ଅବସରପ୍ରାପ୍ତ ଆଡିସ୍‍ନାଲ୍‍ ଡିଜି ପୋଲିସ ଗୋପବନ୍ଧୁ ମଲ୍ଲିକ ବିଜେଡିରେ

ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଅବସରପ୍ରାପ୍ତ ଅଧ୍ୟାପକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଓ କଳାକାରଙ୍କ ସମେତ ୫୦ରୁ ଅଧିକ ବୁଦ୍ଧିଜୀବୀ ନବୀନ ନିବାସରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । 

ଅବସରପ୍ରାପ୍ତ ଆଡିସ୍‍ନାଲ୍‍ ଡିଜି ପୋଲିସ ଶ୍ରୀ ଗୋପବନ୍ଧୁ ମଲ୍ଲିକ,ପ୍ରଫେସର ଜୟକୃଷ୍ଣ ମହାନ୍ତ,କୁଡ଼ମି ଜାତିର ଓଡ଼ିଶା ରାଜ୍ୟ ସଭାପତି ପ୍ରଭାସ ଚନ୍ଦ୍ର ମହାନ୍ତ,ରାଜ୍ୟ ସଂପାଦକ ରାମଚନ୍ଦ୍ର ମହାନ୍ତ,ମୟୁରଭଞ୍ଜ ଜିଲ୍ଲାର ବିଶିଷ୍ଟ ସମାଜସେବୀ ବଟକୃଷ୍ଣ ମହାନ୍ତ,ଭାବଗ୍ରାହୀ ମହାପାତ୍ର,ଜ୍ଞାନ ରଂଜନ ବାରିକ, ସାଲେପୁର ଅଞ୍ଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବ୍ରହ୍ମାନନ୍ଦ ଶତପଥୀଙ୍କ ସୁପୁତ୍ର ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ, ସ୍ତମ୍ଭକାର ଶ୍ରୀ ଗିରିଶ ଚନ୍ଦ୍ର ଶତପଥୀ, ଅବସରପ୍ରାପ୍ତ ଅଧ୍ୟାପିକା ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଡ. ସୁଲୋଚନା ଦାସ, ପ୍ରଫେସର ଡ. କପିଳେଶ୍ୱର ମିଶ୍ର, ଓଡ଼ିଶା ହାଇକୋର୍ଟ ଆଇନ୍‍ଜୀବୀ ଶ୍ରୀ ଜୟନ୍ତ କୁମାର ବିଶ୍ୱାଳ, ଆଇନ୍‍ଜୀବୀ କିରଣ ରାଉତ, ପ୍ରଫେସର ବିଜୟ କୁମାର ଟପ୍ପୋ, ଭୁବନେଶ୍ୱର ଜିଲ୍ଲା ଲାୟନ ଗଭର୍ଣ୍ଣର ବିଶ୍ୱନାଥ ମହାନ୍ତି, ଅବସରପ୍ରାପ୍ତ ସିଡିପିଓ ଛବି ମହାନ୍ତି, ଅବସରପ୍ରାପ୍ତ ସିଆର୍‍ଆର୍‍ଆଇ ଅଧିକାରୀ ସୁରେନ୍ଦ୍ର ନାଥ ରାଉତ, ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ‘ମୋକ୍ଷ’ର ଅଧ୍ୟକ୍ଷା ଡ. ସୁଜାତା ମିଶ୍ର, ଅର୍ଥନୈତିଜ୍ଞ ପ୍ରଫେସର ଡ. ହରିଶ ଚନ୍ଦ୍ର ନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ଯୋଗଦାନ କରିଛନ୍ତି ।

ଶ୍ରୀ ଗୋପବନ୍ଧୁ ମଲ୍ଲିକ ଜଣେ ଭଦ୍ର,ନମ୍ର,କର୍ତ୍ତବ୍ୟନିଷ୍ଠ ଓ ଦକ୍ଷ ଅଫିସର ଭାବେ ବେଶ ଜଣାଶୁଣାଥିଲେ । ସେ ଜଣେ ଦୂରଦ୍ରଷ୍ଟା ଅଭିଜ୍ଞ ମଣିଷ । ତାଙ୍କର ଅନେକ ଦାର୍ଶନୀକ ଚିନ୍ତାଧାର ଅଛି । ଅନେକ ଉପାଦେୟ ପୁୁସ୍ତକ ଲେଖିଛନ୍ତି । ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍ କାଲାମ୍ ଙ୍କ ଉପରେ “ବ୍ଲେଜିଙ୍ଗ ବିକନ୍” ନାମକ ବହି ଲେଖିଛନ୍ତି । କାଲାମ୍ ଏହି ବହିକୁ ନିଜେ ବାଲେଶ୍ୱରର ଏକ କାର୍ଯ୍ୟକ୍ରମରେ ଉନ୍ମୋଚନ କରିଥିଲେ । ବହିକୁ ଶ୍ରୀ କାଲାମ୍ ଉଚ୍ଚ ପ୍ରଶଂସା କରିଥିଲେ ।

 

