ଥାଇଲାଣ୍ଡର ୪୦ଜଣ ଉଚ୍ଚଶିକ୍ଷିତ ଯୁବକ/ଯୁବତୀ ବୌଦ୍ଧ ଭିକ୍ଷୁ ଭାବରେ ଦୀକ୍ଷା ଗ୍ରହଣ

କରିଛନ୍ତି, ସର୍ବଭାରତୀୟ ମହାବୋଧି ସୋସାଇଟି ଓଡ଼ିଶା ଶାଖାର ସହଯୋଗରେ,


ଭୁବନେଶ୍ୱର : ସର୍ବଭାରତୀୟ ମହାବୋଧି ସୋସାଇଟି ଓଡ଼ିଶା ଶାଖାର ସହଯୋଗରେ ଥାଇଲାଣ୍ଡର ୪୦ଜଣ ଉଚ୍ଚଶିକ୍ଷିତ ଯୁବକ/ଯୁବତୀ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିରରେ ବୌଦ୍ଧ ଭିକ୍ଷୁ ଭାବରେ ଦୀକ୍ଷା ଗ୍ରହଣ କରିଛନ୍ତି । ସେମାନଙ୍କ ସାଙ୍ଗରେ ମହାରାଷ୍ଟ୍ରର ତିନିଜଣ ଯୁବତୀ ମଧ୍ୟ ଭୀକ୍ଷୁଣୀଭାବେ ଦୀକ୍ଷା ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟ ସମ୍ପାଦନ ପାଇଁ ଥାଇଲାଣ୍ଡର ଥାଇ-ଇଣ୍ଡୋ·ଇନା ବନ୍ଧୁତ୍ୱ ସମିତି ପକ୍ଷରୁ ଏକ ୧୦୦ଜଣିଆ ସରକାରୀ ଉଚ୍ଚପଦାଧିକାରୀ ଓ ଭିକ୍ଷୁ ସଂଘଙ୍କ ଉପସ୍ଥିତିରେ ଏହା ଅନୁଷ୍ଠିତ ହୋଇଯାଇଛି । ଏହି ଦୀକ୍ଷାଗ୍ରହଣ କାର୍ଯ୍ୟକ୍ରମରେ ମହାବୋଧି ସୋସାଇଟିର ସାଧାରଣ ସମ୍ପାଦକ ସିଓଲିଥେରୋ ଓ ରାଜ୍ୟର ସଂସ୍କୃତିମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ଓ ଅମର ପ୍ରସାଦ ଶତପଥୀ, ଓଡ଼ିଶା ଶାଖାର ସଭାପତି ଡ଼ଃ ବିମଳେନ୍ଦୁ ମହାନ୍ତି. କେନ୍ଦ୍ରୀୟ କମିଟି ଉପସଭାପତି ଅବସର ବେଉରିଆ, ସମ୍ପାଦକ ଡଃ ସୌରେନ୍ଦ୍ର ମହାପାତ୍ର, ବରିଷ୍ଠ ସଦସ୍ୟ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ନରେନ୍ଦ୍ର କୁମାର ମିଶ୍ର ଓ ଶ୍ରୀମତୀ ନମ୍ରତା ଚଢା ପ୍ରମୁଖ ଏହି ବିରଳ କାର୍ଯ୍ୟକ୍ରମରେ ଯୋଗଦେଇ ନିଜକୁ ଧନ୍ୟ ମନେ କରିଥିଲେ । ଓଡ଼ିଶାରେ ବୌଦ୍ଧଭିକ୍ଷୁମାନଙ୍କ ସ୍ୱୀକୃତି କାର୍ଯ୍ୟକ୍ରମ ପ୍ରଥମ କାର୍ଯ୍ୟକ୍ରମ । ପ୍ରଥମ ଥର ପାଇଁ ଇଣ୍ଡୋ ଥାଇ ବନ୍ଧୁତ୍ୱ ସମିତି ଓଡ଼ିଶା ମହାବୋଧି ସୋସାଇଟିକୁ ଏଭଳି ସୁଯୋଗ ଦେଇଥିବାରୁ ଡ଼ଃ ମହାନ୍ତି ଆନୁଷ୍ଠାନିକ କୃତଜ୍ଞତା ଜଣାଇବା ସହ ଏହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିବା କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ବୌଦ୍ଧଭୀକ୍ଷୁ ସ୍ୱୀକୃତି କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ନ ୨ ଘଟିକାରେ ଏକ ଶାନ୍ତି ଶୋଭାଯାତ୍ରା ବୁଦ୍ଧ ମନ୍ଦିରଠାରୁ ବାହାରି ଧଉଳି ଶାନ୍ତିସ୍ତୁପ ବାହାରିଥିଲା । ଭଗବାନ ବୁଦ୍ଧଙ୍କ ପଞ୍ଚଶୀଳରେ ବିଶ୍ୱାସ କରୁଥିବା ବହୁ ବ୍ୟକ୍ତିି ଏହି ଶାନ୍ତି ଶୋଭଯାତ୍ରାରେ ଭାଗ ନେଇଥିଲେ । ଥାଇଲାଣ୍ଡ ଓ ଭାରତବର୍ଷରେ ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ବୌଦ୍ଧଭୀକ୍ଷୁ ଓ ବୌଦ୍ଧଧର୍ମୀମାନେ ଗତ ୨ ଓ ୩ ତାରିଖରେ କିସ୍ ବିଶ୍ୱବିଦ୍ୟାଳୟ, କୋଣାର୍କ, ପୁରୀ, ଲଳିତଗିରି, ରତ୍ନଗିରି ପ୍ରଭୃତି ପ୍ରସିଦ୍ଧ ବୌଦ୍ଧ କୀର୍ତ୍ତିମାନ ବୁଲି ଦେଖି ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି । ଆଜିର ଶାନ୍ତି ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ ବୌଦ୍ଧଧର୍ମର ଅନୁଗାମୀମାନେ ମଣିଆବନ୍ଧ, ନୂଆପାଟଣା ଓ ରଗଡ଼ିରୁ ଆସିଥିଲେ ।

