ପିଜୁଳିର

 ଉପକାରୀତା

ପିଜୁଳି ସହିତ ସମସ୍ତେ ପରିଚିତ । ଏହା ଫଳ ରୂପେ ବ୍ୟବହାର କରାଯାଏ । ପିଜୁଳି ଗଛ ସର୍ବତ୍ର ଦେଖାଯାଏ ଓ ସମସ୍ତଙ୍କ ଦ୍ୱାରା ଆଦୃତ ଫଳ ଅଟେ । ଏହା ଦୁଇଟି ପ୍ରଜାତିର ଦେଖାଯାଏ, ଲାଲ୍‍ ଓ ଧଳା । ପିଜୁଳି ଖଟା ଓ ମିଠା ହୋଇଥାଏ । ଏହାର ଅନେକ ଔଷଧୀୟ ଗୁଣ ଅଛି ତାହା ନିମ୍ନରେ ଦିଆଗଲା ।

ମୁଣ୍ଡବ୍ୟଥା: ସୂର୍ଯ୍ୟୋଦୟ ପୂର୍ବରୁ କଞ୍ଚା ପିଜୁଳିକୁ ଘୋରି ବ୍ୟଥା ସ୍ଥାନରେ ଲେପଦେଲେ ମୁଣ୍ଡବ୍ୟଥା ଦୂର ହୁଏ । ଯଦି ପୂର୍ଣ୍ଣ ରୂପେ ଭଲ ନହୁଏ ତେବେ ଦିନରେ ୨-୩ ଥର ଲେପ ଦିଅନ୍ତୁ । ଦନ୍ତରୋଗ: ପିଜୁଳି ପତ୍ର ୩-୪ଟିକୁ ଚୋବାଇଲେ କିମ୍ବା ପତ୍ରକୁ ପାଣିରେ ସିଝାଇ ଫିଟିକିରି ମିଶାଇ ସେହି ପାଣିରେ କୁଳି କଲେ ସମସ୍ତ ଦନ୍ତରୋଗ ଦୂର ହୁଏ । ମୁଖ ଛାଲି: ପିଜୁଳି ଗଛର କଅଁଳ ପତ୍ରରେ ଖଇର ଲଗାଇ ପାନ ଭଳି ଚୋବାଇଲେ ମୁଖଛାଲି ଠିକ୍‍ ହୁଏ । ହୃଦୟ ରୋଗ: ପୁଜୁଳିରୁ ମଂଜି କାଢ଼ି ଛୋଟ ଛୋଟ କରି କାଟି ଚିନି ମିଶାଇ କମ୍‍ ଆଞ୍ଚରେ ସିଝାଇ ଚଟଣୀ କରି ଖାଇଲେ ହୃଦୟରେ ବିଶେଷ ଲାଭ ମିଳିଥାଏ । ସର୍ଦ୍ଦିରୋଗ: ଗୋଟିଏ ବଡ଼ ପିଜୁଳିର ମଂଜି କାଢ଼ି ଖାଇ ତା’ପରେ ନାକ ବନ୍ଦ କରି ପାଣି ପିଅନ୍ତୁ । ଦୁଇ ତିନି ଦିନରେ ନାକ ଭିତରେ ଜମା ହୋଇଥିବା କଫ ବାହାରି ଆସିବ ଓ ନାକ ସଫା ହୋଇଯିବ । ଦୁଇ ତିନି ଦିନ ପରେ ନାକରୁ ବୋହିବା ବନ୍ଦ କରିବାକୁ ହେଲେ ରାତ୍ରିରେ ୫୦ ଗ୍ରାମ ଗୁଡ଼ ଖାଇ ପାଣି ନପିଇଲେ ନାକରୁ ପାଣି ବୋହିବା ଆପେ ଆପେ ବନ୍ଦ ହୋଇଯାଏ । କାଶ ଓ କଫ: ପିଜୁଳି ପତ୍ର ରସରେ ମହୁ ମିଶାଇ ସେବନ କଲେ କାଶ ଓ କଫ ଦୂର ହୁଏ । ଜ୍ୱର ଜନୀତ କାଶ ହେଲେ ଦର ପାଚିଲା ପିଜୁଳିକୁ ନିଆଁରେ ସେକି ଲୁଣ ଲଗାଇ ଖାଆନ୍ତୁ । ଝାଡ଼ା ସଫା ନହୋଇ ବହୁତ କାଶ ହେଉଥିଲେ ଓ ଜ୍ୱର ରହୁଥିଲେ ସଜ ମିଠା ପିଜୁଳି ମନ ଇଚ୍ଛା ଖାଆନ୍ତୁ ସବୁ ଠିକ୍‍ ହୋଇଯିବ । ବାନ୍ତି:ପିଜୁଳି ପତ୍ରକୁ ପାଣିରେ ସିଝାଇ ସେହି କ୍ୱାଥରୁ ୧୦ ଗ୍ରାମ ମାତ୍ରାର ପିଇଲେ ବାନ୍ତି ବନ୍ଦ ହୁଏ । ମଧୁମେହ ଯୋଗୁଁ ଶୋଷ ହେଉଥିଲେ: ପିଜୁଳିକୁ ଛୋଟ ଛୋଟ କରି କାଟି ପାଣିରେ ଭିଜାଇ ରଖନ୍ତୁ । କିଛି ସମୟ ପରେ ସେହି ପାଣିକୁ ଛାଣି ପିଅନ୍ତୁ । ଅତ୍ୟଧିକ ଶୋଷ ହେବ ନାହିଁ । କୋଷ୍ଠ ବଦ୍ଧତା: ପିଜୁଳିକୁ ଜଳଖିଆ ଖାଇଲା ବେଳେ ଛୋଟ ଛୋଟ କରି କାଟି ଗୋଲମରିଚ ଚୂର୍ଣ୍ଣ କଳାଲୁଣ ଓ ଅଦାରସ ସହିତ ଖାଇଲେ ଅଜୀର୍ଣ୍ଣ, ଅମ୍ଳପିତ୍ତ ଓ କୋଷ୍ଠବଦ୍ଧତା ଦୂର ହୁଏ । ପିଜୁଳି ଗଛର କଅଁଳ ପତ୍ର ରସ ୧୦ ଗ୍ରାମରେ ଅଳ୍ପ ଚିନି ମିଶାଇ ସକାଳେ ସେବନ କଲେ ୭ ଦିନ ଭିତରେ ଅଜୀର୍ଣ୍ଣ ଓ କୋଷ୍ଠବଦ୍ଧତା ଦୂର ହୋଇଥାଏ । ଅତିସାର: ପିଲାଙ୍କ ପୁରୁଣା ଅତିସାର ରୋଗରେ ପିଜୁଳି ଚେର ୧୫ ଗ୍ରାମକୁ କୁଟି ୧୫୦ ଗ୍ରାମ ପାଣିରେ ସିଝାଇ ପାଣି ଅଧା ରହିଲେ ଥଣ୍ଡାକରି ଛାଣି ୬ ଗ୍ରାମ ମାତ୍ରାରେ ଦିନରେ ଦୁଇଥର ପିଆଇଲେ ଅତିସାର ରୋଗ ଭଲ ହୁଏ । ହଇଜା: ହଇଜାର ପ୍ରାରମ୍ଭିକ ଅବସ୍ଥାରେ ପିଜୁଳି ଚେର ଓ ପତ୍ରକୁ ପାଣିରେ ସିଝାଇ ୨୦ ଗ୍ରାମ ମାତ୍ରାରେ କ୍ୱାଥ ପିଆଇଲେ ହଇଜା ରୋଗରେ ଲାଭ ମିଳିଥାଏ । ଗୁଦଭ୍ରଂଶ (ମଳଦ୍ୱାର ବାହାରକୁ ଆସିଥିଲେ): ଏହି ରୋଗ ପିଲାଙ୍କୁ ହୋଇଥିଲେ ପିଜୁଳି ଗଛର ଛେଲି ଓ ଚେରକୁ ବହଳିଆ କରି ବାଟି ବାହାରିଥିବା ମଳଦ୍ୱାରରେ ଲେପଦେଲେ ଲାଭ ମିଳିଥାଏ । ବହୁତ ଝାଡ଼ା ଯୋଗୁଁ ମଳଦ୍ୱାର ବାହାରକୁ ଆସିଥିଲେ ପିଜୁଳି ପତ୍ରକୁ ବାଟି ମଳଦ୍ୱାର ଉପରେ ରଖି ଆଙ୍ଗୁଠି ମାରିଲେ ମଳଦ୍ୱାର ଫୁଲା କମିଯାଇ ଭିତରକୁ ଚାଲିଯାଏ । ପିଜୁଳି ଗଛର ଛେଲି, ଚେର ଓ ପତ୍ର ସମମାତ୍ରାରେ ୨୫୦ ଗ୍ରାମ ନେଇ ଦରକୁଟା କରି ବାରମ୍ବାର ଧୋଇ ମଳଦ୍ୱାରକୁ ଅଙ୍ଗୁଳି ସାହାଯ୍ୟରେ ଭିତରକୁ ଠେଲି ଦିଅନ୍ତୁ । ଏହା କଲେ ମଳଦ୍ୱାର ଭିତରକୁ ଚାଲିଯିବ । ବିଶେଷ ସୂଚନା- ଝାଡ଼ା ନଲାଗିଲେ କୁନ୍ଥେଇ କରି ଛାଡ଼ା କରିବା ବିପଦଜନକ ଅଟେ । ଦେହର କୌଣସି ଜାଗାରେ ଗଣ୍ଠି ହେଲେ: ପିଜୁଳି ଗଛର କଅଁଳ ପତ୍ରକୁ ବାଟି ଗଣ୍ଠି ଉପରେ ଲେପ ଦେଲେ ଅଳ୍ପ ଦିନରେ ଗଣ୍ଠି ମିଳାଇଯାଏ । ମ୍ୟାଲେରିଆ କିମ୍ବା ପାଳିଜ୍ୱର: ପିଜୁଳିରୁ ମଂଜି କାଢ଼ି ଖାଇଲେ ମ୍ୟାଲେରିଆ ଓ ପାଳିଜ୍ୱରରେ ଲାଭ ମିଳିଥାଏ । ପିଜୁଳି ଗଛର କଅଁଳ ପତ୍ରକୁ ବାଟି ପାଣିରେ ମିଶାଇ ଛାଣି ପିଇଲେ ସମସ୍ତ ଜ୍ୱର ଠିକ୍‍ ହୁଏ । ପିତ୍ତରୋଗ: ପିଜୁଳିରୁ ମଂଜି କାଢ଼ି ବାଟି ସେଥିରେ ଗୋଲାପଜଳ ମିଶାଇ ସେବନ କଲେ ପିତ୍ତ ଶାନ୍ତ ହୁଏ । ଭାଙ୍ଗ କିମ୍ବା ଦୁଦୁରା ନିଶା ଛାଡ଼ିବାକୁ: ପିଜୁଳି ପତ୍ର ରସ ପେଟଭରି ପିଆଇଲେ ଭାଙ୍ଗ ଓ ଦୁଦୁରା ନିଶା ଛାଡ଼ିଯାଏ ।

