁ ନ୍ୟମାନଙ୍କ ଦୃଷ୍ଟିରେ ଆପଣ ଖୁବ୍‍ ଉଚ୍ଚ ସ୍ଥାନରେ ରହିବେ ଏବଂ ଅନେକ ସମୟରେ ଆପଣ ଚର୍ଚ୍ଚାର ବସ୍ତୁ ପାଲଟିଯିବେ ଏବଂ ଆପଣଙ୍କର ଅତୀତର ସମସ୍ତ କାର୍ଯ୍ୟ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଯିବ । ଏହାଦ୍ୱାରା ଅନେକ କ୍ଷେତ୍ରରେ ମଧ୍ୟ ଆପଣ ପ୍ରଶଂସିତ ହେବେ । କିନ୍ତୁ ଗୋଟିଏ ବଡ଼ କଥା ହେଲା, କେଉଁ ସମୟରେ ଅପାଣ ଅନୁପସ୍ଥିତ ରହିବେ ଏବଂ ନିଜକୁ ଅନ୍ୟମାନଙ୍କ ପହଞ୍ଚରୁ ଦୂରେଇ ରଖିବେ; ତାହା ସଂପୂର୍ଣ୍ଣ ଭାବେ ଆପଣଙ୍କ ଉପରେ ନିର୍ଭରକରେ । ଏହା ଏକ କୌଶଳ । ଟିକିଏ ଚାଲାକ୍‍ ହୋଇ ଏହି କୌଶଳଟିକୁ ଆପଣ ପ୍ରୟୋଗ କଲେ ସମାଜରେ ଆପଣ ପ୍ରତିଷ୍ଠିତ ହୋଇପାରିବେ ଏବଂ ଅନେକ ନା ମଧ୍ୟ କମେଇ ପାରିବେ । କାର୍ଯ୍ୟ ହାସଲ କରିବାର ଏହା ଏକ ପ୍ରକୃଷ୍ଟ ମାଧ୍ୟମ । ସାମୟିକ ଅନୁପସ୍ଥିତି କ୍ଷୁଦ୍ରକାମନା ତଥା ଉତ୍ସାହକୁ ପ୍ରତିହତ କରିପାରେ; କିନ୍ତୁ ଏକ ବୃହତ ଆକାଂକ୍ଷାକୁ ଜନ୍ମଦିଏ; ଠିକ୍‍ ଯେପରି ଝଲକାଏ ପବନ ମହମବତୀଟିକୁ ଲିଭାଇ ଦେଇପାରେ କିନ୍ତୁ ଅଗ୍ନି କଣାଟିକୁ ପ୍ରଜ୍ୱଳିତ ହେବା ପାଇଁ ସାହାଯ୍ୟ କରିଥାଏ । ଉପସ୍ଥିତି ଏବଂ ଅନୁପସ୍ଥିତି ଉପରେ ଅନେକ କିଛି ନିର୍ଭର କରେ । ସବୁ ସମୟର ଉପସ୍ଥିତି ଏକ ଦୀର୍ଘସ୍ଥାୟୀ ପ୍ରଭାବ ପକାଇଥାଏ । ଏହାଦ୍ୱାରା ଜଣେ ବ୍ୟକ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରେ । ବ୍ୟକ୍ତିର ଚାରିପଟେ ଯେଉଁମାନେ ଥାଆନ୍ତି, ସେମାନେ ମଧ୍ୟ ତାଙ୍କୁ ବହୁତ ଶକ୍ତିଶାଳୀ ବୋଲି ଭାବନ୍ତି । କିନ୍ତୁ ଏହାର ଗୋଟିଏ ସୀମା ଅଛି । ବେଶି ସମୟ ଉପସ୍ଥିତି ସମସ୍ତଙ୍କ ଉପରେ କୁପ୍ରଭାବ ପକାଏ । ବେଶି ସମୟ ଅନ୍ୟମାନଙ୍କ ସହ ମିଶାମିଶି କଲେ ଅନ୍ୟମାନଙ୍କଠାରେ ନିଜର ମୂଲ୍ୟ କମିଯାଏ । ଅନ୍ୟମାନେ ମଧ୍ୟ ନ୍ୟୁନକରି ଦେଖନ୍ତି । ଆପଣଙ୍କ ଉପସ୍ଥିତି ଏକ ଅଭ୍ୟାସରେ ପରିଣତ ହୋଇଯାଏ । ପୂର୍ବ ପରି ସମ୍ମାନ ମିଳେ ନାହିଁ । ତେଣୁ ଆପଣଙ୍କୁ ସଚେତନ ଅବସ୍ଥାରେ ଅନ୍ୟମାନେ ମନଭିତରୁ ଦୂରେଇ ଦେବା ପୂର୍ବରୁ, ଆପଣ କୌଶଳ କରି ଅନ୍ୟମାନଙ୍କଠାରୁ ନିଜକୁ ଦୂରେଇ ନିଅନ୍ତୁ । ଏହି ସାମୟିକ ଅନୁପସ୍ଥିତି ଏବଂ ଲୁଚକାଳି ଖେଳ ଭବିଷ୍ୟତରେ ଆପଣଙ୍କ ପାଇଁ ଯଥେଷ୍ଟ ଲାଭଦାୟକ ହେବ । ଏହି କୌଶଳର ସତ୍ୟତା ପ୍ରେମ ଏବଂ ପାରସ୍ପରିକ ଆକର୍ଷଣରେ ମଧ୍ୟ ଉପଲବ୍ଧ କରିହେବ । ଯୁବକଯୁବତୀ ଏବଂ ପ୍ରେମିକପ୍ରେମିକାମାନେ ଏହି କୌଶଳଟିକୁ ସହଜରେ ହାସଲ କରିପାରିବେ । ପ୍ରେମ କିମ୍ବା ଭଲ ପାଇବାର ପ୍ରାରମ୍ଭିକ ଅବସ୍ଥାରେ ଜଣେ ପ୍ରେମିକ ପ୍ରେମିକାର ସାମୟିକ ଅନୁପସ୍ଥିତି କଷ୍ଟଦାୟକ ହୋଇଥିଲେ ମଧ୍ୟ କଳ୍ପନା ଏବଂ ବିଚାର ପାଇଁ ଅନେକ ଖୋରାକ ଯୋଗାଇଥାଏ ।

Admin

Leave a Reply

Your email address will not be published.

Next Post

ଚିତ୍ରକର ଉପକାରୀତା

Sun Jan 2 , 2022
ନାକରୁ ରକ୍ତ ପଡ଼ିବା: ଚିତାପାରୁର ୨ ଗ୍ରାମ ଚୂର୍ଣ୍ଣକୁ ମହୁ ସହିତ ଚାଟିଲେ ନାକରୁ ରକ୍ତ ପଡ଼ିବା ବନ୍ଦ ହୋଇଥାଏ । ସଂଗ୍ରହଣୀ: ଚିତାପାରୁକୁ ବାଟି ଘିଅରେ ସିଝାଇ ସେହି ଘିଅକୁ ଭୋଜନ ପରେ ୫-୧୦ ଗ୍ରାମ ମାତ୍ରାରେ ସେବନ କଲେ ସଂଗ୍ରହଣୀ ଦୂର ହୋଇଥାଏ । ପ୍ଲୀହା: ଚିତ୍ରକ ମୂଳ, ହଳଦୀ, ଅରଖ ଗଛର ପାଚିଲା ପତ୍ର ଓ ଧାତକୀ ମୂଳ ସବୁକୁ ଶୁଖାଇ ଗୁଣ୍ଡକରି ସେଥିରୁ ୧-୨ […]

You May Like