Categories
RELIGION
Newsroll

RELATED BY

  • ଜହ୍ନ ଉପରେ ଶୟନ ଗଜାନନ

    ଚନ୍ଦ୍ରାୟନ – ୦୨କୁ ମନେ ରଖିବା ପାଇଁ କଟକ ଜିଲ୍ଲା ନିଆଳି ବ୍ଲକର ପୋଖରୀଗାଁ ର “ପୋଖରୀଙ୍ଗା ଯୁବଗୋଷ୍ଠୀ” ଜହ୍ନ/ଚନ୍ଦ୍ର ଉପରେ ଶୟନ ବେଶରେ ଥିବା ଗଜାନନ ମହାପ୍ରଭୁଙ୍କୁ ଏଥର ପୂଜା କରିଛନ୍ତି । ଦୀର୍ଘ ବର୍ଷ ଧରି ଏହି...
  • କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମୂର୍ତ୍ତି ପ୍ରଦାନ

    ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରତିଷ୍ଠିତ ଓଡିଆ ସ୍ଥପତି ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମାଁ ଲକ୍ଷ୍ମୀଙ୍କର ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି । ଓଡିଶାର ଅନ୍ୟାନ୍ୟ ସାଂସଦ...
  • ସୂର୍ଯ୍ୟଙ୍କୁ କେଉଁ ମାସରେ କେଉଁ ମନ୍ତ୍ରରେ ପୂଜା

    ବୈଶାଖ: ମନ୍ତ୍ର: ‘ଓଁ ତପନାଥାୟ ନମଃ’ ଫଳ:ସୁଖ ସମୃଦ୍ଧି, ଭାଗ୍ୟୋଦୟ, ମିତ୍ରପ୍ରାପ୍ତି । ଜ୍ୟେଷ୍ଠ: ମନ୍ତ୍ର: ‘ଓଁ ମିତ୍ରାୟ ନମଃ’ ଫଳ: କୁଷ୍ଠମୁକ୍ତି, ଶକ୍ତି ବୃଦ୍ଧି ଆଷାଢ଼: ମନ୍ତ୍ର: ‘ଓଁ ରବୟେ ନମଃ’ ଫଳ: ଦାରିଦ୍ର‌୍ୟ ଦୂର ହୁଏ, ନିରାମୟ...
  • ରଥଯାତ୍ରା ଆରମ୍ଭ

    ଆଜି ଠାରୁ ପୁରୀରେ ରଥଯାତ୍ରା ଆରମ୍ଭ ହୋଇଛି । ଏହା ପ୍ରାୟ ୯ ଦିନ ଧରି ଚାଲିବ । ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ର ଆଜି ଭିନ୍ନ ଭିନ୍ନ ତିନୋଟି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି...