କୃଷି,ଜଙ୍ଗଲ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କରିବ ସହାୟତା

ଆରଆଇଏସଏଟି-୨ବିର ସଫଳ ଉତକ୍ଷେପଣ

ଭାରତର ପୋଲାର ଉପଗ୍ରହ ଉତକ୍ଷେପଣ ଯାନ (ପିଏସଏଲଭି-ସି୪୬) ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ଠାରେ ଥିବା ସତୀଶ ଧାୱନ ମହାକାଶ କେନ୍ଦ୍ର (ଏସଡିଏସସି) ଏସଏଚଏଆରରୁ ସଫଳତାର ସହ ଆରଆଇଏସଏଟି-୨ବି ଉତକ୍ଷେପଣ କରିଛି । ଏହା ହେଉଛି ଶ୍ରୀହରିକୋଟାର ଏସଡିଏସସି ଏସଏଚଏଆରରୁ ୭୨ତମ ଉତକ୍ଷେପଣ ମିଶନ ଏବଂ ପ୍ରଥମ ଉତକ୍ଷେପଣ ପ୍ୟାଡରୁ ୩୬ତମ ଉତକ୍ଷେପଣ ।

ପ୍ରଥମ ଉତକ୍ଷେପଣ ପ୍ୟାଡରୁ ପିଏସଏଲଭି-ସି୪୬ ସକାଳ ୫.୩୦ରେ ଉତକ୍ଷେପଣ ଆରମ୍ଭ କରି ୧୫ମିନିଟ ୨୫ ସେକେଣ୍ଡ ମଧ୍ୟରେ ୫୫୬କିମି କକ୍ଷ ପଥରେ ଆରଆଇଏସଏଟି-୨ବିକୁ ସ୍ଥାପନ କରିଥିଲା ।

ଉତକ୍ଷେପଣ ଯାନଠାରୁ ଅଲଗା ହେବା ପରେ ଆରଆଇଏସଏଟି-୨ବିର ସୌର ସରଣୀଗୁଡ଼ିକ ସ୍ୱୟଂଚାଳିତ ଭାବେ କାର୍ଯ୍ୟ କରିଥିଲେ ଏବଂ ବାଙ୍ଗାଲୋର ସ୍ଥିତ ଇସ୍ରୋର ଟେଲିମେଟ୍ରି ଟ୍ରାକିଙ୍ଗ ଓ କମାଣ୍ଡ ନେଟୱର୍କ (ଆଇଏସଟିଆରଏସି) ଉପଗ୍ରହକୁ ନିୟନ୍ତ୍ରଣ କରିଥିଲା ।

ଆଗାମୀ ଦିନରେ ଉପଗ୍ରହକୁ ଏହାର ଚୂଡାନ୍ତ କାର୍ଯ୍ୟକାରୀ ଆକାରର ସ୍ଥିତିକୁ ଅଣାଯିବ । ଆରଆଇଏସଏଟି-୨ବି ହେଉଛି ଏକ ରାଡାର ଇମେଜିଂ ବିଶ୍ୱ ପର୍ଯ୍ୟବେକ୍ଷଣ ଉପଗ୍ରହ ଏବଂ ଏହାର ଓଜନ ହେଉଛି ୬୧୫ କେଜି । ଏହି ଉପଗ୍ରହ କୃଷି, ଜଙ୍ଗଲ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହାୟତା କରିବ ।

ଏହି ମିଶନରେ ସାମିଲ ଥିବା ଉତକ୍ଷେପଣ ଯାନ ଏବଂ ଉପଗ୍ରହ ଦଳର ସଦସ୍ୟମାନଙ୍କୁ ଇସ୍ରୋ ଅଧ୍ୟକ୍ଷ ଡଃ କେ ସିଭାନ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଉତକ୍ଷେପଣ ସହିତ ପିଏସଏଲଭି ମହାକାଶକୁ ଜାତୀୟ, ଅନ୍ତର୍ଜାତୀୟ ଏବଂ ଛାତ୍ରମାନଙ୍କ ଦ୍ୱାରା ନିର୍ମିତ ମୋଟ ୫୦ ଟନ ଓଜନର ୩୫୪ଟି ଉପଗ୍ରହକୁ ମହାକାଶକୁ ପ୍ରେରଣ କରିଛି ।

