୭୦୭୦୬ ଜଣ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ,ବାଲେଶ୍ୱର ଜିଲ୍ଲାରେ ପାଶ୍‌ ହାର ସର୍ବାଧିକ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ-୨ ବିଜ୍ଞାନ ଫଳାଫଳ ପ୍ରକାଶିତ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଯୁକ୍ତ-୨ ବିଜ୍ଞାନ ପାଠ୍ୟକ୍ରମର ବାର୍ଷିକ ପରୀକ୍ଷା- ୨୦୧୯ର ଫଳ ପ୍ରକାଶ ପାଇଛି ।

ଆଜି ମଧ୍ୟାହ୍ନରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ଦାଶ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀମାନଙ୍କୁ ଶୁଭକାମନା ଜଣାଇବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଉଲ୍ଲେଖ କରିଥିଲେ ଯେ ଚଳିତ ବର୍ଷ ଯୁକ୍ତ-୨ ବିଜ୍ଞାନରେ ମୋଟ ୯୭ ହଜାର ୭୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୦ ହଜାର ୫୮ ଜଣ ଛାତ୍ର ଏବଂ ୩୦ ହଜାର ୬୪୮ ଜଣ
ଛାତ୍ରୀଙ୍କୁ ମିଶାଇ ମୋଟ ୭୦ ହଜାର ୭୦୬ ଜଣ (୭୨.୩୩%) କୃତକାର୍ଯ୍ୟ ହୋଇଛନ୍ତି ।

ଛାତ୍ରମାନଙ୍କ ସଫଳତା ହାର ୭୦.୪% ଥିବାବେଳେ ଛାତ୍ରୀମାନଙ୍କ ସଫଳତା ହାର ୭୫.୦୨% ରହିଛି । ଏମାନଙ୍କ ମଧ୍ୟରେ ୨୦ ହଜାର ୮୦୬ ଜଣ ପ୍ରଥମ ଶ୍ରେଣୀରେ, ୨୩ ହଜାର ୯୦୪ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୨୫ ହଜାର ୩୬୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୬୩୬ ଜଣ କମ୍ପାର୍ଟମେଣ୍ଟାଲ୍‌ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।

ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୬.୫୬ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଚଳିତ ବର୍ଷ ୬୦ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ, ୧୮୭୨ ଜଣ ୮୦ ପ୍ରତିଶତରୁ ଅଧିକ ଏବଂ ୫୮୮୫ ଜଣ ୭୦ ପ୍ରତିଶତରୁ ଅଧିକ ମାର୍କ ରଖିବାରେ ସଫଳ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ ପଦାଧିକାରୀମାନଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସଚିବ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଓ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ବିଜୟ କୁମାର ସାହୁ ଉପସ୍ଥିତ ଥିବାବେଳେ ପରିଷଦର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ ।

Categories
KNOWLEDGE

RELATED BY

  • ଆଇଟିଆଇରେ ଜୀବିକା ଦକ୍ଷତା ବିକାଶ ପ୍ରଶିକ୍ଷଣ

    ଭୁବନେଶ୍ୱର: ଆଇଟିଆଇରେ ଜୀବିକା ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ ନେଇ ଇଡ଼୍‌କୋ ବୋର୍ଡ ରୁମ୍‌ଠାରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରାଯାଇଛି । ଟାଟା କମ୍ୟୁନିଟି ଇନିସିଏଟିଭ୍‌ ଟ୍ରଷ୍ଟ (ଟିସିଆଇଟି) ଏବଂ କଳିଙ୍ଗ ମାଇନିଙ୍ଗ୍‌ କର୍ପୋରେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (କେଏନ୍‌ସିପିଏଲ୍‌) ମଧ୍ୟରେ...
  • ଆଇନରେ ବ୍ୟବସ୍ଥା ନଥିଲେ ଆଧାର ନମ୍ବର ଦେବା ଲାଗି କୌଣସି ବ୍ୟକ୍ତିକୁ ବାଧ୍ୟ କରାଯାଇପାରିବ ନାହିଁ

    ସାଧାରଣ ଲୋକଙ୍କ ପାଇଁ ଆଧାରକୁ ଅଧିକ ଅନୁକୂଳ କରିବା ଲାଗି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି  ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ,...
  • ସିଭିଲ୍‍ ସର୍ଭିସ୍‍ ରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ଓ ୨୩ତମ ସ୍ଥାନ ଅଧିକାର କରିଥିବା ଟପ୍ପର ମାର୍ଗ ଦର୍ଶନ ଦେଲେ

    ସିଭିଲ୍‍ ସର୍ଭିସ୍‍ ଆଶାୟୀଙ୍କ ପାଇଁ ବାଜିରାଓ ଆଇଏଏସ୍‍ ଏକାଡେମୀ ତରଫରୁ ଏକ ବୃହତ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଭୁବନେଶ୍ୱରର ଜୟଦେବ ବିହାର ସ୍ଥିତ ହୋଟେଲ ପାଲ୍‍ହାଇଟ୍ସ ଠାରେ ରବିବାର ଦିନ ଆୟୋଜିତ ହୋଇଯାଇଛି । ଏଥିରେ ୨୦୧୮ ମସିହାର ସର୍ବଭାରତୀୟ ସ୍ତରରେ...
  • ନୀତି ଆୟୋଗର ପୁନର୍ଗଠନ,ଜାଣନ୍ତୁ କିଏ କଣ

    ଭାରତ ସରକାର ନୀତି ଆୟୋଗର ପୁନର୍ଗଠନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଇନଷ୍ଟିଚ୍ୟୁସନ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗର ପୁନର୍ଗଠନକୁ ନିମ୍ନମତେ ମଞ୍ଜୁରି ଦେଇଛନ୍ତି : ୧. ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ ୨. ଉପାଧ୍ୟକ୍ଷ, ଡ....
WhatsApp chat