ଯୁବକଯୁବତୀମାନଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ:ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

ଏମ୍‌ଏସ୍‌ଏମ୍‌ଇ ଅଭିବୃଦ୍ଧିକୁ ଅଗ୍ରାଧିକାର ଦିଆଯିବ

ଭୁବନେଶ୍ୱର:ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହିତ ଆଲୋଚନା ବେଳେ ଏମ୍‌ଏସ୍‌ଏମ୍‌ଇ, ଶିଳ୍ପ, ଶକ୍ତି ଓ ଗୃହ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ ଏମ୍‌ଏସ୍‌ଏମ୍‌ଇ ଅଭିବୃଦ୍ଧିକୁ ଅଗ୍ରାଧିକାର ଦିଆଯିବ ।

ମନ୍ତ୍ରୀ ଶ୍ରୀ ମିଶ୍ର ଏମ୍‌ଏସ୍‌ଏମ୍‌ଇ ବିଭାଗ ପରିଦର୍ଶନ କରି ବିଭାଗୀୟ ଅଧିକାରୀମାନଙ୍କଠାରୁ ବିଭାଗର କାର୍ଯ୍ୟାବଳୀ, ନୀତି ଓ ଯୋଜନା ସଂପର୍କରେ ଅବଗତ ହୋଇଥିଲେ ।

ସେ କହିଥିଲେ ଯେ ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ୟାଙ୍କମାନେ ମିଳିତ ଭାବେ ଏମ୍‌ଏସ୍‌ଏମ୍‌ଇମାନଙ୍କୁ ସହାୟତା ପ୍ରଦାନ କଲେ ଏ କ୍ଷେତ୍ରର ଅଭିବୃଦ୍ଧି ଘଟିବ ଏବଂ ଏହା ସହିତ ରାଜ୍ୟରେ ଯୁବକଯୁବତୀମାନଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ବିଭାଗୀୟ କାର୍ଯ୍ୟାବଳୀ ସମୀକ୍ଷାବେଳେ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ ଯେ ନିର୍ବାଚନ ଇସ୍ତାହରରେ ସ୍ଥାନିତ ଥିବା ଓ ମନ୍ତ୍ରୀ ପରିଷଦ ଦ୍ୱାରା ଗ୍ରହଣ କରାଯାଇଥିବା ବିଭାଗ ସଂପର୍କିତ ବିଷୟଗୁଡ଼ିକୁ ଗୁରୁତ୍ୱ ଦେବା ସହିତ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରାଯିବ ।

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଗୁରୁତ୍ୱ ଦେବା ସହିତ ଭିତ୍ତିଭୂମି ସହାୟତା ଦେବାକୁ ଏକ ସମର୍ପିତ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ଓ ରାଜ୍ୟ ଖାଦ୍ୟ ପାର୍କ ପ୍ରତିଷ୍ଠା ଦିଗରେ ତ୍ୱରିତ ପଦକ୍ଷେପ ସରକାରଙ୍କ ପକ୍ଷରୁ ନିଆଯିବ ।

ସେ ଆହୁରି କହିଲେ ଯେ ଯୁବକଯୁବତୀମାନଙ୍କ ମଧ୍ୟରେ ଔଦ୍ୟୋଗିକତା ମନୋଭାବ ସୃଷ୍ଟି ନିମନ୍ତେ ପ୍ରତି ବ୍ଲକ୍‌ ଓ ପୌରାଞ୍ଚଳରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ଶିଳ୍ପୋଦ୍ୟୋଗ ବିକାଶ ପ୍ରତିଷ୍ଠାନ, ଓଡ଼ିଶା ରାଜ୍ୟ ଅର୍ଥ ନିଗମ ଦ୍ୱାରା ଔଦ୍ୟୋଗିକ ବିକାଶ କାର୍ଯ୍ୟକ୍ରମମାନ କରାଯିବା ଉଚିତ ।

