ସେବାୟତଙ୍କ ପାଖରେ ଆତ୍ମ ସମର୍ପଣ

କଂଗ୍ରେସ

ଭୁବନେଶ୍ୱର : ଗତ ଗୁରୁବାର ଶ୍ରୀମନ୍ଦିର ସେବାୟତ ଏବଂ ପୋଲିସ ବିବାଦକୁ ଆଧାର କରି ସେବାୟତମାନେ ଯେଭଳି ଭାବେ ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କଲେ ଏହାକୁ ସମାଧାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ୧୨ ଘଂଟା ସମୟ ଲାଗିଲା । ଅର୍ଥାତ୍ ୧୨ ଘଂଟା କାଳ  ଓପାସ ରହିଲେ ପ୍ରଭୁ ଜଗନ୍ନାଥ । ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେବାୟତମାନଙ୍କ ଏତାଦୃଶ୍ୟ କାର୍ଯ୍ୟକୁ କଂଗ୍ରେସ ନିନ୍ଦା କରିବା ସହିତ ଶ୍ରୀମନ୍ଦିର ପ୍ରଶାସନର ନିରବଦ୍ରଷ୍ଟାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ କହିଛି । ଗତ ଗୁରୁବାର ସନ୍ଧ୍ୟାରେ ଦୁଇଜଣ ଯାତ୍ରୀଙ୍କୁ ସାଥିରେ ନେଇ ଜଣେ ସେବାୟତ ଶ୍ରୀମନ୍ଦିର ଭିତରକୁ ଯିବା ବେଳେ ପୋଲିସ କର୍ମଚାରୀ ପରିଚୟ ପତ୍ର ମାଗିବାକୁ ନେଇ ବିବାଦ ସୂତ୍ରପାତ ହୋଇଥିଲା ଏବଂ ଏହି ପୋଲିସ କର୍ମଚାରୀଙ୍କ ଗିରଫ ଓ ବହିଷ୍କାର ଦାବି କରି କେତେକ ସେବାୟତ ଠାକୁରଙ୍କ ସେବାପୂଜା ଅଚଳ କରି ଦେଇଥିଲେ । ଏହି କାରଣରୁ ଦେଶବିଦେଶରୁ ଆସିଥିବା ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀ ଶ୍ରୀଜିଉଙ୍କ ଦର୍ଶନରୁ ବଂଚିତ ହେବା ସହିତ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ସେବାୟତମାନଙ୍କ ବିରୁଦ୍ଧରେ ଆମର କହିବାର ଉଦ୍ଦେଶ୍ୟ ନାହିଁ । କିନ୍ତୁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହିତ ଖେଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଏବଂ ଶ୍ରୀମନ୍ଦିର ପ୍ରଶାସନର ସମୟୋପଯୋଗୀ ପଦକ୍ଷେପର ଅଭାବ ଯୋଗୁଁ ଇତିହାସରେ ଯାହା ହୋଇନଥିଲା ତାହା ଗତକାଲି ଘଟିଲା ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସରକାର ନିଜର ସଫଳତା ପାଇଁ ବାହାବା ନେଉଥିବା ବେଳେ ତ୍ରୁଟି ପରିଚାଳନା ପାଇଁ ଉତରଦାୟିତ୍ୱ ବହନ କରୁନାହାନ୍ତି କାହିଁକି? ଏପରିକି ଶ୍ରୀମନ୍ଦିରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜାଙ୍କ ଠାରୁ ଉପଦେଶ ନେବାର ମଧ୍ୟ ସରକାର କୁଣ୍ଠାବୋଧ କରୁଛନ୍ତି ବୋଲି ପ୍ରକାଶ କରିବା ସହିତ ମାନ୍ୟବର ସୁପ୍ରିମ କୋର୍ଟ ଦେଇଥିବା ସୁପାରିଶକୁ କାର୍ଯ୍ୟକାରୀ କରିବାରେ ସରକାର କ’ଣ ପାଇଁ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି । ଏଥିରୁ ସ୍ପଷ୍ଟ ପ୍ରତ୍ୟୟ ହେଉଛି ବିଗତ ଦିନରେ ଦାରୁ ଚୟନ ଠାରୁ ଆରମ୍ଭ କରି ବ୍ରହ୍ମ ବିଭ୍ରାଟ ପର୍ଯ୍ୟନ୍ତ ସମସ୍ତ ଘଟଣାରେ ରାଜ୍ୟ ସରକାରଙ୍କ ସଂପୃକ୍ତି ରହିଛି । ମହାପ୍ରଭୁଙ୍କୁ ନେଇ ସରକାର ମଧ୍ୟ ବେପାର କରିବାରେ ପଛରେ ନାହାନ୍ତି । ଏପରିକି ସେବାୟତମାନଙ୍କ ଆଗରେ ସରକାର ଏକ ପ୍ରକାରର ଆତ୍ମ ସମର୍ପଣ କରି ଦେଇଛନ୍ତି । ଆଗାମୀ ଦିନରେ ଏହି ଘଟଣାର ଯେପରି ପୁନରାବୃତି ନ ହେବା ପାଇଁ କଂଗ୍ରେସ ଚେତାବନୀ ଦେଉଛି ବୋଲି ଶ୍ରୀ ମିଶ୍ର ତାଙ୍କ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Categories
RELIGION

RELATED BY

  • ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ

    ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ପୁରୀଠାରେ ସୂଚନା ଓ ଲୋକସଂପର୍କ ବିଭାଗର ଅଂଶଗ୍ରହଣକୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ କରିବାକୁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପରାମର୍ଶ ଦେଇଛନ୍ତି । ଆଜି ଅପରାହ୍ନରେ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ...
  • ବାଙ୍ଗାଲୋରରେ ତିନି ଠାକୁର ଗଜାନନ ବେଶରେ ଦର୍ଶନ ଦେଲେ

    ତିନି ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ରଙ୍କ ସ୍ନାନ ପୂର୍ଣ୍ଣିମା  ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଙ୍ଗାଲୋରର ଆଗ୍ରା ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦେବ ସ୍ନାନ ତଥା ଗଜାନନ ବେଶ...
  • ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଧର୍ମ ସମନ୍ୱୟର ଇଶ୍ୱର

    ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଧର୍ମର ସମନ୍ୱୟର ଇଶ୍ୱର । ବିଭିନ୍ନ ଯୁଗରେ ପ୍ରକଟ ହୋଇଥିବା ଅବତାର ହେଉଛନ୍ତି ସ୍ୱୟଂ ଜଗନ୍ନାଥ । ତ୍ରେତୟାରେ ସେ ହିଁ ପୁରୁଷୋତମ ଶ୍ରୀରାମ ହୋଇ ପ୍ରକଟ ହୋଇ ରାବଣ ଓ ଅନ୍ୟାନ୍ୟ ଅସୁରକୁ ଶାନ୍ତ...
  • ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଦଳର ଇସ୍ତାହାର ଉନ୍ମୋଚନ କଲେ

    ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଆଜି ଚଳିତ ନିର୍ବାଚନ ପାଇଁ ଦଳର ଇସ୍ତାହାର ଉନ୍ମୋଚନ କରିଛନ୍ତି । ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିବା ଉଲ୍ଲେଖ ଅଛି । “କାଳିଆ” ମିଶନ ଗଠନ ହେବ ବୋଲି ମଧ୍ୟ...
WhatsApp chat