ନାଇଜେରିଆ ଓଡ଼ିଆ ଆସୋସିଏସନ୍‍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ୫ଲକ୍ଷ ଟଙ୍କା ପ୍ରଦାନ

ଫନି ଆକ୍ରାନ୍ତଙ୍କ ପାଇଁ

ଭୁବନେଶ୍ୱର: ଫନି ବାତ୍ୟା କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ଆଜି ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍‍ (ଓସାନ୍‍) କର୍ମକର୍ତ୍ତାମାନେ ଭେଟି ୫ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିକୁ ପ୍ରଦାନ କରିଛନ୍ତି ।

ଆସୋସିଏସନ୍‍ ସମେତ ନାଇଜେରିଆରେ ଥିବା ହିନ୍ଦୁ ମନ୍ଦିର ଫାଉଣ୍ଡେସନ୍‍ ଓ ଅନ୍ୟ ଭାରତୀୟମାନେ ଏଥିଲାଗି ଅର୍ଥ ଦାନ କରିଛନ୍ତି ।

କ୍ରମାଗତ ଭାବେ ପଞ୍ଚମଥର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଶ୍ରୀ ପଟ୍ଟନାୟକଙ୍କୁ ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍‍ ଅଭିନନ୍ଦନ ଜଣାଇବା ସହିତ ଏହାର କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ ।

ନାଇଜେରିଆରେ ୨୦୦୬ ମସିହାରେ ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍‍ ଗଠନ ହୋଇଥିଲା ଓ ରଥଯାତ୍ରା ଆରମ୍ଭ କରାଯାଇଥିଲା ।

୨୦୧୭ ଫେବୃଆରୀରେ ଏଠାରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଓଡ଼ିଶାର ପଥର ଶିଳ୍ପୀଙ୍କ ଦ୍ୱାରା କରାଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା ।

ଓସାନ୍‍ କାର୍ଯ୍ୟକାରୀ କମିଟି ପକ୍ଷରୁ ପ୍ରକାଶିତ ‘ଶ୍ରୀ ଲର୍ଡ ଜଗନ୍ନାଥ’ ବାର୍ଷିକ ମୁଖପତ୍ରକୁ  ମୁଖ୍ୟମନ୍ତ୍ରୀଙ୍କୁ ଆଜି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ସୁଦୁର ନାଇଜେରିଆରେ କରାଯାଇଥିବାରୁ ଓସାନ୍‍ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍‍ ପକ୍ଷରୁ ଭେଟିଥିବା କର୍ମକର୍ତ୍ତାମାନେ ହେଲେ କ୍ୟାପଟେନ୍‍ ଡି.କେ. ମିଶ୍ର, ଶରତ ସାହୁ, ପ୍ରଶନ କୁମାର ଜେନା, ସଂଜୟ ସାହୁ, ହାଡ଼ିବନ୍ଧୁ ରାଉତ ଏବଂ ରମେଶ ବିଶ୍ୱାଳ ।

Categories
INTERNATIONAL
Newsroll

RELATED BY

  • ଋଷ ସରକାର ଭାରତ ସରକାରଙ୍କ ସହ କାମ କରିବାକୁ ଇଚ୍ଛୁକ:ଧର୍ମେନ୍ଦ୍ର ପ୍ରଧାନ

    ୠଷ/ନୂଆଦିଲ୍ଲୀ/ଭୁବନେଶ୍ୱର:  ଋଷର ପୂର୍ବାଞ୍ଚଳରେ ଅପର୍ଯ୍ୟାପ୍ତ ଖଣିଜର ସମ୍ଭାବନା ରହିଥିବା ବେଳେ ଋଷ ସରକାର ଭାରତ ସରକାରଙ୍କ ସହ କାମ କରିବାକୁ ଇଚ୍ଛୁକ ରଖିଛନ୍ତି ।  ଭାରତ ଓ ଋଷ ମଧ୍ୟରେ ପ୍ରସ୍ତାବିତ ଏହି ଯୁଗ୍ମ ପ୍ରକଳ୍ପ ଦୁଇ ଦେଶ ମଧ୍ୟରେ...
  • ମଙ୍ଗୋଲିଆର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ମଙ୍ଗୋଲିଆ/ନୂଆଦିଲ୍ଲୀ/ଭୁବନେଶ୍ୱର:ଚଳିତବର୍ଷ ସେପ୍ଟେମ୍ବର ମାସରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୬ ତାରିଖରୁ ଭାରତର ଉଚ୍ଚ ସରକାରୀ ଅଧିକାରୀ ତଥା ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ ତିନିଦିନିଆ ମଙ୍ଗୋଲିଆ ଗସ୍ତରେ ଅଛନ୍ତି ।...
  • ପ୍ରଧାନମନ୍ତ୍ରୀଙ୍କୁ ‘ଗ୍ଲୋବାଲ ଗୋଲକିପର ପୁରସ୍କାର’

    ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର ପ୍ରଦାନ କରାଯାଇଛି । ନ୍ୟୁୟର୍କରେ ୨୪ ସେପ୍ଟେମ୍ବର, ୨୦୧୯ରେ ଜାତିସଂଘର ସାଧାରଣ ଅଧିବେଶନ ସମୟରେ ଏହି...
  • ଭାରତ-ମଙ୍ଗୋଲିଆ ବ୍ୟବସାୟିକ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ/ଭୁବନେଶ୍ୱର:୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗୋଲିଆ ଗସ୍ତ ପରେ ପରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍ ହୋଇଛି । ଦୁଇ ଦେଶର ଋଣନୈତିକ ସହଯୋଗ ଦ୍ୱିାକ୍ଷିକ ସମ୍ପର୍କକୁ ନୂଆ ଶକ୍ତି ଦେଇଥିବା ବେଳେ ଭାରତ-ମଙ୍ଗୋଲିଆ...