ଅସହାୟ

ଅନ୍ୟମାନଙ୍କୁ ଆପଣ ସମବେଦନା ଜଣାଇପାରନ୍ତି, ତାଙ୍କ ଦୁଃଖରେ ଦୁଃଖି ହୋଇପାରନ୍ତି । କିନ୍ତୁ ମନେ ରଖନ୍ତୁ, ଏସବୁ ଠିକ୍‍ ସଂକ୍ରାମକ ରୋଗ ଭଳି । ହୁଏତ ଆପଣ ଅନୁଭବ କରୁଥିବେ ଯେ ଆପଣ ଜଣେ ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରୁଛନ୍ତି । କିନ୍ତୁ ପରୋକ୍ଷ ଭାବରେ ଆପଣ ଯେ ନିଜେ ଧ୍ୱଂସାଭିମୁଖୀ ହେଉଛନ୍ତି, ତାହା ଆଦୌ ଆପଣ ଜାଣିପାରନ୍ତି ନାହିଁ । ହତଭାଗ୍ୟ ବ୍ୟକ୍ତିମାନେ ନିଜ ପାଇଁ ଦୁଃଖ ତ ବରଣ କରନ୍ତି, ଆପଣଙ୍କ ପାଇଁ ମଧ୍ୟ କିଛି ଯନ୍ତ୍ରଣା ଛାଡ଼ି ଦେଇଯାଆନ୍ତି । ତେଣୁ ସବୁବେଳେ ଦୁଃଖୀମାନଙ୍କ ସହ ମିଶି ନିଜକୁ ଆବେଗିକ ସ୍ରୋତରେ ସାମିଲ୍‍ କରନ୍ତୁ ନାହିଁ । ଏହାଦ୍ୱାରା ଅପାଣଙ୍କ ଭାଗ୍ୟ ମଧ୍ୟ ସେମାନଙ୍କ ଦୁର୍ଦ୍ଦଶା ସହ ସମାନ୍ତରାଳ ଭାବରେ ଗତି କରିବ । ଆପଣ ନିଜେ ମଧ୍ୟ ସଂକ୍ରମିତ ହୋଇଯିବେ । ତେଣୁ ସମାଜରେ ସୁଖୀ ଏବଂ ଭାଗ୍ୟବାନ୍‍ ବ୍ୟକ୍ତିମାନଙ୍କ ସହ ମିଶିବା ପାଇଁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ଅନ୍ତଃ ନୈରାଶ୍ୟଭାବ ସଂକ୍ରମିତ ହେବ ନାହିଁ । ଏହା ସତ ଯେ, କିଛି ଲୋକ ଜନ୍ମରୁ ଅସହାୟ । ସେମାନେ ସମାଜ ତଥା ବ୍ୟକ୍ତିବିଶେଷଙ୍କର ସହାୟତା ସର୍ବଦା ଆଶା କରନ୍ତି । ସମାଜର ଏଥିପାଇଁ ମଧ୍ୟ ଦାୟିତ୍ୱ ଅଛି । ଆମେ ସମସ୍ତେ ଏହିଭଳି ବ୍ୟକ୍ତିବିଶେଷଙ୍କୁ ସାହାଯ୍ୟ କରିବା ଆବଶ୍ୟକ । ନହେଲେ ଏମାନେ ସାମାଜିକ ପଙ୍ଗୁ ହିସାବରେ ଗଣ୍ୟ ହେବେ । ଆଉ କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଜନ୍ମରୁ ହତଭାଗ୍ୟ ନୁହଁନ୍ତି । କିନ୍ତୁ ନିଜ କର୍ମ ଯୋଗୁଁ ଅସହାୟତାକୁ ଆପଣେଇ ନେଇଛନ୍ତି । ଏଭଳି ବ୍ୟକ୍ତି ନିଜର ଅଳସୁଆମି ଯୋଗୁଁ ହେଉ କିମ୍ବା ଅନ୍ୟ କେତେକ କାରଣରୁ ହେଉ ସମାଜରେ ପଙ୍ଗୁଭଳି ଜୀବନଯାପନ କରନ୍ତି । ଆମ୍ଭେମାନେ ଏମାନଙ୍କୁ ଅଯଥା ଦୟା ଦେଖାଇ କିମ୍ବା ସହାନୁଭୂତି ପ୍ରଦର୍ଶନ କରି ତାଙ୍କ ପାଖେ ପାଖେ ରହୁ । କିନ୍ତୁ ଥରେ ଭାବି ଦେଖନ୍ତୁ ତ, ଏମାନଙ୍କ ଦ୍ୱାରା ଆମେ ସଂକ୍ରମିତ ହେଉନାହୁଁକି? ନିକଟତମ ବ୍ୟକ୍ତିର ଆବେଗିତ ସ୍ରୋତରେ ଜଣେ ମଣିଷ ସାମିଲ୍‍ ହେବା ସ୍ୱାଭାବିକ କଥା । କାରଣ ଆମେ ସବୁ ସାମାଜିକ ପ୍ରାଣୀ । ତଥାପି ମନସ୍ତତ୍ତ୍ୱବିତ୍‍ଙ୍କ ମତରେ ହତଭାଗ୍ୟ ବ୍ୟକ୍ତିଙ୍କ ସହ ବେଶି ନ ମିଶି ବରଂ କିଛି ଭାଗ୍ୟବାନ ଏବଂ କୁଶଳୀ ବ୍ୟକ୍ତିଙ୍କ ସହ ସଂପର୍କ ରଖିବା ଆବଶ୍ୟକ । ନୈରାଶ୍ୟକୁ ପାଥେୟ କରି ଚଳୁଥିବା ବ୍ୟକ୍ତିମାନଙ୍କ ସହ ମିଶାମିଶି କଲେ, ଏହି ମନୋବୃତ୍ତି ସଂକ୍ରମିତ ହେବାର ସମ୍ଭାବନା ଯଥେଷ୍ଟ ବେଶି । କାରଣ ଆମ ସମସ୍ତଙ୍କୁ ଅଧିକାଂଶ ସମୟ ଆବେଗ ଓ ଅନୁଭବର ବଳୟ ଭିତରେ କାଳାତିପାତ କରିବାକୁ ପଡ଼େ । ଚିନ୍ତା କରନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ ।

Admin

Leave a Reply

Your email address will not be published.

Next Post

ଚମ୍ପାର ଉପକାରୀତା

Mon Jan 17 , 2022
ଚମ୍ପା ଗଛ ଦେଖିବାକୁ ଖୁବ୍‍ ବଡ଼ । ଏହାର ଫୁଲ ହଳଦିଆ ରଙ୍ଗର ଓ ସୁଗନ୍ଧଯୁକ୍ତ । ଏହି ଫୁଲକୁ ପ୍ରାୟ ସମସ୍ତେ ଜାଣନ୍ତି । ଚମ୍ପା ଗଛବିଶେଷ ଭାବେ ଶିବାଳୟ ମାନଙ୍କରେ ଦେଖାଯାଏ, କାରଣ ଏହି ଫୁଲମହାଦେବଙ୍କ ପ୍ରିୟ ଫୁଲମଧ୍ୟରୁ ଅନ୍ୟତମ । କାମଳ ରୋଗ: ଚମ୍ପାଫୁଲ ରସରେ ଅଳ୍ପ ଘି କୁମାରୀ ରସ ମିଶାଇ ୭-୮ ଥର ଖାଇଲେ କାମଳ ରୋଗ ଭଲ ହୋଇଥାଏ । ଚର୍ମରୋଗ: […]