ଦୂରଦୃଷ୍ଟି ହୀନ ନବୀନ ପଟ୍ଟନାୟକ ସରକାର

କ୍ଷମତାରେ ବସିଲା ଦିନରୁ କେବଳ ବାତ୍ୟା

Share this:

ଓଡ଼ିଶା ସରକାର ଏବଂ କେନ୍ଦ୍ର ସରକାର ଭୟଙ୍କର ବାତ୍ୟାର ମୁକାବିଲା କରିପାରିଲେ ନାହିଁ ।

ମିଛ ମିଛକା ଦେଶର ନମ୍ବର ୱାନ୍ ସ୍ମାର୍ଟ ସିଟି କୁହାଯାଉଥିବା ଭୁବନେଶ୍ଵର ସହର ସ୍ମାସ୍ ହୋଇଛି ।

ବାତ୍ୟା ଫନି ନବୀନ ସରକାରର ମିଛ ଧରାଇଦେଇଛି ।

ମହାବାତ୍ୟା, ଫାଇଲିନ୍, ହୁଡ଼ୁ ହୁଡ଼ୁ , ତିତିଲି ଏବଂ ଫନିର ଠିକ୍ ମୁକାବିଲା କରିନଥିବା ଏବେ ସ୍ପଷ୍ଟ ଜଣାପଡୁଛି ।

ଭୁବନେଶ୍ଵର ସହରରେ ୭ ଦିନପରେ ମଧ୍ୟ ୯୮% ଭାଗ ଜନସାଧାରଣ ବିଜୁଳି, ପିଇବା ପାଣି ଏବଂ ବାତ୍ୟା ବନ୍ୟା ପରେ ଆବାଶ୍ୟକ ହେଉଥିବା ଜିନିଷ ପାଉନାହିଁନ୍ତି । ଯଦି ଯାହାବି ଟିକେ ମିଳୁଛି ତାହା ପୁଣି ବହୁ ଚଢ଼ା ଦରରେ ବିକ୍ରୀ ହେଉଛି ।

ରିଲିଫ୍ କାର୍ଯ୍ୟରେ ନିୟୋଜିତ ହୋଇଥିବା ଉଚ୍ଚ ଅଧିକାରୀ ମାନଙ୍କର ଦକ୍ଷତା ନଥିବା ପୁରା ପ୍ରମାଣିତ ହୋଇଛି ।

ସହର ମୁଖ୍ୟ ରାସ୍ତାରେ ପଢିରହିଥିବା ବିଦ୍ୟୁତ୍ ଖଣ୍ଟ ମଧ୍ୟ ଉଠିପାରିନାହିଁ । ବହୁ ବିପଦ ମଧ୍ୟରେ ପୁରୀ, ଭୁବନେଶ୍ଵର ଏବଂ ଖୋର୍ଦ୍ଧା ଜିଲ୍ଲାବାସୀ ଅଛନ୍ତି । ପିଇବା ପାଣି ପାଇଁ  ଲୋକେ ଘଣ୍ଟାଘଣ୍ଟା ଧରି ଧାଡ଼ିବାନ୍ଧି ରହୁଛନ୍ତି ।

ଅନେକ ବିଦାରକ ଦୃଶ୍ୟ ଆମେ ଦେଖୁଥିଲେ ମଧ୍ୟ ଲେଖିବାପାଇଁ ଭାଷା ନାହିଁ ।

ବୁଦ୍ଧିଜୀବୀ କହୁଛନ୍ତି ଯେଉଁ ଦିନଠାରୁ ନବୀନ କେନ୍ଦ୍ରରେ ମନ୍ତ୍ରୀ ହେଲେ ମହାବାତ୍ୟା ହେଲା ଏବଂ ମୁଖ୍ୟମନ୍ତ୍ରୀ ହେଲାପରେ ଓଡ଼ିଶାକୁ ବାରମ୍ବାର ବାତ୍ୟା ଆସୁଛି ଏବଂ ଭଲ, ନୀରିହ ଜନସାଧାରଣ କଷ୍ଟ ପାଉଛନ୍ତି ।

ଏହା ମାନବ ସଭ୍ୟତା ପାଇଁ ଶୁଭଙ୍କର ନୁହେଁ । ନବୀନ କଣ କାଳ କି ? ନରେନ୍ଦ୍ର ମୋଦୀର ବୁଦ୍ଧିହୀନ ଡିଜିଟାଲ୍  ପେମେଣ୍ଟ ସିସଷ୍ଟମ୍ ଓଡ଼ିଶାରେ ଏବେ ପୁରା ଫେଲ୍  ।

ଦୂର ଦୃଷ୍ଟି ନଥିବା ନରେନ୍ଦ୍ର ମୋଦୀ ଏବଂ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମସ୍ତେ କଷ୍ଟ ପାଉଛନ୍ତି । 

 

RELATED BY