ଲଘୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଦାୟିତ୍ୱ ଗ୍ରହଣ କଲେ

ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ମନ୍ତ୍ରୀ ଭାବେ ନିତିନ ଗଡକରୀଙ୍କ ଦାୟିତ୍ୱ ଗ୍ରହଣ

ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଆଜି ନୂଆଦିଲ୍ଲୀଠାରେ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ଗଡକରୀଙ୍କ ସହ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ମନ୍ତ୍ରଣାଳୟର କାର୍ଯ୍ୟାଳୟ ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରୀ କହିଲେ ଯେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ନିଯୁକ୍ତି ସୃଷ୍ଟି ମାଧ୍ୟମରେ ଦେଶର ଅର୍ଥନୈତିକ ବିକାଶ କରିବା ଏବଂ ଏମଏସଏମଇ ହେଉଛି ଏକ ପ୍ରମୁଖ ମନ୍ତ୍ରଣାଳୟ ଯାହାକି ଦେଶର ଗ୍ରାମାଞ୍ଚଳ, ଅର୍ଦ୍ଧ-ସହରାଞ୍ଚଳ ଏବଂ ସହରାଞ୍ଚଳ ମାନଙ୍କରେ ନିଯୁକ୍ତି ସୃଷ୍ଟି କରିପାରିବ ।

ନିତିନ ଗଡକରୀ ପୁନଶ୍ଚ କହିଲେ ଯେ ଆମଦାନୀର ବିକଳ୍ପ ସୃଷ୍ଟି କରିବା ହେଉଛି ବର୍ତମାନ ସମୟର ଆହ୍ୱାନ ଏବଂ ଆମଦାନୀ ହ୍ରାସ କରିବା ଲାଗି ଘରୋଇ ବଜାରରେ ଆବଶ୍ୟକୀୟ ସାମଗ୍ରୀର ନିର୍ମାଣ ପାଇଁ ଦେଶର ଏମଏସଏମଇ ଉଦ୍ୟୋଗ ଗୁଡ଼ିକ ବହୁ ଭାବେ ଯୋଗଦାନ କରିପାରିବେ ।

ଉଭୟ ମନ୍ତ୍ରୀଙ୍କୁ ଏମଏସଏମଇ ସଚିବ ଡଃ ଅରୁଣ କୁମାର ପଣ୍ଡା, କେଭିଆଇସି ଅଧ୍ୟକ୍ଷ ବିନୟ କୁମାର ସକ୍ସେନା ଏବଂ ମନ୍ତ୍ରଣାଳୟ, କେଭିଆଇସି ଓ କତା ବୋର୍ଡର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ସ୍ୱାଗତ କରିଥିଲେ ।

Categories
NATIONAL
Newsroll

RELATED BY

  • ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଞ୍ଚିଠାରେ ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ହେଉଛି ବାର୍ଷିକ ୧.୫ କୋଟି ଟଙ୍କାରୁ କମ କାରବାର କରୁଥିବା ବ୍ୟବସାୟୀ (ଦୋକାନୀ, ଖୁଚୁରା...
  • ସମ୍ବଲପୁର ମାଟିର ପୁଅ ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

    ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଡଃ ପ୍ରମୋଦ କୁମାର ମିଶ୍ର ନିଯୁକ୍ତ ହୋଇଛନ୍ତି । ସେ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଶାସନ କ୍ଷେତ୍ରରେ ତାଙ୍କର ଅଗାଧ ଅନୁଭୂତି ରହିଛି । ବିଶେଷକରି କୃଷି, ବିପର୍ଯ୍ୟୟ...
  • ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀ ପାଇବେ ୩୦୦୦ ଟଙ୍କା ପେନସନ

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ରାଞ୍ଚିଠାରେ ସେପ୍ଟେମ୍ବର ୧୨, ୨୦୧୯ରେ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ଅନ୍ତର୍ଗତ ୬୦ ବର୍ଷରୁ ଅଧିକ ବୟସର ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ...
  • ଓଡିଶା ତଥା ଗଣମାଧ୍ୟମ ଜଗତକୁ କ୍ଷତି ହୋଇଛି

    ଭୁବନେଶ୍ୱର: ଦିଲ୍ଲୀପ ଭାଇ ଓଡିଶା ଗଣମାଧ୍ୟମ ଜଗତରେ ଆର୍ଥିକ କ୍ଷେତ୍ରରେ ସାମ୍ବାଦିକତା ଓ ରାଜନୈତିକ ବିଶ୍ଳେଷଣ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ବୋଲି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ସାମାଜିକ ଗଣମାଧ୍ୟମରେ ଶୋକପ୍ରକାଶ...