୨୦୨୪ରେ କ୍ଷମତା ନଥିବ , ଏତେ ଅହଂକାର କାହିଁକି ?, କ୍ଷମତା କଣ ସବୁ ଦିନ ରହିବ ?

କଳା କୃଷି ଆଇନ ଯୋଗୁଁ ୭୦୦ରୁ ଅଧିକ କୃଷକ ମଲେ, ବିମୁଦ୍ରୀକରଣ ସମୟରେ ନିଜର ଗଛିତ ଟଙ୍କା ଆଣିବା ପାଇଁ ଯାଇ ୧୦୦ରୁ ଉର୍ଦ୍ଧ୍ଵ ନୀରିହ ବ୍ୟକ୍ତି ବ୍ୟାଙ୍କ ଆଗରେ ମଲେ, ଅଚାନକ ଭାବେ ସଟ୍ ଡାଉନ – ଲକ୍ ଡାଉନ ଘୋଷଣା କରିବା ଯୋଗୁଁ ଅନେକ ସଂଖ୍ୟାରେ ସାଧାରଣ ବ୍ୟକ୍ତି ମଲେ,ଅନେକ ଭିଡ଼ ହିଂସାରେ ହଜାରହଜାର ଲୋକ ମଲେଣି, କରୋନା ଟିକା ନେଇ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପ୍ରାଣଗଲା , କରୋନା ଟିକା ନେଇଥିବା କୋଟିକୋଟି ଲୋକଙ୍କ ପ୍ରମାଣପତ୍ରରେ ନିଜର ଫୋଟ ଲାଗିଲା କିନ୍ତୁ କରୋନାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ରରେ ନିଜର ଫୋଟ କାହିଁକି ଲଗାଇପାରୁ ନାହାଁନ୍ତି ? । ମିଛ ପ୍ରତିଶୃତି ସୀମା ପାର ହେଲାଣି କିନ୍ତୁ ଜନସାଧାରଣଙ୍କ ବ୍ୟାଙ୍କ ଖାତାକୁ ଏପର୍ଯ୍ୟନ୍ତ ୧୫ଲକ୍ଷ ଟଙ୍କା ଆସିଲା ନାହିଁ । ୮୦ କୋଟି ବ୍ୟକ୍ତିଙ୍କୁ ମାଗଣା ଖାଦ୍ୟଶସ୍ୟ ଦେଇ ଭାରତକୁ ଗରୀବ ଦେଶର ପରିଚୟ କରାଉଛନ୍ତି । ବିଶ୍ଵ ଗୁରୁ ହେବେ କେମିତି ? । ମାଗଣା ଖାଦ୍ୟଶସ୍ୟ ପାଉଥିବା ବ୍ୟକ୍ତି ଧିରେଧିରେ ଅଳସୁଆ ହେଉଛନ୍ତି । ବେକାରୀ ବୃଦ୍ଧି ହେଉଛି । ଆଗାମୀ ପିଢୀ ଘୋର ସଂକଟ ମଧ୍ୟକୁ ନିଶ୍ଚିତ ଯିବେ । ସେତେ ବେଳେ ଆପଣ ବୃଦ୍ଧ ହୋଇଯାଇଥିବେ । ଭଲ କରିବା ପାଇଁ ଆପଣଙ୍କ ପାଖରେ କିଛି ନଥିବ । ଆପଣ ୨୦୧୪ରେ ଭାରତର କ୍ଷମତା ଦଖଲ କରିଥିଲେ । ୨୦୨୪ରେ କ୍ଷମତା ଅବଶ୍ୟ ନଥିବ । କରୋନା ସମୟରେ ଘଣ୍ଟ – ଲାଇଟ୍ ଡ୍ରାମା /ନାଟକ ଦେଖି ମୁଁ ସେତେବେଳେ ଭାବିଥିଲି ଜଣେ ବ୍ୟକ୍ତିଙ୍କ ଅନ୍ଧବିଶ୍ୱାସ ଘୋଷଣାକୁ ଦେଶର ଜନତା କେମିତି ବିଶ୍ଵାସ କରୁଛନ୍ତି । ଏହାର ଫଳ କଣ ହେଲା ? ଘରେ ଘରେ ରୋଗ ବୃଦ୍ଧି ହେଲା – ସବୁ ମେଡ଼ିସିନର ଦାମ ମାତ୍ରାଧିକ ବୃଦ୍ଧି ହେଲା ଏବଂ ନିଜର ପ୍ରଚାର ପାଇଁ ସହାୟକ ହେଲା । ମୁଁ କରୋନା ଟିକା ନେଇ ନାହିଁ , କରୋନା ସମୟରେ ଅନେକ ରୋଗୀଙ୍କୁ ଦେଖିବା ପାଇଁ ଡାକ୍ତରଖାନା ଯାଇଛି । ଶବ ସଂସ୍କାର କରିବା ପାଇଁ ମଶାଣୀ ବି ଯାଇଛି । ଆମକୁ କାହିଁକି ସେହି ସମୟରେ କରୋନା ହେଲା ନାହିଁ ? । ଯଦି ଟିକା ନେଇଥାନ୍ତି ଏବଂ ଟିକା ନେବା ପ୍ରମାଣପତ୍ରରେ ଆପଣଙ୍କ ଫୋଟ ରହିଥାନ୍ତା ତେବେ ମୋର ମୃତ୍ୟୁ ହୋଇଥାନ୍ତା କିମ୍ବା ଘୋର ଶାରୀରିକ ଅସୁସ୍ଥତାରେ ପଡ଼ିଥାନ୍ତି । ଏବେ ଯାହାବି ଦେହ ଖରାପ ହେଉଛି ଦେଶର ମନମାନୀ ଶାସନ ଏବଂ ଆଗାମୀ ଯୁବପିଢ଼ୀର ଭବିଷତ୍ୟ ବିଷୟରେ ଚିନ୍ତା କରି । ମୁଁ ସୁବିଧାବାଦୀ ନୁହେଁ । ମୋର କିଛି କରିବାର ନାହିଁ । ମିଛ କହି ରାଜନେତା ହେବାର ନାହିଁ । ଯଦି ହୋଇଥାନ୍ତି ୧୯୯୯ ମସିହାରେ । ସେତେ ବେଳେ ଦେଶରେ ବିଜେପି ସରକାରଥିଲା । ଏନଡିଏର ଆବାହକ ତଥା ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡେଜ୍ ଙ୍କ ସହିତ ସିଧାସଳଖ ସଂପର୍କ ଥିଲା । ବହୁତ ସୀମାପାର ହୋଇଗଲାଣୀ । ମାଗଣା ବଣ୍ଟନ ବନ୍ଦ କରାଯାଉ । ମିଛ କଥା କୁହାନଯାଉ । ଗର୍ବ ଏବଂ ଅହଂକାର ବନ୍ଦ ହେଉ । ୩ଟି ରାଜ୍ୟ ବିଜୟ କଣ ୧୫୦ କୋଟି ଜନସାଧାରଣଙ୍କ ହୃଦୟ ବିଜୟ କି ? ସବୁ ରାଜ୍ୟ ବିଜୟ କରି ନିଜର ଦକ୍ଷତା ଦେଖାନ୍ତୁ । ୪ ଟି ରାଜ୍ୟ ନିର୍ବାଚନରେ ବିଜେପିକୁ ୪ କୋଟି ୮୧ ଲକ୍ଷ ୩୩ ହଜାର ୪ ଶହ ୬୩ ଗୋଟି ଭୋଟ ମିଳିଛି । କିନ୍ତୁ ପରାଜୟ ହୋଇଥିବା କଂଗ୍ରେସ ଦଳକୁ ୪ କୋଟି ୯୦ ଲକ୍ଷ ୭୭ ହଜାର ୯ ଶହ ୭ ଗୋଟି ଭୋଟ ମିଳିଛି । ବିଜେପି କଂଗ୍ରେସ ଠାରୁ କମ୍ ଭୋଟ ପାଇଛି । ଏତେ ଅହଂକାର କାହିଁକି ? । କ୍ଷମତା କଣ ସବୁ ଦିନ ରହିବ ? ଦିନେ ନା ଦିନେ ନିଶ୍ଚିତ ଯିବ । ଶରୀର ଯେମିତି ଯିବ ।

ସମୀର କୁମାର ସିଂହ, ସଂପାଦକ,ଓଡ଼ିଶା ନ୍ୟୁଜ୍