ଉର୍ଜା ସଂରକ୍ଷଣ ଦିଗରେ ଆମ ଦେଶ ପ୍ରଥମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ/ଭୁବନେଶ୍ୱର: ସାମାଜିକ ଆର୍ଥିକ ବିକାଶ ଉର୍ଜା ଉପରେ ନିର୍ଭର କରେ । ଭାରତ ଏବେ ଉର୍ଜା ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ଉର୍ଜା ସଂରକ୍ଷଣ କରିବା ଦିଗରେ ଭାରତ ପ୍ରଥମ ସ୍ଥାନରେ ରହିଛି ବୋଲି ନୂଆଦିଲ୍ଲୀର ଗ୍ରେଟର୍ ନୋଏଡା ଠାରେ ଆୟୋଜିତ ପେଟ୍ରୋଟେକ୍ ୨୦୧୯ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜଳବାୟୁର ଅନିୟମିତତା ଭାବେ ପରିବର୍ତନକୁ ରୋକିବା ପାଇଁ ସବୁ ଦେଶ ଏକ ହେବା ଉଚିତ୍ । ସାଧାରଣ ଜନତାଙ୍କୁ କିପରି ସ୍ୱଚ୍ଛ ଉର୍ଜା ମିଳିପାରିବ ତାହା ଆମର ମୁଖ୍ୟ ଲକ୍ଷ୍ୟ । ସମସ୍ତଙ୍କୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା ପାଇଁ ସରକାର ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି ।

ସେହିପରି ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନରେ ଉର୍ଜା ଏକ ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ଦେଶରେ ବିଗତ ୫ ବର୍ଷ ମଧ୍ୟରେ ଉର୍ଜା କ୍ଷେତ୍ରରେ ଭାରତ ଅଭୁତପୂର୍ବ ସଫଳତା ଆଣିଛି । ଫଳରେ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ଚାରୋଟି ସ୍ତମ୍ଭ ଯଥା ଉର୍ଜା ପାଇବା, ଉର୍ଜା ସୁରକ୍ଷା, ଦୀର୍ଘ ମିଆଦୀ ଉର୍ଜା ଏବଂ ଉର୍ଜାର ଦକ୍ଷତା ଇତ୍ୟାଦିକୁ ଆପଣାଯାଇ ଗରିବରୁ ଅତି ଗରିବଙ୍କ ପାଖରେ ଉର୍ଜା ପହଂଚାଯିବାର ବ୍ୟବସ୍ଥା ହୋଇଛି । ଏହା ଆମକୁ ଏକ ଗତି ଦେଇଛି ବୋଲି ଏହି ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ତୈଳ ଏବଂ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ସଂସ୍କାର ଆଣି ନୂତନ ନିବେଶ ଓ ନୂଆ ଜ୍ଞାନକୌଶଳ ବ୍ୟବହାର ପ୍ରକ୍ରିୟାକୁ ସୁଗମ କରିପାରିଛନ୍ତି । ଉଜ୍ଜଳା ଏବଂ ସିଟି ଗ୍ୟାସ ବିତରଣ (ସିଜିଡି)ଭଳି ଯୋଜନାମାନ ସ୍ୱଚ୍ଛ ଇନ୍ଧନ ଗ୍ୟାସ ସାଧାରଣ ଜନତାଙ୍କ ନିକଟରେ ସଫଳ ରୂପେ ପହଁଚାଇ ପାରି ସମଗ୍ର ବିଶ୍ୱରୁ ପ୍ରଶଂସା ପାଇଛି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଏହି ସବୁ ମହତ୍ୱକାଂକ୍ଷୀ ଯୋଜନାମାନ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ଉର୍ଜା ନ୍ୟାୟ ଦେବା ସାଙ୍ଗକୁ ବ୍ୟବସାୟୀକ ସୁଯୋଗ ସୃଷ୍ଟି ଏବଂ ଜଳବାୟୁ ପରିବର୍ତନ ଓ ସ୍ଥାନୀୟ ପ୍ରଦୂଷଣ ସମସ୍ୟାକୁ ସମାଧାନ କରିବାରେ ସଫଳ ହୋଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବୈଦ୍ୟୁତିକ ଯାନ ମଧ୍ୟ ସଂରକ୍ଷଣ ଢାଂଚାକୁ ପରିବର୍ତନ କରିଛି । ୟୁଏଏସ ବିଶ୍ୱର ସବୁଠୁ ଅଧିକ ତୈଳ ଓ ଗ୍ୟାସ ଉତ୍ପାଦନ କରୁଛି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପେଟ୍ରୋଟେକ୍ ଭଳି ସଂସ୍ଥା କେବଳ ଭାରତ ନୁହେଁ, ଅନ୍ୟ ପାରସ୍ପରିକ ରାଷ୍ଟ୍ର ମାନଙ୍କରେ ମଧ୍ୟ ସ୍ୱଚ୍ଛ, ସୁଲଭ ଏବଂ ସୁନିଶ୍ଚିତ ଉର୍ଜା ପ୍ରଦାନ କରିବାର ଚିନ୍ତନରେ ମଧ୍ୟ ପ୍ରୟାସ କରୁଅଛି । ଅଣପାରମ୍ପିକ ଶକ୍ତିର କ୍ରମବର୍ଦ୍ଧିଷ୍ଣୁ ବ୍ୟବହାର ପାଇଁ, ଆଗାମୀ ଦିନରେ ଉର୍ଜା ବ୍ୟବହାର କ୍ଷେତ୍ରରେ ବ୍ୟାପକ ପରିବର୍ତନ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଉର୍ଜାର ଉପଲବ୍ଧତା କମ୍ କାରଣରୁ ଅନେକ ରାଷ୍ଟ୍ରର ବିଭିନ୍ନ ଅଂଚଳରେ ଦାରିଦ୍ର‌୍ୟ ଭଳି ସମସ୍ୟା ଉପୁଜିଛି । ଆଫିକ୍ରା ଏବଂ ସାଉଥ ଏସିଆର ଅନେକ ଅଂଚଳର ପ୍ରଗତିରେ ବାଧା ଉପୁଜିଛି । ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ଲିଙ୍ଗଗତ ସମାନତା, ଜୀବନଜୀବିକା ଏବଂ ଦାରିଦ୍ର‌୍ୟ ଭଳି ସମସ୍ୟା ଦେଖାଯାଇଛି ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ୬୦ ଦେଶର ୭ ହଜାର ପ୍ରତିନିଧି ଯୋଗ ଦେଇଥିଲେ । ଏହି ଅବସରରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଉତମ ଅବଦାନ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇର ମନ୍ତ୍ରୀ ତଥା ଏଡିଏନ୍ଓସିର ସିଇଓ ଡ.ସୁଲତାନ୍ ଅହମଦ ଅଲ୍ ଜାବେର୍ଙ୍କୁ ଲାଇଫ୍ଟାଇମ୍ ଇଂଟରନ୍ୟାସନାଲ ଏକ୍ଚିଭମେଂଟ୍ ଆୱାର୍ଡରେ ସମ୍ମାନିତ କରିଥିଲେ ।

Categories
INTERNATIONAL

RELATED BY

  • Deputy Prime Minister of Russia

      The Deputy Prime Minister of Russia, Mr. Yury Trutnev meeting the Union Minister for Petroleum & Natural Gas and Steel, Shri Dharmendra Pradhan, in New Delhi on June...
  • ଉତ୍ତର ପୂର୍ବାଞ୍ଚଳରେ ୧୩ହଜାର କୋଟି ଟଙ୍କା ନିବେଶ

    ଜାପାନ ସରକାର ଭାରତର ଉତ୍ତର ପୂର୍ବାଞ୍ଚଳରେ ବିଭିନ୍ନ ରାଜ୍ୟରେ ବର୍ତମାନ ଜାରି ରହିଥିବା କେତେକ ନୂଆ ପ୍ରକଳ୍ପରେ ୨୦୫.୭୮୪ ବିଲିୟନ ୟେନ ଅର୍ଥାତ ପ୍ରାୟ ୧୩ ହଜାର କୋଟି ଟଙ୍କା ନିବେଶ କରିବା ଲାଗି ନିଷ୍ପତି ନେଇଛନ୍ତି । ଉତ୍ତର...
  • ଆମେରିକା ଉର୍ଜା ସଚିବଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଆଲୋଚନା

    ନୂଆଦିଲ୍ଲୀ/ଭୁବନେଶ୍ୱର: ଆମେରିକାର ଶକ୍ତି ସଚିବ ରିକ୍ ପରେିଙ୍କ ସହ ଟୋଲିଫୋନ ଯୋଗେ କଥା ହୋଇଛନ୍ତି ଭାରତର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇ ଦେଶର ଉର୍ଜା କ୍ଷେତ୍ରର ମନ୍ତ୍ରୀ ଦ୍ୱୟ ଏକ ମିଳିତ ପ୍ରୟାସ...
  • ନାଇଜେରିଆ ଓଡ଼ିଆ ଆସୋସିଏସନ୍‍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ୫ଲକ୍ଷ ଟଙ୍କା ପ୍ରଦାନ

    ଭୁବନେଶ୍ୱର: ଫନି ବାତ୍ୟା କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ଆଜି ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍‍ (ଓସାନ୍‍) କର୍ମକର୍ତ୍ତାମାନେ ଭେଟି ୫ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଆସୋସିଏସନ୍‍ ସମେତ...
WhatsApp chat