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ବିଜେଡିରେ ଯୋଗଦେଇଥିବା ସମସ୍ତ ଅବସରପ୍ରାପ୍ତ ପଦାଧିକାରୀ ଓ ବୁଦ୍ଧିଜୀବୀମାନଙ୍କୁ  ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଏହି ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନଙ୍କ ଯୋଗଦାନ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବ ।

ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଗିରିଶ ଶତପଥୀ ହେଉଛନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବ୍ରହ୍ମାନନ୍ଦ ଶତପଥୀଙ୍କ ପୁତ୍ର । ଶ୍ରୀ ଶତପଥୀ ଏକାଧାରରେ ଜଣେ ସ୍ତମ୍ଭକାର ଓ ସୁସାହିତ୍ୟିକ । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଅବସର ନେବା ପରେ ଏବେ ସେ ସମାଜସେବାରେ ନିୟୋଜିତ ।

ଶ୍ରୀ ଶତପଥୀ କହିଛନ୍ତି, ବିଜୁ ଜନତା ଦଳ ଏକ ପରୀକ୍ଷିତ ଓ ବିଶ୍ୱସନୀୟ ଦଳ, ଯାହାର ମୁଖ୍ୟ ହେଉଛନ୍ତି ଉପଯୁକ୍ତ ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଉପଯୁକ୍ତ ସନ୍ତାନ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।

ସେହିପରି ଡ. ସୁଲୋଚନା ଦାସ ହେଉଛନ୍ତି, ଜଣେ ଅବସରପ୍ରାପ୍ତ ଅଧ୍ୟାପିକା ଓ ସୁଲେଖିକା । ସେ ବହୁ ଗଳ୍ପ, କବିତା ଏବଂ ୯ଟି ଉପନ୍ୟାସ ଲେଖିଛନ୍ତି ।

ଏହାବ୍ୟତୀତ ସାହିତ୍ୟରେ ସମାଲୋଚନା ମୂଳକ ଲେଖାରେ ମଧ୍ୟ ସେ ସିଦ୍ଧହସ୍ତ । ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ଜୀବନୀ ଉପରେ ‘ମାଟିରୁ ଆକାଶ’ ଗ୍ରନ୍ଥର ସେ ରଚୟିତା । ଏହାବ୍ୟତୀତ ଲେଖିକା ରୂପେ ସେ ବହୁ ଅନୁଷ୍ଠାନରୁ ପୁରସ୍କୃତ ହୋଇଛନ୍ତି ଓ ପ୍ରାୟ ୧୧ଟି ରାଷ୍ଟ୍ର ଭ୍ରମଣ କରିଛନ୍ତି ।

ଉକ୍ତ ଯୋଗଦାନ କାର୍ଯ୍ୟକ୍ରମରେ ମହିଳା ସମବାୟ ଉନ୍ନୟନ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ସଦସ୍ୟ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

Categories
POLITICS

RELATED BY

  • ଦଳୀୟ ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ

    ଭୁବନେଶ୍ୱର : ଦଳୀୟ ଅନୁଶାସନ ଭଙ୍ଗ, ବିଶୃଙ୍ଖଳିତ କାର୍ଯ୍ୟ ଏବଂ ପାର୍ଟିର ସାଙ୍ଗଠନିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିଥିବା ଆଦି ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜ୍ୟସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ କଟକ ନଗର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି...
  • ସମସ୍ତ ସାଂସଦମାନଙ୍କୁ ଚିଠି ଲେଖିଲେ

    ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି  ନବୀନ ପଟ୍ଟନାୟକ ଦଳର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗଗୁଡିକୁ ସଂସଦରେ ସଠିକ୍‍ ଭାବରେ ଉପସ୍ଥାପନ କରି ରାଜ୍ୟବାସୀଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ଆଶା...
  • ବିଜେପି ସାଂସଦ ଡ. ସୁବ୍ରମଣ୍ୟ ସ୍ୱାମୀଙ୍କ ଗିରଫ ଦାବୀରେ ଏତଲା ଦାୟର

    ଭୁବନେଶ୍ୱର :ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ବିଭାଗ ପକ୍ଷରୁ ବିଜେପି ସାଂସଦ ଡ. ସୁବ୍ରମଣ୍ୟ ସ୍ୱାମୀ ଗତ ୫.୭.୨୦୧୯ ରିଖରେ ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଆପେକ୍ଷ କରି ଯେଉଁ ଟିପ୍ପଣୀ ପ୍ରଦାନ କରିଛନ୍ତି ତାହାର...
  • ରେଳ ବଜେଟରେ ଓଡିଶାକୁ ଏଥର ମିଳିଛି ରେକର୍ଡ ପରିମାଣର ଅନୁଦାନ

    ଭୁବନେଶ୍ୱର : କେନ୍ଦ୍ରୀୟ ରେଳ ବଜେଟ ୨୦୧୯-୨୦ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ମିଳିବ ୫୮୦୦ କୋଟିରୁ ଅଧିକ ଅର୍ଥ । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଅଧିକରୁ ଅଧିକ...
WhatsApp chat