ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ପ୍ରଦେଶ କଂଗ୍ରେସ ପକ୍ଷରୁ

ଭୁବନେଶ୍ୱର : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଶ୍ରାଦ୍ଧ ଦିବସ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ।

ଏହି ଅବସରରେ ପୂର୍ବାହ୍ନରେ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ରାଜୀବ ଭବନ ପରିସରରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ରାଜୀବଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ହେମାନନ୍ଦ ବିଶ୍ୱାଳ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସୀମର କୁମାର ରାଉତରାୟ, କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ପଦ୍ମାକର ଗୁରୁ, ବିକ୍ରମ ସାହୁ, ଚିନ୍ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ଜ୍ୟୋତିଷ ସାହୁ, ମନୋଜ ଜେନା, ପ୍ରଣତି ମିଶ୍ର, ସ୍ୱାଧିନବାଳା ଦାସ, ତରୁଣ ମିଶ୍ର, ମନୋରଞ୍ଜନ ରାଉତରାୟ, ରସିକ ପଟ୍ଟନାୟକ, ଦୀପକ ସାହୁ, ବାଙ୍କନିଧି ବେହେରା, ଜାନକୀ ମଲ୍ଲିକ, ନିରେଶ ପାତ୍ର, ଆଲୋକ ମହାନ୍ତି, ନିହାର ବଳ, ମଂଟୁ ମଲ୍ଲିକ, ସଂକୁନା କହଁର, ସଂଜୟ ମିଶ୍ର, ଦେବେନ୍ଦ୍ର ଦାସ, ଛବି ମହାନ୍ତି ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Categories
KNOWLEDGE

RELATED BY

  • ଆଇଟିଆଇରେ ଜୀବିକା ଦକ୍ଷତା ବିକାଶ ପ୍ରଶିକ୍ଷଣ

    ଭୁବନେଶ୍ୱର: ଆଇଟିଆଇରେ ଜୀବିକା ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ ନେଇ ଇଡ଼୍‌କୋ ବୋର୍ଡ ରୁମ୍‌ଠାରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରାଯାଇଛି । ଟାଟା କମ୍ୟୁନିଟି ଇନିସିଏଟିଭ୍‌ ଟ୍ରଷ୍ଟ (ଟିସିଆଇଟି) ଏବଂ କଳିଙ୍ଗ ମାଇନିଙ୍ଗ୍‌ କର୍ପୋରେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (କେଏନ୍‌ସିପିଏଲ୍‌) ମଧ୍ୟରେ...
  • ଆଇନରେ ବ୍ୟବସ୍ଥା ନଥିଲେ ଆଧାର ନମ୍ବର ଦେବା ଲାଗି କୌଣସି ବ୍ୟକ୍ତିକୁ ବାଧ୍ୟ କରାଯାଇପାରିବ ନାହିଁ

    ସାଧାରଣ ଲୋକଙ୍କ ପାଇଁ ଆଧାରକୁ ଅଧିକ ଅନୁକୂଳ କରିବା ଲାଗି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି  ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ,...
  • ସିଭିଲ୍‍ ସର୍ଭିସ୍‍ ରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ଓ ୨୩ତମ ସ୍ଥାନ ଅଧିକାର କରିଥିବା ଟପ୍ପର ମାର୍ଗ ଦର୍ଶନ ଦେଲେ

    ସିଭିଲ୍‍ ସର୍ଭିସ୍‍ ଆଶାୟୀଙ୍କ ପାଇଁ ବାଜିରାଓ ଆଇଏଏସ୍‍ ଏକାଡେମୀ ତରଫରୁ ଏକ ବୃହତ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଭୁବନେଶ୍ୱରର ଜୟଦେବ ବିହାର ସ୍ଥିତ ହୋଟେଲ ପାଲ୍‍ହାଇଟ୍ସ ଠାରେ ରବିବାର ଦିନ ଆୟୋଜିତ ହୋଇଯାଇଛି । ଏଥିରେ ୨୦୧୮ ମସିହାର ସର୍ବଭାରତୀୟ ସ୍ତରରେ...
  • ନୀତି ଆୟୋଗର ପୁନର୍ଗଠନ,ଜାଣନ୍ତୁ କିଏ କଣ

    ଭାରତ ସରକାର ନୀତି ଆୟୋଗର ପୁନର୍ଗଠନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଇନଷ୍ଟିଚ୍ୟୁସନ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗର ପୁନର୍ଗଠନକୁ ନିମ୍ନମତେ ମଞ୍ଜୁରି ଦେଇଛନ୍ତି : ୧. ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ ୨. ଉପାଧ୍ୟକ୍ଷ, ଡ....
WhatsApp chat