ଚମ୍ପା ଗଛ ଦେଖିବାକୁ ଖୁବ୍ ବଡ଼ । ଏହାର ଫୁଲ ହଳଦିଆ ରଙ୍ଗର ଓ ସୁଗନ୍ଧଯୁକ୍ତ । ଏହି ଫୁଲକୁ ପ୍ରାୟ ସମସ୍ତେ ଜାଣନ୍ତି । ଚମ୍ପା ଗଛ
ବିଶେଷ ଭାବେ ଶିବାଳୟ ମାନଙ୍କରେ ଦେଖାଯାଏ, କାରଣ ଏହି ଫୁଲ
ମହାଦେବଙ୍କ ପ୍ରିୟ ଫୁଲ
ମଧ୍ୟରୁ ଅନ୍ୟତମ ।
କାମଳ ରୋଗ: ଚମ୍ପାଫୁଲ ରସରେ ଅଳ୍ପ ଘି କୁମାରୀ ରସ ମିଶାଇ ୭-୮ ଥର ଖାଇଲେ କାମଳ ରୋଗ ଭଲ ହୋଇଥାଏ । ଚର୍ମରୋଗ: ଚମ୍ପାଗଛର ଛେଲିକୁ ପାଣିରେ ସିଝାଇ ପାଣିରେ କପଡ଼ାକୁ ଭିଜାଇ ଶରୀରକୁ ପୋଛିଲେ ସମସ୍ତ ଚର୍ମରୋଗରୁ ଲାଭ ମିଳିଥାଏ । ଚମ୍ପା ପତ୍ର ରସ ସହିତ ହଳଦୀକୁ ବାଟି ଶରୀରରେ ଲଗାଇଲେ ଚର୍ମରୋଗ ଦୂର ହୁଏ । କୃମିରୋଗ: ଚମ୍ପା ପତ୍ର ରସ ୧୦-୧୨ ଗ୍ରାମରେ ସମାନ ମାତ୍ରାରେ ଚୂନ ପାଣି ମିଶାଇ ପିଇଲେ କୃମି ନଷ୍ଟ ହୋଇଥାନ୍ତି । ଚମ୍ପା ପତ୍ର ରସରେ ଅଦାରସ ସମାନ ମାତ୍ରାରେ ମିଶାଇ ସେବନ କଲେ କୃମି ନଷ୍ଟ ହୁଅନ୍ତି । ହୃତପିଣ୍ଡ ଦୁର୍ବଳତା: ଚମ୍ପା ଗଛ ଛେଲିକୁ ୪୦୦ ଗ୍ରାମ ପାଣିରେ ସିଝାଇ ୧୦୦ ଗ୍ରାମ ପାଣି ରହିଲେ ଥଣ୍ଡା କରି ଛାଣି ପିଇଲେ ହୃତ୍ପିିଣ୍ଡ ଦୁର୍ବଳତା ଦୂର ହୋଇଥାଏ । ମୂତ୍ରକୁଚ୍ଛ: ଚମ୍ପାଗଛର ଛେଲିକୁ ପାଣିରେ ସିଝାଇ ସେହି କ୍ୱାଥରେ ଶତାବରୀ ରସ ଓ ମିଶ୍ରୀ ଗୁଣ୍ଡ ମିଶାଇ ୭-୮ ଦିନ ସେବନ କଲେ ମୂତ୍ରକୁଚ୍ଛ ଠିକ୍ ହୋଇଥାଏ । ଆମ ଦୋଷ: ଚମ୍ପା ଗଛର ଛେଲିକୁ ସିଝାଇ ୧୦୦ ଗ୍ରାମ କ୍ୱାଥକୁ ଥଣ୍ଡା କରି ଛାଣି ପିଇଲେ ଆମ ଦୋଷ ଦୂର ହୋଇଥାଏ । ଫୁଲା ଓ ଦରଜ: ଚମ୍ପା ପତ୍ରକୁ ବାଟି ସୈନ୍ଧବ ଲବଣ ମିଶାଇ ଉଷୁମ କରି ଲେପଦେଲେ ଫୁଲା ଓ ଦରଜ କମିଯାଏ । ଯକୃତ ଓ ପ୍ଳୀହା ରୋଗ: ଚମ୍ପା ପତ୍ର ରସରେ ହେଙ୍ଗୁ ଓ ସୌନ୍ଧବ ଲବଣ ମିଶାଇ ୭-୮ ପାନ ଖାଇଲେ ଯକୃତ ବିକାର ଓ ପ୍ଳୀହା ରୋଗରେ ଲାଭ ମିଳିଥାଏ । ଆଖି ରୋଗ: ଚମ୍ପା ପତ୍ରକୁ ପାଣିରେ ସିଝାଇ ସେହି ପାଣିକୁ ଥଣ୍ଡା କରି ଛାଣି ଆଖିକୁ ଧୋଇଲେ ଦୃଷ୍ଟିଶକ୍ତି ବଢ଼ିଥାଏ । ଗୋଇଡି ଫଟା: ଚମ୍ପା ଗଛର ଫଳକୁ ବାଟି ଗୋଇଠି ଫାଟରେ ଲଗାଇଲେ ଭଲ ହୋଇଯାଏ । ଉକୁଣି ମାରିବା ପାଇଁ : ଚମ୍ପା ଗଛର ଛେଲିକୁ ଶୁଖାଇ ଚୂର୍ଣ୍ଣ କରି ରାଶି ତେଲରେ ମିଶାଇ ମୁଣ୍ଡରେ ୫-୭ ଥର ଲଗାଇଲେ ଉକୁଣି ସମୂଳେ ନଷ୍ଟ ହୋଇଥାନ୍ତି ।