ବିଜେପି ବଢୁଛି, କଂଗ୍ରେସ ଓ ବିଜେଡି ଛିଡୁଛି

ବିଜେପି ଆଗାମୀ ଦିନରେ ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବ

ଭୁବନେଶ୍ୱର:ରାଜ୍ୟର ସମସ୍ତ ଲୋକସଭା ଏବଂ ବିଧାନସଭା ବିଜେପି ପ୍ରାର୍ଥୀମାନଙ୍କୁ ନେଇ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଛି । ଏହି କର୍ମଶାଳାରେ ନିର୍ବାଚନ ଗଣତି ପଦ୍ଧତିର ବୈଷୟିକ ଦିଗ ଏବଂ ପ୍ରମୁଖ ବିନ୍ଦୁ ଉପରେ ଆଲୋଚନା ହୋଇଥିଲା ।

ରାଜ୍ୟ ବିଜେପି ନିର୍ବାଚନ ପ୍ରକୋଷ୍ଠ ଆବାହକ ସୁଦର୍ଶନ ନାୟକ ଭୋଟ ଗଣତିର ବିଭିନ୍ନ ନିୟମ ସମ୍ବନ୍ଧରେ ସୂଚନା ଦେଇଛନ୍ତି ।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ନିର୍ବାଚନ ପରିଚାଳନାର ଆର୍ଥୀକ ଦିଗ ନିର୍ବାଚନ ଗଣତି ବୁଥ ଏଜେଂଟ ପରିଚାଳନା ସଂପର୍କରେ ଆଲୋକପାତ କରିଥିଲେ ।

ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ବିଜେପିର ଭୋଟ ଗଣତି ପକ୍ରିୟା ଏବଂ ଫଳାଫଳର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା ।

ଭୋଟ ଗଣନା ପ୍ରକ୍ରିୟାରେ ବିଜେପିର କାର୍ଯକର୍ତାମାନଙ୍କର କଣ କଣ ଭୂମିକା ରହିଛି ଏବଂ ସଠିକ୍ ଖର୍ଚ୍ଚ ହିସାବ ବିଷୟରେ ଚର୍ଚ୍ଚା ଆଲୋଚନା ସହ କାର୍ଯ୍ୟକର୍ତାମାନଙ୍କୁ ପ୍ରଶିକ୍ଷିତ କରାଯାଇଥିଲା ।

ସମସ୍ତ ଏଗ୍ଜିଟ୍ ପୋଲ ଅନୁସାରେ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଗାମୀ ଦିନରେ ସରକାର ଗଢିବ ।

ଇଣ୍ଡିଆ ଟୁଡେ ଏବଂ ଟୁଡେ ଚାଣକ୍ୟ ଅନୁମାନ ଯଦି ସତ ହୁଏ ତେବେ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ସରକାର ଗଠନ କରିବ ।

ଆଗାମୀ ୨୩ ତାରିଖ ଦିନ ‘ଫିର୍ ଏକବାର ମୋଦି ସରକାର’ ନାରା ସଫଳ ହେବାକୁ ଯାଉଛି ।

ଓଡିଶାରେ ଥିବା ସ୍ଥାଣୁ ଅପାରଗ ସରକାର ବଦଳିବାର ଅନୁଭବ କରାଯାଉଛି । ଓଡିଶାରେ ଭାରତୀୟ ଜନତା ପାର୍ଟି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବ ।

‘ବିଜେପି ବଢୁଛି, କଂଗ୍ରେସ ଓ ବିଜେଡି ଛିଡୁଛି’ । ଏଥି ସହ ଓଡିଶାରେ ଧୀରେ ଧୀରେ କଂଗ୍ରେସ ଏବଂ ବିଜେଡି ଦଳ ସୀମିତ ଏବଂ ଅବକ୍ଷୟ ହେବାକୁ ଯାଉଛନ୍ତି ।

ବିଜେପି ଆଗାମୀ ଦିନରେ ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହି ରାଜ୍ୟ ସ୍ତରୀୟ କର୍ମଶାଳାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ପ୍ରତାପ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁରମା ପାଢୀ, ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ବିଜେପିର ସମସ୍ତ ଲୋକସଭା ଏବଂ ବିଧାନସଭାର ପ୍ରାର୍ଥୀ ଏବଂ ରାଜ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
POLITICS

RELATED BY

  • ଦଳୀୟ ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ

    ଭୁବନେଶ୍ୱର : ଦଳୀୟ ଅନୁଶାସନ ଭଙ୍ଗ, ବିଶୃଙ୍ଖଳିତ କାର୍ଯ୍ୟ ଏବଂ ପାର୍ଟିର ସାଙ୍ଗଠନିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିଥିବା ଆଦି ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜ୍ୟସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ କଟକ ନଗର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି...
  • ସମସ୍ତ ସାଂସଦମାନଙ୍କୁ ଚିଠି ଲେଖିଲେ

    ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି  ନବୀନ ପଟ୍ଟନାୟକ ଦଳର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗଗୁଡିକୁ ସଂସଦରେ ସଠିକ୍‍ ଭାବରେ ଉପସ୍ଥାପନ କରି ରାଜ୍ୟବାସୀଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ଆଶା...
  • ବିଜେପି ସାଂସଦ ଡ. ସୁବ୍ରମଣ୍ୟ ସ୍ୱାମୀଙ୍କ ଗିରଫ ଦାବୀରେ ଏତଲା ଦାୟର

    ଭୁବନେଶ୍ୱର :ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ବିଭାଗ ପକ୍ଷରୁ ବିଜେପି ସାଂସଦ ଡ. ସୁବ୍ରମଣ୍ୟ ସ୍ୱାମୀ ଗତ ୫.୭.୨୦୧୯ ରିଖରେ ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଆପେକ୍ଷ କରି ଯେଉଁ ଟିପ୍ପଣୀ ପ୍ରଦାନ କରିଛନ୍ତି ତାହାର...
  • ରେଳ ବଜେଟରେ ଓଡିଶାକୁ ଏଥର ମିଳିଛି ରେକର୍ଡ ପରିମାଣର ଅନୁଦାନ

    ଭୁବନେଶ୍ୱର : କେନ୍ଦ୍ରୀୟ ରେଳ ବଜେଟ ୨୦୧୯-୨୦ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ମିଳିବ ୫୮୦୦ କୋଟିରୁ ଅଧିକ ଅର୍ଥ । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଅଧିକରୁ ଅଧିକ...
WhatsApp chat