ଆରଆଇଏସଏଟି-୨ବି ହେଉଛି ଏକ ଅତ୍ୟାଧୁନିକ ବିଶ୍ୱ ପର୍ଯ୍ୟବେକ୍ଷକ ଉପଗ୍ରହ ଯେଉଁଥିରେ କି ଏକ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ୩.୬ମି ରାଡିଆଲ ରିବ ଆଂଟେନା ସଂଯୁକ୍ତ ରହିଛି ।

ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ ଥିବା ଦର୍ଶକମାନଙ୍କ ଗ୍ୟାଲେରୀରୁ ମୋଟ ୫,୦୦୦ ଦର୍ଶକ ଏହି ଉପଗ୍ରହର ଉତକ୍ଷେପଣ ଦୃଶ୍ୟକୁ ସିଧାସଳଖ ଦେଖିଥିଲେ ।

୨୦୧୯ ଜୁଲାଇ ୯ରୁ ୧୬ ମଧ୍ୟରେ ଇସ୍ରୋ ଜିଏସଏଲଭି ଏମକେ୩ ମାଧ୍ୟମରେ ଚନ୍ଦ୍ରାୟଣ-୨ ଉତକ୍ଷେପଣ କରିବା ନେଇ ଯୋଜନା କରୁଛି ଏବଂ ୨୦୧୯ ସେପ୍ଟେମ୍ବର ୬ ସୁଦ୍ଧା ଏହା ଚନ୍ଦ୍ରରେ ପହଞ୍ଚିବାର ଆଶା କରାଯାଉଛି ।

 

Categories
KNOWLEDGE

RELATED BY

  • ଆଇଟିଆଇରେ ଜୀବିକା ଦକ୍ଷତା ବିକାଶ ପ୍ରଶିକ୍ଷଣ

    ଭୁବନେଶ୍ୱର: ଆଇଟିଆଇରେ ଜୀବିକା ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ ନେଇ ଇଡ଼୍‌କୋ ବୋର୍ଡ ରୁମ୍‌ଠାରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରାଯାଇଛି । ଟାଟା କମ୍ୟୁନିଟି ଇନିସିଏଟିଭ୍‌ ଟ୍ରଷ୍ଟ (ଟିସିଆଇଟି) ଏବଂ କଳିଙ୍ଗ ମାଇନିଙ୍ଗ୍‌ କର୍ପୋରେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (କେଏନ୍‌ସିପିଏଲ୍‌) ମଧ୍ୟରେ...
  • ଆଇନରେ ବ୍ୟବସ୍ଥା ନଥିଲେ ଆଧାର ନମ୍ବର ଦେବା ଲାଗି କୌଣସି ବ୍ୟକ୍ତିକୁ ବାଧ୍ୟ କରାଯାଇପାରିବ ନାହିଁ

    ସାଧାରଣ ଲୋକଙ୍କ ପାଇଁ ଆଧାରକୁ ଅଧିକ ଅନୁକୂଳ କରିବା ଲାଗି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି  ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ,...
  • ସିଭିଲ୍‍ ସର୍ଭିସ୍‍ ରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ଓ ୨୩ତମ ସ୍ଥାନ ଅଧିକାର କରିଥିବା ଟପ୍ପର ମାର୍ଗ ଦର୍ଶନ ଦେଲେ

    ସିଭିଲ୍‍ ସର୍ଭିସ୍‍ ଆଶାୟୀଙ୍କ ପାଇଁ ବାଜିରାଓ ଆଇଏଏସ୍‍ ଏକାଡେମୀ ତରଫରୁ ଏକ ବୃହତ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଭୁବନେଶ୍ୱରର ଜୟଦେବ ବିହାର ସ୍ଥିତ ହୋଟେଲ ପାଲ୍‍ହାଇଟ୍ସ ଠାରେ ରବିବାର ଦିନ ଆୟୋଜିତ ହୋଇଯାଇଛି । ଏଥିରେ ୨୦୧୮ ମସିହାର ସର୍ବଭାରତୀୟ ସ୍ତରରେ...
  • ନୀତି ଆୟୋଗର ପୁନର୍ଗଠନ,ଜାଣନ୍ତୁ କିଏ କଣ

    ଭାରତ ସରକାର ନୀତି ଆୟୋଗର ପୁନର୍ଗଠନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଇନଷ୍ଟିଚ୍ୟୁସନ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗର ପୁନର୍ଗଠନକୁ ନିମ୍ନମତେ ମଞ୍ଜୁରି ଦେଇଛନ୍ତି : ୧. ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ ୨. ଉପାଧ୍ୟକ୍ଷ, ଡ....
WhatsApp chat