Categories
HEALTH

RELATED BY

  • ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ପ୍ରଗତି ପାଇଁ ଯୋଗ ଆମର ଲକ୍ଷ୍ୟ ହେବା ଆବଶ୍ୟକ

    ଆଜି ରାଞ୍ଚି ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଏକ ବିଶାଳ ଯୋଗ ପ୍ରଦର୍ଶନୀର ନେତୃତ୍ୱ ନେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଯୋଗ ଅଧିବେଶନ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ...
  • Nabakishore Das

     Minister Health &Family Welfare Sri Nabakishore Das attending the DM & PHOs Conference at R.D. Conference Hall, Scretariat on 19.06.2019....
  • ୧.୦୪ କୋଟି ପରିବାର ଉପକୃତ ହେବେ

    ଭୁବନେଶ୍ୱର:ଆଜିଠାରୁ ତିନି ମାସ ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲା ଓ ୫ଟି ମହାନଗର ନିଗମ ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଜୁନ ୧୭-ସେପେଫମ୍ବର ୧୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନରେ...
  • ୧୬୬ଟି ଅନୁଷ୍ଠାନକୁ ପ୍ରକୃତି ମିତ୍ର ଓ ୧୬୫ ଜଣଙ୍କୁ ପ୍ରକୃତିବନ୍ଧୁ ସମ୍ମାନ

    ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହେଉଛି । ଆମର ଜୈବ ବିବିଧତା ଓ ପରିବେଶର ସୁରକ୍ଷା, ପ୍ରାକୃତିକ ଦୁର୍ବିପାକ ଓ ମନୁଷ୍ୟକୃତ ପ୍ରଦୂଷଣ ହ୍ରାସ, ଜଳବାୟୁ ପରିବର୍ତ୍ତନ, ତାପମାନ ବୃଦ୍ଧି, ଇକୋସିଷ୍ଟମ ପରିଚାଳନା ଏବଂ...
WhatsApp chat