ଯୁବକଯୁବତୀମାନଙ୍କୁ ନିଜ ଅଣୁ ଉଦ୍ୟୋଗର ବିକାଶ ଦିଗରେ ସହାୟତା ଦେବାକୁ ଏକ ଉପଯୁକ୍ତ ଆତ୍ମନିଯୁକ୍ତି ଯୋଜନା ପ୍ରଣୟନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଷ୍ଟାର୍ଟ ଅପ୍‌ ଓଡ଼ିଶା ଦ୍ୱାରା ରାଜ୍ୟରେ ପ୍ରଭୂତ ପ୍ରଗତି ହାସଲ କରାଯାଇପାରିଛି । ଏଥିରେ ୪୨୩ଟି ଷ୍ଟାର୍ଟ ଅପ୍‌, ୧୨ଟି ଇନ୍‌କୁ୍ୟବେଟର ଓ ୧୨ଟି ନୋଡାଲ ସଂସ୍ଥା ପଞ୍ଜୀକୃତ ହୋଇଛନ୍ତି ।

ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ କହିଲେ ଯେ ପ୍ରମୁଖ ଜିଲ୍ଲାମାନଙ୍କରେ ଷ୍ଟାର୍ଟ ଅପ୍‌ ଡେଭଲପ୍‌ମେଣ୍ଟ ସେଲ୍‌ସ ସ୍ଥାପନ ପାଇଁ ବିଭାଗ କାର୍ଯ୍ୟ କରିବା ଉଚିତ ।

ହାଇଦ୍ରାବାଦ୍‌ର ଟି-ହବ୍‌ କିମ୍ବା କେରଳର ମେକର୍ସ ଭିଲେଜ୍‌ ଢାଞ୍ଚାରେ ଏକ ଇନୋଭେସନ୍‌/ଷ୍ଟାର୍ଟ ଅପ୍‌ ପାର୍କ ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସେ କହିଥିଲେ ।

ବିଭାଗୀୟ ପଦାଧିକାରୀ, ସରକାରୀ ଉଦ୍ୟୋଗ, ଏମ୍‌ଏସ୍‌ଏମ୍‌ଇ ବିଭାଗ ଅନ୍ତର୍ଗତ ଅନ୍ୟାନ୍ୟ ସଂସ୍ଥା ଏମ୍‌ଏସ୍‌ଏମ୍‌ଇର ଅଭିବୃଦ୍ଧି ଦିଗରେ ସମ୍ମିଳିତ ଭାବେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

Categories
BUSINESS
Newsroll

RELATED BY

  • Reliance Industries aims to make ‘sustainable clothing’ affordable

    ‘Sustainable fashion’ is becoming a buzz word in the fashion industry as large corporates, textile manufactures, fashion designers and renowned fashion houses are aggressively putting their act together to...
  • ଏକ ଲକ୍ଷ ଦର୍ଶକ ମେଳା ପରିସରକୁ ଆସିଥିଲେ

    ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ ଉଦ୍‌ଯାପିତ ଭୁବନେଶ୍ୱର:ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ‘ବୟନିକା’ ପକ୍ଷରୁ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ ଅଗଷ୍ଟ ୨୭ ତାରିଖରୁ ୟୁନିଟ-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଉଦ୍‌ଘାଟିତ ହୋଇଥିଲା । ଏହି ମେଳାରେ ୩୯ଟି ଷ୍ଟଲ୍‌ରେ ‘ବୟନିକା’,...
  • Tribal retail outlet

     Chief Minister Shri Naveen Patnaik inaugurating exclusive Tribal retail outlet at TDCCOL Head Office premises, BBSR on 09.09.2019 Chief Minister Shri Naveen Patnaik going round the exclusive tribal retail...
  • ବିଶ୍ୱର ଶ୍ରେଷ୍ଠ ୧୦ ଆଇବି ସ୍କୁଲ୍‍ ତାଲିକାରେ ଧିରୁଭାଇ ଅମ୍ବାନୀ ଇଣ୍ଟରନେସନାଲ ସ୍କୁଲ

    ନୀତା ଏମ୍‍ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ତଥା ମୁମ୍ବଇର ବାନ୍ଦ୍ରା-କୁର୍ଲା କମ୍ପେ୍ଲକ୍ସରେ ସ୍ଥାପିତ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍‍ ସ୍କୁଲ (ଡିଏଆଇଏସ୍‍) ଏକ ମାତ୍ର ଭାରତୀୟ ସ୍କୁଲ ଭାବେ ବିଶ୍ୱର ଶ୍ରେଷ୍ଠ ୧୦ ଇଣ୍ଟରନ୍ୟାସନାଲ୍‍ ବାକ୍କାଲରେଟ୍‍ (ଆଇବି) ସ୍କୁଲ ମଧ୍ୟରେ ସ୍ଥାନ...